ଯାଜପୁର,୨୬/୦୪ (ସନ୍ଧାନ ନିଉଜ) : କରୋନା ମହାମାରୀ (ଉଙଠଓଊ-୧୯) ଭଳି ମାରାତ୍ମକ ଦୁର୍ବିପାକର ସଠିକ୍ ମୁକାବିଲା ନିମନ୍ତେ ଜିଲ୍ଲାପାଳ ଶ୍ରୀ ରଂଜନ କୁମାର ଦାସ ରାଜ୍ୟ ସରକାରଙ୍କ ନିଦେ୍ର୍ଦଶନାମାକୁ କଡ଼ାକଡ଼ି ଭାବେ ପାଳନ କରିବା ପାଇଁ ନିଦେ୍ର୍ଦଶ ଦେଇଛନ୍ତି । ଜାତୀୟ ସ୍ୱାର୍ଥ ଓ ନିଜର ସୁରକ୍ଷାକୁ ଦୃଷ୍ଟିରେ ରଖି ବାହାରେ ରହିଥିବା ଓଡ଼ିଆ ଭାଇ ଭଉଣୀମାନେ ନିଜ ଘରକୁ ଫେରିବା ପୂର୍ବରୁ ନାମ ପଞ୍ଜିକରଣ କରିବା ବାଧ୍ୟତାମୂଳକ ଅଟେ ।
ତାଲାବନ୍ଦ ଯୋଗୁଁ ଅନେକ ଓଡ଼ିଆ ଶ୍ରମଜୀବି ଭାଇଭଉଣୀମାନେ ଅନ୍ୟ ରାଜ୍ୟରେ ଫସି ରହିଛନ୍ତି । ସେମାନଙ୍କର ସୁରକ୍ଷା ଓ ବିଭିନ୍ନ ପ୍ରକାର ସୁବିଧା ସୁଯୋଗ ଯୋଗାଇ ଦେବାକୁ ରାଜ୍ୟ ସରକାର ଅନ୍ୟ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଛନ୍ତି । ଆସନ୍ତା ମାସ ୩ ତାରିଖରେ ତାଲାବନ୍ଦ ପ୍ରତ୍ୟାହାର କରିବା ପାଇଁ ସରକାର ଚିନ୍ତା କରୁଥିବାବେଳେ ବାହାର ରାଜ୍ୟରେ ଥିବା ଓଡ଼ିଆ ଭାଇଭଉଣୀମାନେ ରାଜ୍ୟକୁ ପ୍ରତ୍ୟାବର୍ତନ କରିବାର ସମ୍ଭାବନା ରହିଛି । ଏହି ପରିପ୍ରେକ୍ଷୀରେ ଯାଜପୁର ଜିଲ୍ଲାର ପ୍ରବାସୀ ଓଡ଼ିଆମାନେ କିପରି ସୁରକ୍ଷିତ ଭାବେ ନିଜ ଗ୍ରାମରେ ପହଂଚିବା ସହ ନିଜେ ସୁରକ୍ଷିତ ରହି ଅନ୍ୟମାନଙ୍କୁ ସୁରକ୍ଷିତ ରଖିବେ, ସେଥିପାଇଁ ଜିଲ୍ଲା ପ୍ରଶାସନ ଦ୍ୱାରା ନିଦେ୍ର୍ଦଶନାମା ଜାରି ହୋଇଛି । ଏହି ନିଦେ୍ର୍ଦଶନାମା ଅନୁଯାୟୀ ଓଡ଼ିଶାକୁ ଆସୁଥିବା ପ୍ରବାସୀ ଓଡ଼ିଆମାନେ ସରକାରୀ ପୋର୍ଟାଲ https://covid19.odisha.gov.in/ (ଷଗ୍ଧଗ୍ଧକ୍ଟ୍ରଗ୍ଦ://ମକ୍ଟଙ୍ଖସୟ୧୯.