ବିଧାନସଭାରେ କରୋନା ସତର୍କତା ନେଇ ବିଜ୍ଞପ୍ତି
ଭୁବନେଶ୍ୱର : ବିଧାନସଭାରେ କରୋନାକୁ ନେଇ ସତର୍କତା ଅବଲମ୍ବନ କରାଯାଇଛି। ପ୍ରତିଷେଧକ ନେଇ ବିଧାନସଭା ସଚିବାଳୟ ପକ୍ଷରୁ ପ୍ରକାଶ ପାଇଛି ବିଜ୍ଞପ୍ତି। କାର୍ଯ୍ୟାଳୟ ପରିଷ୍କାର ରଖିବା ସହ ଟେବୁଲ, କମ୍ପ୍ୟୁଟର, ଫୋନ୍ ଓ ଅନ୍ୟାନ୍ୟ ଉପକରଣକୁ ଦିନକୁ ୬ ଥର ସାନିଟାଇଜ୍ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏଥିସହ କର୍ମଚାରୀମାନେ ନିୟମିତ ହାତକୁ ସାବୁନ୍ କିମ୍ବା ହ୍ୟାଣ୍ଡ ୱାସ୍ରେ ସଫା କରିବାକୁ କୁହାଯାଇଛି। କାଶ, ଛିଙ୍କ ଦ୍ୱାରା ହେଉଥିବା ସଂକ୍ରମଣ ପ୍ରତିରୋଧ ପାଇଁ କର୍ମଚାରୀ ଟିସୁ ପେପର୍ ବ୍ୟବହାର କରିବାକୁ କୁହାଯାଇଥିବା ବେଳେ କର୍ମଚାରୀମାନେ ଏକାଠି ହୋଇ ବୈଠକ ନ କରିବାକୁ ପରାମର୍ଶ ଦିଆଯାଇଛି। ବାୟୋମେଟ୍ରିକ୍ ଉପସ୍ଥାନ ବଦଳରେ ରେଜିଷ୍ଟର୍ ବ୍ୟବହାର ପାଇଁ କୁହାଯାଇଥିବା ବେଳେ କୌଣସି ଅବ୍ୟବହୃତ ଜିନିଷକୁ ଏଣେତେଣେ ନ ଫୋପାଡ଼ିବାକୁ ନିର୍ଦ୍ଦେଶ ଦିଆଯାଇଛି।
Related Posts
About The Author