ଯାଜପୁର:/୧୩/୦୨/ସନ୍ଧାନ ନିଉଜ୍)-ଧର୍ମଶାଳା ବ୍ଲକ ଅନ୍ତର୍ଗତ ରାଇଛନ୍ଦା ପଂଚାୟତ ଅଧୀନରେ ଥିବା ବାଲିକୁଦିଆ ହରିଜନ ସାହି ପ୍ରକଳ୍ପ ବିଦ୍ୟାଳୟରେ ବିନା ଶିକ୍ଷକ ରେ ଚାଲିଛି ପାଠ ପଢା ,ସୂଚନା ଥାଉକି ଏହି ବିଦ୍ୟାଳୟ ରେ ସର୍ବ ମୋଟ ୪୪ ଜଣ ପିଲା କିନ୍ତୁ ଜଣେ ମାତ୍ର ଶିକ୍ଷକ ଦିନେ ଦିନେ କୌଣସି କାରଣ ରୁ ସେ ଜଣଙ୍କ ଶିକ୍ଷକ ମଧ୍ୟ ଆସୁନାହାନ୍ତି ବିଦ୍ୟାଳୟକୁ ଆଜି ଯାହା ଦେଖିବାକୁ ମିଳିଛି କେହି ବି ଜଣେ ଶିକ୍ଷକ ବିଦ୍ୟାଳୟ କୁ ଆସିନାହାନ୍ତି ଯାହା ଫଳରେ ପିଲାମାନେ ପାଠ ପଢିବା ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ରାଜ୍ୟ ସରକାର 5T ଜରିଆରେ କହୁଛନ୍ତି ପ୍ରତ୍ୟକ ବିଦ୍ୟାଳୟ କୁ ସରସ ସୁନ୍ଦର କରାଯାଉଛି ,ସବୁ ବିଦ୍ୟାଳୟରେ ଶିକ୍ଷକ ଙ୍କର ଅଭାବ ନାହିଁ କିନ୍ତୁ ଏଠି ଏକ ଭିନ୍ନ ଚିତ୍ର ଦେଖିବାକୁ ମିଳିଛି ।ସ୍ଥାନୀୟ ଲୋକେ କହୁଛନ୍ତି ଦୀର୍ଘ ଦିନ ହେବ ଏହି ଅସୁବିଧା ହେଉଛି ଯେତେ ଅଭିଯୋଗ କଲେ ବି ସ୍ଥାନୀୟ CRC ନିଖିଳ ନାରାୟଣ ଦେଓ କହୁଛନ୍ତି ଆମ୍ଭେ କିଛି କରିପାରିବୁ ନାହୁଁ ଶେଷରେ ନିରାଶ ହୋଇ ଫେରୁଛନ୍ତି ଅଭିଭାବକ, ସରକାର ତୁରନ୍ତ ଏହି ବିଦ୍ୟାଳୟ ଟିକୁ ଦୃଷ୍ଟି ଦେବାକୁ ଅଞ୍ଚଳ ବାସୀଙ୍କ ଦାବି ।
ବିନା ଶିକ୍ଷକ ରେ ଚାଲିଛି ବାଲିକୁଦିଆ ପକଳ୍ପ ବିଦ୍ୟାଳୟ, କିନ୍ତୁ ସରକାର କହୁଛନ୍ତି ସବୁ ଠିକ୍ ଅଛି ?
|
February 14, 2023 |