କ୍ଟୟସଗ୍ଦଷବ.ଶକ୍ଟଙ୍ଖ.ସଦ୍ଭ) ରେ ପଞ୍ଜିକରଣ କରିବା ପରେ ଓଡ଼ିଶାରେ ପ୍ରବେଶ କରିପାରିବେ । ଏହି ପଞ୍ଜିକରଣ କ୍ଟଦ୍ଭକ୍ଷସଦ୍ଭର/କ୍ଟଲଲକ୍ଷସଦ୍ଭର ରେ ନିଜେ ତଥା ନିଜ ସମ୍ପର୍କୀୟଙ୍କ ମାଧ୍ୟମରେ କରିପାରିବେ । କ୍ଟଦ୍ଭକ୍ଷସଦ୍ଭର ପୋର୍ଟାଲ ମାଧ୍ୟମରେ ପଞ୍ଜିକରଣ କରାଯାଉଥିବାବେଳେ ପଞ୍ଜିକରଣ ପାଇଁ ଆବଶ୍ୟକୀୟ ତଥ୍ୟ ନିଜ ଗ୍ରାମପଂଚାୟତ କିମ୍ବା ସହରାଂଚଳ କର୍ତୃପକ୍ଷଙ୍କ କାର୍ଯ୍ୟାଳୟରେ ଉପଲବ୍ଧ ନିର୍ଦ୍ଧାରିତ ଫର୍ମରେ ଦାଖଲ କରିପାରିବେ ।
ମଇ ୩ ତାରିଖ ପରେ ଓଡ଼ିଶାକୁ ଫେରିବାକୁ ଥିବା ସମସ୍ତ ବ୍ୟକ୍ତି ପହଂଚିବା ପରେ ସେମାନଙ୍କୁ ସରକାରଙ୍କ ଦ୍ୱାରା ପ୍ରସ୍ତୁତ ହୋଇଥିବା ଶିବିରରେ ୧୪ ଦିନ ସଙ୍ଗରୋଧ (ଛଙ୍କବକ୍ସବଦ୍ଭଗ୍ଧସଦ୍ଭର) ରେ ରହିବାକୁ ପଡ଼ିବ । ଏହି ଶିବିରରେ ରହିବା, ଖାଇବା ସହ ପାନୀୟ ଜଳ ଓ ଶୌଚାଳୟର ବ୍ୟବସ୍ଥା କରାଯାଇଛି । ଏତଦ୍ବ୍ୟତୀତ ସରକାରଙ୍କ ପଞ୍ଜିକରଣ ପ୍ରକ୍ରିୟାରେ ଆସି ବାଧ୍ୟତାମୂଳକ ସଙ୍ଗରୋଧର ସମସ୍ତ ନିୟମ ପାଳନ କରି ୧୪ ଦିନ ସଫଳତାର ସହ ଶେଷ କରୁଥିବା ବ୍ୟକ୍ତିଙ୍କୁ ୨ ହଜାର ଟଙ୍କା ପ୍ରୋତ୍ସାହନ ରାଶି ପ୍ରଦାନ କରିବାର ବ୍ୟବସ୍ଥା ରହିଛି । ଯଦି ବିନା ପଞ୍ଜିକରଣରେ କୌଣସି ବ୍ୟକ୍ତି ଓଡ଼ିଶାରେ ପ୍ରବେଶ କରନ୍ତି କିମ୍ବା ସରକାରଙ୍କ ୧୪ ଦିନ ବାଧ୍ୟତାମୂଳକ ସଙ୍ଗରୋଧ ନିଦେ୍ର୍ଦଶନାମାକୁ ଅବମାନନା କରନ୍ତି ତେବେ ବିପର୍ଯ୍ୟୟ ପରିଚାଳନା ଆଇନ – ୨୦୦୫ ଅନୁଯାୟୀ ସଂପୃକ୍ତ ବ୍ୟକ୍ତିଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।