ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା, ନାରୀ ନିର୍ଯ୍ୟାତନା ଓ ମଣ୍ଡି ରୁ ଚାଷୀ ଙ୍କ ଧାନ ନ ଉଠିବା ପ୍ରସଙ୍ଗ ରେ ଆନ୍ଦୋଳନ ନେଇ ବିଜେଡିର ପ୍ରସ୍ତୁତି ବୈଠକ 

Spread the love
ବାଲିଗୁଡା,୧୨/୨/୨୬ (ସନ୍ଧାନ ନ୍ୟୁଜ) : ରାଜ୍ୟ ସରକାର ଙ୍କ ଚାଷୀ ମାରଣ ନୀତି,ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ପରିସ୍ଥିତି,ଜବର ଦଖଲ ଉଛେଦ ଭଳି ବିଭିନ୍ନ ପ୍ରସଙ୍ଗ ନେଇ ବାଲିଗୁଡା ରେ ବିଜେଡି ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ଜିଲ୍ଲା ବିଜେଡି ଉପସଭାପତି ଟୁନା ଦାସ ଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଯାଇଛି l  ଏ ନେଇ ବିଜେଡି ପକ୍ଷରୁ ଏକ ବାଇକ ଶୋଭାଯାତ୍ରା କରାଯିବା ସହ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଙ୍କ ଆହ୍ୱାନ କ୍ରମେ ବିଜେଡି ପକ୍ଷରୁ ଏହି ପ୍ରସ୍ତୁତି ବୈଠକ କରାଯାଇଛି l ଏହି ବୈଠକରେ ଜିଲ୍ଲା ସାଧାରଣ ସମ୍ପାଦକ ପ୍ରମୋଦ କୁମାର ସାହୁ, ବାଲିଗୁଡା ନଗର ବିଜେଡି ସଭାପତି ସାବେଜ ଉଦିନ, ବାଲିଗୁଡା ବ୍ଲକ ବିଜେଡି ସଭାପତି ଅବନୀକାନ୍ତ ନାୟକ, ଏନଏସି ଅଧ୍ୟକ୍ଷ ଗୋବିନ୍ଦ ଚନ୍ଦ୍ର ପ୍ରଧାନ ଙ୍କ ସମେତ ବହୁ ବିଜେଡି କର୍ମୀ ଯୋଗ ଦେଇଥିଲେ l ବିଜେପି ର ଉଣେଇଶି ମାସ ର ସରକାର ରେ ରାଜ୍ୟରେ ବଢ଼ି ଚାଲିଥିବା ନାରୀ ନିର୍ଯାତନା, ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା, ଜବର ଦଖଲ ଉଛେଦ ନାଁ ରେ ଘର ଭଙ୍ଗା ଯିବା ସହ ମଣ୍ଡିରୁ ଚାଷୀ ଙ୍କ ଧାନ ନ ଉଠିବା ଭଳି ବିଭିନ୍ନ ସମସ୍ୟା କୁ ନେଇ ବଡ଼ ଧରଣର ଆନ୍ଦୋଳନ କୁ ଓଲ୍ହାଇବ ବୋଲି ବିଜେଡି କହିଛି l ଏଥିସହ କନ୍ଧମାଳ ଜିଲ୍ଲା ର ତିନୋଟି ନିର୍ବାଚନ ମଣ୍ଡଳୀ ରେ ବିଜେଡି ପ୍ରତିବାଦ କରିବା ସହ ଜିଲାପାଳ,ଉପଜିଲ୍ଲାପାଳ କାର୍ଯ୍ୟାଳୟ ସମେତ ଥାନା ଘେରାଉ କରିବ ବୋଲି ମଧ୍ୟ ବିଜେଡି ଚେତାବନୀ ଦେଇଛି l

Related Posts

About The Author

Add Comment