ବିକୃତ ମାନସିକତା :  ଇଞ୍ଜିନିୟର ସ୍ୱାମୀଙ୍କୁ ଅଶ୍ଳୀଳ ଭିଡିଓ ଦେଖିବାକୁ ବାଧ୍ୟକରୁଥିଲେ ମହିଳା ଡାକ୍ତର 

Spread the love

ନୂଆଦିଲ୍ଲୀ ୦୬/୦୨ (ସନ୍ଧାନ ନିୟୁଜ) : ବିକୃତ ମାନସିକତା। ଇଞ୍ଜିନିୟର ସ୍ୱାମୀଙ୍କୁ ଅଶ୍ଳୀଳ ଭିଡିଓ ଦେଖିବାକୁ ବାଧ୍ୟକରୁଥିଲେ ମହିଳା ଡାକ୍ତର। ଭିଡିଓର ନକଲ କରିବାକୁ କହୁଥିଲେ। କିନ୍ତୁ ପତ୍ନୀଙ୍କ କଥା ରଖି ସ୍ଵାମୀ ଯେଉଁଦିନ ଭିଡିଓ ଦେଖିଲେ ସେହିଦିଠାରୁ ପାରିବାରିକ ସମ୍ପର୍କ ଭାଙ୍ଗି ଯାଇଛି। ଭିଡିଓରେ ନିଜ ପତ୍ନୀକୁ ଦେଖିବା ପରେ ଇଞ୍ଜିନିୟର ବାବୁ ଅଲଗା ହୋଇଯାଇଛନ୍ତି। ସମ୍ପର୍କ ଯୋଡିବାକୁ ପରିହାର ଫ୍ୟାମିଲି କାଉନସେଲିଂର ଦ୍ୱାରସ୍ଥ ହୋଇଛନ୍ତି ପତ୍ନୀ। ଏଭଳି ଘଟଣା ବେଙ୍ଗାଲୁରୁରେ ଘଟିଥିବା ଜଣାପଡିଛି।

ଖବର ଅନୁଯାୟୀ କୋଲକାତାର ୩୨ ବର୍ଷିୟା ମହିଳ ଡାକ୍ତର ମାଟ୍ରିମୋନିଆଲ ଓ୍ୱେବସାଇଟ ଜରିଆରେ ଉତ୍ତର ପ୍ରଦେଶର ୩୩ ବର୍ଷିୟ ଇଞ୍ଜିନିୟରଙ୍କ ସହିତ ଚିହ୍ନା ପରିଚୟ ହୋଇଥିଲେ। ପରେ ଅର୍ଥାତ ୨୦୧୮ରେ ଦୁହେଁ ବିବାହ କରିଥିଲେ। ବିବାହ ବେଳେ ମହିଳା ଜଣଙ୍କ ସ୍ଵାମୀଙ୍କୁ କହିଥିଲେ ପୂର୍ବରୁ ସେ ଜଣଙ୍କ ସହ ସମ୍ପର୍କରେ ଥିଲେ। ଏବେ ତାଙ୍କ ସହ କୌଣସି ସମ୍ପର୍କ ନାହିଁ। ସବୁକିଛି ଠିକଠାକ ଚାଲିଥିଲା। କିନ୍ତୁ ମହିଳା ଜଣଙ୍କ ସ୍ୱାମୀଙ୍କୁ ଅଶ୍ଳୀଳ ଭିଡିଓ ଦେଖିବାକୁ ବାଧ୍ୟ କରୁଥିଲେ।

Related Posts

About The Author

Add Comment