ବିଧାୟକଙ୍କ ପୁଅକୁ ପୋଲିସର ବିନା କାରଣ ମାଡ଼; ପ୍ରତିବାଦରେ ବୀରମିତ୍ରପୁର ବିଧାୟକ ଶଙ୍କର ଓରାମଙ୍କ ଧାରଣା

Spread the love

ରାଉରକେଲା ୦୪/୦୩ (ସନ୍ଧାନ ନିୟୁଜ) ଗତକାଲି ରାଉରକେଲା ସ୍ବତନ୍ତ୍ର ଜେଲ୍‌ ନିକଟ ଶିଳ୍ପାଞ୍ଚଳରେ ଏକ ବିବାହ ଭୋଜିଥିଲା। ବୀରମିତ୍ରପୁର ବିଧାୟକ ଶଙ୍କର ଓରାମଙ୍କ ପୁଅ ବିଶ୍ବନାଥ ଓ ତାଙ୍କର ୪ଜଣ ସାଙ୍ଗ ବିବାହ ଭୋଜିରେ ଯୋଗ ଦେବାକୁ ଆସିଥିଲେ। ‌ଭୋଜି ଖାଇବା ପରେ ରାତି ପ୍ରାୟ ୧୧ଟାରେ ବିଶ୍ବନାଥ ଓ ଉକ୍ତ ୪ଜଣ ସାଙ୍ଗ କଲ୍ୟାଣମଣ୍ଡପ ଆଗରେ ଛିଡା ହୋଇଥିଲେ। ଅଭିଯୋଗ ଅନୁସାରେ, ସେହି ସମୟରେ ପିସିଆର୍‌ ଭ୍ୟାନ୍‌ ପହଞ୍ଚିଥିଲା ‌ଓ ସେଥିରେ ଥିବା ପୁଲିସ କର୍ମଚାରୀ ହଠାତ୍‌ ବିଶ୍ବନାଥ ଓ ତାଙ୍କର ଜଣେ ସାଙ୍ଗଙ୍କୁ କୁଆଡେ ଧମକ ଚମକ ଦେଇଥିଲେ। ସେମାନେ ପ୍ରତିବାଦ କରିବାରୁ ପିସିଆର୍‌ ଭ୍ୟାନ୍‌ରେ ଡ୍ୟୁଟିରେ ଥିବା ପୁଲିସ କର୍ମଚାରୀ ବିଶ୍ବନାଥ ଓ ତାଙ୍କର ୪ ସାଙ୍ଗକୁ ଗାଡିରେ ଉଠାଇ ନେଇ ମାଡ ମାରିଥିଲେ। ଖବର ପାଇ ଝାଡ଼ଖଣ୍ଡରେ ଏକ ବିବାହ ଭୋଜିରେ ଥିବା ବିଧାୟକ ଶ୍ରୀ ଓରାମ ରାତି ପ୍ରାୟ ୧ଟାରେ ରଘୁନାଥପାଲି ଥାନାରେ ପହଞ୍ଚିଥିଲେ। ମାଡ଼ ମାରିଥିବା ପୁଲିସ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ସମର୍ଥକଙ୍କ ସହିତ ବିଧାୟକ ଶ୍ରୀ ଓରାମ ଥାନାରେ ରାତିସାରା ଧାରଣାରେ ବସିଥିଲେ।

ଆଜି ସକାଳ ପ୍ରାୟ 7ଟାରେ ପାନପୋଷ ଡିଏସ୍‌ପି ଅସୀମ ପଣ୍ଡା ପହଞ୍ଚି ବୁଝାସୁଝା କରିବା ପରେ ବିଧାୟକ ଶ୍ରୀ ଓରାମ ଓ ତାଙ୍କ ସମର୍ଥକ ଧାରଣାରୁ ହଟିଛନ୍ତି।

Related Posts

About The Author

Add Comment