ବାଲିଗୁଡ଼ା: ବେଲଘର ହାତୀ ମୃତ, ଘଟଣା , ଏସିଏଫଓ ସୂର୍ଯ୍ୟକାନ୍ତ ବେହେରା ନିଲମ୍ୱିତ

Spread the love
ବାଲିଗୁଡା,   ୧ /୨/୨୬  (ସନ୍ଧାନ ନ୍ୟୁଜ ) :  ବହୁ ଚର୍ଚ୍ଚିତ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବନଖଣ୍ଡ ଅଧିନସ୍ଥ ବେଲଘର ବନାଞଳରେ ହାତୀ ମୃତ୍ୟୁ ପରେ ଖଣ୍ଡ ଖଣ୍ଡ କରି କାଟି ମାଟି ତଳେ ପୋତିବା ଘଟଣାରେ ଶନିବାର ଜଙ୍ଗଲ ଓ ପରିବେଶ ମନ୍ତ୍ରଣାଳୟ ପକ୍ଷରୁ ଏସିଏଫଓ ସୂର୍ଯ୍ୟକାନ୍ତ ବେହେରାଙ୍କୁ ନିଲମ୍ୱିତ କରାଯାଇଅଛି। ସୂର୍ଯ୍ୟ କାନ୍ତ ବେହେରା ଜାନୁୟାରୀ ୫ ତାରିଖରେ ବେଲଘର ବନାଞ୍ଚଳର ମୁଣ୍ଡୁଟି ଜଙ୍ଗଲରେ ହାତୀ ମୃତ ଘଟଣା ର ତଦନ୍ତ ପାଇଁ ଯାଇ ଡିଏଫଓ ଙ୍କୁ ଭୁଲ ରିପୋର୍ଟ ପ୍ରଦାନ କରିଥିଲେ। ହାତୀ ମୃତ ଘଟଣା ଏକ ଗୁଜବ ଏଥିରେ କୌଣସି ସତ୍ୟତା ନଥିବା ରିପୋର୍ଟ ରେ ଲେଖିଥିଲେ। ଗଣମାଧ୍ୟମ ରେ ଖବର ପ୍ରକାଶ ପାଇବା ପରେ ଡିଏଫଓ ଘନଶ୍ୟାମ ମହାନ୍ତ ନିଜେ ବେଲଘର ଯିବା ପରେ ଘଟଣା ସତ୍ୟ ରିପୋର୍ଟ ପ୍ରଦାନ କରିଥିଲେ। ଏହା ପରେ ଜଙ୍ଗଲ ଓ ପରିବେଶ ମନ୍ତ୍ରଣାଳୟ ତରଫରୁ ରେଞ୍ଜର ବିନୟ କୁମାର ବିଶି କୁ ନିଲମ୍ୱିତ କରିଥିବା ବେଳେ ଭୁଲ ରିପୋର୍ଟ ପ୍ରଦାନ କରିଥିବା ଅଭିଯୋଗ ରେ ଏସିଏଫଓ ସୂର୍ଯ୍ୟକାନ୍ତ ବେହେରା ଙ୍କୁ ନିଲମ୍ୱିତ କରଯାଇଥିବା ଜଣାପଡିଛି

Related Posts

About The Author

Add Comment