ବାରିପଦା,୧୩/୦୭ (ସନ୍ଧାନ ନିଉଜ/ଲିଙ୍ଗରାଜ ପଣ୍ଡା);- କୋରନା ଜନିତ ପରିସ୍ଥିତିରେ ଗୁରୁତର ଭାବେ ପ୍ରଭାବିତ ହୋଇଛି ବିଚାର ପ୍ରକ୍ରିୟା । ମାର୍ଚ୍ଚ ଶେଷ ସପ୍ତାହରୁ ସାରା ରାଜ୍ୟରେ ଅଦାଲତି କାର୍ଯ୍ୟ ପ୍ରଭାବିତ ହୋଇଛି । ଏବେ କେବଳ ଜରୁରୀ ମାମଲା ଗୁଡିକ ଶୁଣାଣି କରାଯିବା ସହିତ ବିଚାରଧୀନ ବନ୍ଦୀଙ୍କ ମାମଲା ଶୁଣାଣିକୁ ପ୍ରାଥମିକତା ଦିଆଯାଉଛି । କିନ୍ତୁ ଏଭଳିସ୍ଥିତିରେ ଅଦାଲତରେ ସ୍ୱାଭାବିକ କାର୍ଯ୍ୟ ହୋଇ ପାରୁ ନଥିବାରୁ ରାଜ୍ୟରେ ବିଚାରଧୀନ ମାମଲା ସଂଖ୍ୟା ବଢିବାରେ ଲାଗିଛି । ନ୍ୟାସନାଲ ଜୁଡିସିଆଲ ଡାତା ଗ୍ରିଡ୍ (ଏନ୍ଜେତିକେ) ଙ୍ଗରଭଗ୍ଦସଗ୍ଧରରେ ପ୍ରକାଶିତ ତଥ୍ୟ ଅନୁସାରେ ୨୦୨୦ ଆରମ୍ଭରେ ସାରା ରାଜ୍ୟରେ ପ୍ରାୟ ୧୨ଲକ୍ଷ ସାଢେ ୩୪ ହଜାର ମାମଲା ବିଚାରଧିନଥିବା ବେଳେ ଏପରି ମାମଲା ସଂଖ୍ୟା ୧୩ ଲକ୍ଷ ଟପିଲାଣି ।
୨୦୨୦,ଜୁଲାଇ ୧୦ତାରିଖ ସୁଦ୍ଧା ସାରା ରାଜ୍ୟରେ ବିଚାରାଧୀନ ମାମଲା ସଂଖ୍ୟା ୧୩ଲକ୍ଷ ୩ ହଜାର ୭୩୯ରେ ପହଚିଛି । ବିଭିନ୍ନ ଅଦାଲତରେ ୨ଲକ୍ଷ ୬୭ହଜାର ୧୮୮ଟି ସିଭିଲ କେସ୍ ଓ ୧୦ଲକ୍ଷ୩୬ହଜାର୫୫୧ଟି କ୍ରିମିନାଲ କେସ୍ ବିଚାରଧୀନ ରହିଛି । ସାରାରାଜ୍ୟରେ ବିଭିନ୍ନ ଅଦାଲତରେ ୩୦ବର୍ଷରୁ ଅଧିକ ପୁରୁଣା ମୋଟ ୪ହଜାର ୬୦୭ଟି ମାମଲା ଗଡିଛି । ବିଚାରଧିନ ମାମଲା ମଧ୍ୟରୁ ରାଜ୍ୟରେ ୧ହଜାର ୫୨୩ଟି ଏପରି ସିଭିଲ ମାମଲା ଅଛି ଯାହା ୩୦ବର୍ଷ ବା ତାଠାରୁ ପୁରୁଣା ଅପରାଧିକ ମାମଲା ରାଜ୍ୟର ବିଭିନ୍ନ ଜିଲ୍ଲାରେ ବିଚାରଧିନ ଅବସ୍ଥାରେ ରହିଛି । ଏହି ୩୦ ବର୍ଷରୁ ପୁରୁଣା ମାମଲା ତାଲିକାରେ ଥରବା ତଥ୍ୟ ଅନୁସାରେ ୧୯୫୫ ମସିହାର ୨ଟି,୧୯୬୦.