ବିଜୁ ବାବୁ ମେମୋରିଆଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ :ଭଞ୍ଜନଗର ଚମ୍ପିଆନ

Spread the love
ବାଲିଗୁଡା,01/03.(ସନ୍ଧାନ ନ୍ୟୁଜ/ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଜି. ଉଦୟଗିରି ସ୍ଥିତ ହବାକ୍ ଉଚ୍ଚ ବିଦ୍ୟାଳୟ ଖେଳ ପଡିଆରେ ବିଜୁ ବାବୁ ମେମୋରିଆଲ ଟୁର୍ଣ୍ଣାମେଣ୍ଟ ୮ଟି ଦଳକୁ ନେଇ ଗତ ୨୦ ତାରିଖରୁ ଆରମ୍ଭ ହୋଇଥିଲା। ଫାଇନାଲ୍‌ ତଥା ଅନ୍ତିମ ପର୍ଯ୍ୟାୟ ମ୍ୟାଚ୍‌ ଭଞ୍ଜନଗର ଟାଉନ କ୍ଳବ ବନାମ ବୁଢାଦାନୀ ଫୁଲବାଣୀ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ ଖେଳ ସରି ନଥିବାରୁ ଟ୍ରାଇବ୍ରେକରରେ ୪–୨ ରେ ଭଞ୍ଜନଗର ଟାଉନ କ୍ଳବ ଚମ୍ପିଆନ ହୋଇଥିବା ଜଣାପଡିଛି। ଏହି ଟୁର୍ଣ୍ଣାମେଣ୍ଟରେ କାମାକ୍ଷା ପ୍ରସାଦ ପ୍ରଧାନ ଖେଳ ପରିଚାଳନା କରିଥିବା ବେଳେ ଲାଇନସ୍ ମ୍ୟାନ ଭାବେ ଅମିତ କୁମାର ବିଷୋୟୀ, ଅଶ୍ବୀନି କୁମାର ପାତ୍ର, ରାକେଶ କୁମାର କୋଠଦଳାଇ ଓ ତନ୍ମୟୀ ବିଷୋୟୀ ପରିଚାଳନା କରିଥିଲେ।ବିଜୁ ଛାତ୍ର ଜନତା ଦଳ ସଭାପତି ଛୋଟନ ନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ପୁରଷ୍କାର ବିତରଣୀ ଉତ୍ସବରେ କନ୍ଧମାଳ ସାସଂଦ ଡ.ଅଚ୍ୟୁତ ସାମନ୍ତ ମୁଖ୍ୟଅତିଥି ଭାବେ ଯୋଗଦେଇଥିଲେ। ଏହି ଅବସରରେ କନ୍ଧମାଳ ସାଂସଦ ଶ୍ରୀ ସାମନ୍ତ କହିଥିଲେ ଯେ ମୁଖ୍ୟମନ୍ତ୍ରୀ କ୍ରୀଡା ପ୍ରତି ଅଧିକ ଗୁରୁତ୍ବ ଦେଉଛନ୍ତି। ବିଭିନ୍ନ ଟୁର୍ଣ୍ଣାମେଣ୍ଟରେ ଭାଇଚାରା ବଜାୟ ରଖିବା ସହ କ୍ରୀଡା ଉତ୍ତମ ସ୍ବାସ୍ଥ୍ୟ ଗଢିବାରେ ଏକ ମାର୍ଗ ବୋଲି ପ୍ରକାଶ କରିଥିଲେ। ଅନ୍ୟତମ ଅତିଥି ଭାବେ ସ୍ଥାନୀୟ ବିଧାୟକ ସାଲୁଗା ପ୍ରଧାନ, ରାଜ୍ୟ ସଂଖ୍ୟା ଲଘୁ ସେଲର ଏମ.ଡି ହାସିନ୍, ପଞ୍ଚାୟତ ସମିତି ଅଧ୍ୟକ୍ଷା ଦୀପ୍ତିରେଖା ପ୍ରଧାନ, ବିଧାୟକ ପ୍ରତିନିଧି ଏନଏସି ପି.ରାଜାରାଓ ପାତ୍ର, ପୂର୍ବତ୍ତନ ଜିଲା ପରିଷଦ ଉପାଧ୍ୟକ୍ଷା ମାମି ନାୟକ, ଜମେସ ପ୍ରଧାନ ପ୍ରମୁଖ ଉପସ୍ଥିତ ରହି କ୍ରୀଡାବିତଙ୍କୁ ଉତ୍ସାହିତ କରିଥିଲେ। ବିଜେତା ଦଳକୁ ନଗଦ ୧୫୫୫୫/-ଟଙ୍କା ସହ ଟ୍ରଫି ଓ ଉପ-ବିଜେତା ଦଳକୁ ନଗଦ ୧୧୧୧୧/-ଟଙ୍କା ସହ ଟ୍ରଫି ପ୍ରଦାନ କରାଯାଇଥିଲା। କାର୍ଯ୍ୟକ୍ରମକୁ ପରିଚାଳନାରେ ବ୍ଳକ ସଭାପତି ସୀମାଞ୍ଚଳ ନାୟକ, ଦେବନାଥ ଦଳବେହେରା, ଏମ୍.ଡି.ଆଲମାସ, ନଗର ଛାତ୍ର ସଭାପତି ଅମିତ କୁମାର ପ୍ରଧାନ ସମେତ ଅନ୍ୟାନ୍ୟ କର୍ମକର୍ତ୍ତା ସହଯୋଗ କରିଥିଲେ।

Related Posts

About The Author

Add Comment