ନବରଙ୍ଗପୁର, ୧୪ /୩ (ସନ୍ଧାନ ନିୟୁଜ/ ପ୍ରଶାନ୍ତ ସାମଲ ) ବିଜେଡି ଦଳରୁ ଇସ୍ତଫା ଦେଲେ ନବରଙ୍ଗପୁର ଲୋକସଭା ସାଂସଦ ବଳଭଦ୍ର ମାଝୀ । ଦଳ ଅଣଦେଖା କରିବା ଓ ପାର୍ଟିରେ ଦରକାର ପଡୁନଥିବା ଯୋଗୁଁ ଇସ୍ତଫା ଦେଉଛି ବୋଲି ଶ୍ରୀ ମାଝୀ କହିଛନ୍ତି । ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କ ସଚିବଙ୍କୁ ଇସ୍ତଫା ଦେଇଛନ୍ତି ଶ୍ରୀ ମାଝୀ । ମୁଖ୍ୟମନ୍ତ୍ରୀଙ୍କ ସହ ମୋତେ ଭେଟ କରିବାକୁ ସୁଯୋଗ ଦିଆଗଲାନି ବୋଲି କହିଛନ୍ତି ବଳଭଦ୍ର ।
କିନ୍ତୁ ସେ କେଉଁ ଦଳକୁ ଯିବେ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ କରିନାହାନ୍ତି । ତେବେ ସେ ୨୦୧୪ ଭାରତୀୟ ସାଧାରଣ ନିର୍ବାଚନରେ ନବରଙ୍ଗପୁର ଲୋକ ସଭା ନିର୍ବାଚନ ମଣ୍ଡଳୀରୁ ପ୍ରତିଦ୍ୱନ୍ଦିତା କରିଥିଲେ ଏବଂ ୧୬ଶ ଲୋକ ସଭାକୁ ନିର୍ବାଚିତ ହୋଇଥିଲେ । ଏହା ସହିତ ସେ ବିଜୁ ଜନତା ଦଳର ପ୍ରତିନିଧି ଭାବରେ ଲୋକ ସଭାକୁ ନିର୍ବାଚିତ ହୋଇଥିଲେ ।
Attachments area