୧୯୬୪ ଓ ୧୯୬୬ର ଗୋଟିଏ ଲେଖାଏଁ ,୧୯୬୮ର ୨ଟି, ୧୯୬୯ର ଗୋଟିଏ ,୧୯୭୦ର ୨ଟି,୧୯୭୨ର ୪ଟି,୧୯୭୩ର ୧୦ଟି, ୧୯୭୪ର ୧୨ଟି, ୧୯୭୬ର ୧୫ଟି ସିଭିଲ କେସ୍ ବିଚାରଧୀନ ରହିଛି । ତାଲିକାରେ ସ୍ଥାନ ପାଇଥିବା ଅନ୍ୟ ମସିହାର ମାମଲା ଗୁଡିକ ମଧ୍ୟରେ ଉଭୟ ସିଭିଲ ଓ କ୍ରିମିନାଲ କେସ୍ ରହିଛି । ୧୯୭୫ର ୧୧ଟି,୧୯୭୭ର ୩୪ଟି , ୧୯୭୮ରୁ ୫୧ଟି,୧୯୭୯ର ୭୫ଟି ,୧୯୮୦ର ୮୩ଟି, ୧୯୮୧ ର ୨୪୧ଟି , ୧୯୮୨ର ୨୩୯ଟି, ୧୯୮୩ର ୩୩୬ଟି,୧୯୮୪ର ୨୮୫ର, ୧୯୮୫ର ୪୬୧ଟି, ୧୯୮୬ର ୩୯୬ଟି,୧୯୮୭ର ୮୦୪ଟି,୧୯୮୮ର ୬୨୯ଟି,୧୯୮୯ର ୮୯୮ଟି ମାମଲା ରାଜ୍ୟର ବିଭିନ୍ନ ଅଦାଲତରେ ବିଚାରଧୀନ ରହିଛି ।
ସେହିଭଳି ୨୦ରୁ୩୦ ବର୍ଷ ପୁରୁଣା ୩୦ହଜାର ୨୯୯ଟି ବିଚାରଧୀନ ମାମଲା ରହିଥିବାବେଳେ ୧୦ରୁ ୨୦ ବର୍ଷ ପୁରୁଣା ୧ଲକ୍ଷ ୬୪ହଜାର ୪୧୧ଟି ବିଚାରାଧୀନ ମାମଲା ବିଭିନ୍ନ ଅଦାଲତରେ ପଡି ରହିଛି । ବିଚାରାଧୀନ ମାମଲା ସଂଖ୍ୟା ହେଉଛି ୨ଲକ୍ଷ ୫୬ହଜାର୧୯୬ । ୩ରୁ ୫ ବର୍ଷ ପୁରୁଣା ୨ଲକ୍ଷ୫ହଜାର ୪୭୮ ବିଚାରାଧୀନ ମାମଲା ରହିଥିବା ବେଳେ ୧ ବର୍ଷ ରୁ ୩ ବର୍ଷ ପୁରୁଣା ମାଲା ସଂଖ୍ୟା ୩ ଲକ୍ଷ ୫୦ହଜାର ୯୩୫ । ବର୍ଷକମଧ୍ୟରେ ହୋଇଥିବା ମାମଲା ମଧ୍ୟରୁ ୨ଲକ୍ଷ ୯୧ ହଜାର ୮୧୩ଟି ଏବେ ବିଚାଲଧୀନ ରହିଛି । ୨୦୨୦ ବର୍ଷର ୧୫ହଜାର ୭୮୧ଟି ସିଭିଲ କେସ୍ ଓ ୫୮ ହଜାର ୨୩୩ଟି କ୍ରିମିନାଲ କେସ୍ ବିଚାରଧୀନ ରହିଛି । ରାଜ୍ୟର ତିନୋଟି ଜିଲ୍ଲାରେ ଲକ୍ଷାଧିକ ମାମଲା ବିଚାରଧୀନ ରହିଛି । ବିଚାରାଧୀନ ମାମଲା ପ୍ରସଂଙ୍ଗରେ ସବୁଟାରୁ ଆସରେ ରହିଥିବା ଖୋର୍ଦ୍ଧା ଜିଲ୍ଲାର ବିଭିନ୍ନ ଅଦାଲତରେ ୧ଲକ୍ଷ ୪୭ହଜାର ୬୩୮ଟି ମାମଲା ବିଚାରାଧୀନ ରଟିଛି । ଖୋଦ୍ଧ୭ା ତଳକୁ ରହିଥିବା କଟକ ଜିଲ୍ଲାରେ ଏବେ ୧ଲକ୍ଷ୧୪ହଜାର୮୩୨ଟିମାମଲା ଓ ତୃତୀୟ ସ୍ଥାନରେ ଥିବା ବାଲେଶ୍ୱର ଜିଲ୍ଲାରେ ୧ଲକ୍ଷ ୪୬୪ଟି ମାମଲା ବିଚାରାଧୀନ ।ବସ୍ଥାରେ ରହିଛି । ଗଜପତି ଜିଲ୍ଲାରେ ସବୁ ଠାରୁ କମ୍ ୭ହଜାର ୨୦ଟି ମାମଲା ବିଚାରାଧୀନ ରହିଛି । ମାଲକାନଗିରିରେ ୭ ହଜାର ୭୭୭ ଓ ଦେବଗଡରେ ୮ହଜାର ୫୧ଟି ମାମଲା ବିଚାରଧୀନ ରହିଛି ।
ବିଚାର ବିଭାଗରେ କୋରନା ପ୍ରଭାବ ; ରାଜ୍ୟରେ ବିଚାରାଧୀନ ମାମଲା ୧୩ଲକ୍ଷ ଟପିଲା
|
July 13, 2020 |



