ବିକଶିତଭାରତର ସ୍ବପ୍ନ ଦ୍ରଷ୍ଟା ଯଶସ୍ଵୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ମହୋଦୟଙ୍କୁ କଳା, ସଂସ୍କୃତି ଓ ପରମ୍ପରାର ଭୂମି ଓଡ଼ିଶାର ଝାରସୁଗୁଡା ରେ ସମାରୋହ ।

Spread the love

ସୁନ୍ଦରଗଡ ତା:୨୭/୯/୨୦୨୫(ସନ୍ଧାନ) ଆଜି ଝାରସୁଗୁଡ଼ାରେ ଦେଶର ପ୍ରଧାନମନ୍ତ୍ରୀ ଙ୍କ ଦ୍ଵାରା ଏକ ବିଶାଳ ସମାବେଶରେ ଉଦବୋଧନ ଦେବାର କାର୍ଯ୍ୟକ୍ରମ ରହିଛି । ଏହି ପରିପଖିରେ ଝାରସୁଗୁଡ଼ା ସ୍ଥିତ ଆମ୍ଳିପାଲି ପଡ଼ିଆରେ ସମ୍ମୋଧନ ଦେବେ । ଏହି କାର୍ଯ୍ୟକ୍ରମରେ ରାଜ୍ୟର ରେଳ ଭିତ୍ତିଭୂମିକୁ ସୁଦୃଢ଼ କରିବାର ଐତିହାସିକ ପଦକ୍ଷେପ ନେବା ସହିତ ୧୭୦୦ କୋଟିରୁ ଉର୍ଦ୍ଧ ତିନୋଟି ରେଳ ପ୍ରକଳ୍ପ ର ଉନ୍ମୋଚନ ର କାର୍ଯ୍ୟକ୍ରମ ହେବ ।ଏହା ରାଜ୍ୟର ଆର୍ଥିକ ଅଭିବୃଦ୍ଧି ବୃଦ୍ଧି କରିବ । ତା ସହିତ ଜିଏସଟି ର ଉପହାର ଭାବରେ ଦଶହରାରେ ସମଗ୍ର ଦେଶବାହିଙ୍କୁଦେବା ଏକ ସ୍ଵାଗତ ପଦକ୍ଷେପ । ଏହା ଦ୍ବାରା ରାଜ୍ୟର ପ୍ରତ୍ୟେକ ଖାଉଟି ପରିବାର ସହିତ କୃଷି ପରିବାର ଏହାର ଲାଭରେ ଲାଭାନ୍ୱିତ୍ ହେବେ ବୋଲି ପ୍ରଧାନ ମନ୍ତ୍ରୀ ନିଜ ଅଭିଭାଷଣ ରଖିଥିବା ଜଣାପଡିଛି । ତା ସହିତ ଓଡ଼ିଶାରେ ବିଏସଏନଏଲ ର “ଫୋର୍ ଜି” ଉନ୍ମୋଚନ ହେବାର ପ୍ରଧାନମନ୍ତ୍ରୀ ସୂଚନା ଦେଇଥିଲେ । ଭାରତର ଟେକ୍ନୋଲୋଜି କୁ ଅଭିବୃଦ୍ଧି କରିବା ପାଇଁ ଓଡ଼ିଶାରେ ଯୁବ ବର୍ଗ ପାଇଁ ଅନେକ କାର୍ଯ୍ୟ ଶୁଭାରମ୍ଭ କାର୍ଯ୍ୟକ୍ରମ ବିଷୟରେ ସୂଚନା ଦେଇଥିବା ଜଣାପଡିଛି । ମାଆ ସମଲେଇ ଙ୍କ ସ୍ମୃତି ଚିହ୍ନ ପ୍ରଦାନ କରାଯିବା ସହିତ ସମ୍ବଲପୁରୀ ବସ୍ତ୍ର ସହିତ କଟକର ଚାନ୍ଦିତାରାକସି କାର୍ଯ୍ୟରେ ତିଆରି ସ୍ମୃତି ଚିହ୍ନ ପ୍ରଧାନମନ୍ତ୍ରୀଙ୍କୁ ସମର୍ପିତ କରାଯାଇଥିଲା ।

Related Posts

About The Author

Add Comment