ବାରିପଦା ରେ କେବେ ହେବ ପାର୍କ ଗୁଡ଼ିକ ର ଆଧୁନିକୀକରଣ

Spread the love

ବାରିପଦା, ୨୧/୧୨/୨୦୨୦ (ସନ୍ଧାନ ନିଉଜ୍/ଲିଙ୍ଗରାଜ ପଣ୍ଡା)-ମହାମାରୀ କରୋନା ପିଲାଙ୍କ ଆନନ୍ଦ ଉଲ୍ଲାସରେ ଭଟ୍ଟା ପକାଇଛି । କାରଣ ସ୍କୁଲରେ ପାଠପଢିବା ସହିତ ଘର ବାହାରକୁ ନ ଯିବା ପାଇଁ ପରିବାର ପକ୍ଷରୁ ମଧ୍ୟ କଟକଣା ଜାରି ରହିଛି । ଚଳିତବର୍ଷ ଗତ ମାର୍ଚ୍ଚରୁ ଶିଶୁମାନେ ଘରେ ବନ୍ଦୀ ଜୀବନ ଭଳି ସମୟ ବିତାଉଛନ୍ତି । ଏପରିକି ସାହି ପଡିଶା ସାଙ୍ଗ ସାଥୀଙ୍କୁ ଭେଟିବାକୁ ମଧ୍ୟ ଅନୁମତି ନାହିଁ । ବାରିପଦା ସହରରେଶିଶୁଙ୍କ ପାଇଁ ଉଦ୍ଦିଷ୍ଟ ସହୀଦ ସ୍ମୃତିଭବନ ନିକଟସ୍ଥ ତିନିକୋଣିଆ ବଗିଚା (ଶିଶୁ-ଉଦ୍ୟାନ), ଇଂଜପୁରର ବିଜୁ ପଟ୍ଟନାୟକ ଶିଶୁ ଉଦ୍ୟାନ ଏବଂ ଦେଉଳିସାହି ବଡଜଗନ୍ନାଥ ମନ୍ଦିର, ଅଧୁଷ୍ଠାତ୍ରୀ ଦେବୀ ପରିଚିତ ଥିଲା। କିନ୍ତୁ ଏବେ ଏହି ସହର ଧୂଳିଧୁସରିତ ମରୁଭୂମି ଭାବେ ଉଭା ହୋଇଛି । ପୂର୍ବରୁ ସବୁଜ ବୃକ୍ଷରାଜିରେ ମାଅମିକାଙ୍କ ମନ୍ଦିର, ସନବଜାର ଓ ବାଗଡିହାଠାରେ ଗୋଟିଏ କରି ଶିଶୁମାନଙ୍କ ପାଇଁ ଉଦ୍ୟାନ ରହିଛି । ଏହି ଉଦ୍ୟାନଗୁଡିକ ବର୍ଭମାନ କରୋନା କଟକଣା ପାଇଁ ବନ୍ଦ ରହିଥିବା ସହ ଆଗାମୀ ଜାନୁଆରୀରେ ଏହା ଖୋଲିବ ବୋଲି କୁହାଯାଉଛି। ଏଥିସହିତ ସର୍ବପୁରାତନ ଗାନ୍ଧୀ ପାର୍କ ଏବଂ ଜିଲାପାଳଙ୍କ କାର୍ଯ୍ୟାଳୟର ପଶ୍ଚିମ ପାର୍ଶ୍ୱରେ ଥିବା ଜୁବୁଲୀ ପାର୍କ ରହିଥିଲେ ମଧ୍ୟ ଏଗୁଡ଼ିକର ଆଧୁନିକୀକରଣର ଆବଶ୍ୟକତା ରହିଛି । ଗତ ୫୦ ଦଶକରେ ସମଗ୍ର ରାଜ୍ୟରେ ବାରିପଦା ଏକ ପ୍ରାକୃତିକ ସୌନ୍ଦର୍ଯ୍ୟଭରା ସହଭାବେ ପରିପୂର୍ଣ୍ଣ ଥିବା ଏହାର ଜଳବାୟୁରେ ଏବେ ବ୍ୟାପକ ପରିବର୍ତ୍ତନ ଘଟିଛି । ଏହି  ପରିପ୍ରେକ୍ଷୀରେ ସହର ମଧ୍ୟରେ ଥିବା ପାର୍କଗୁଡିକରେ ପିଲାଙ୍କ ଖେଳ ପାଇଁ ଆଧୁନିକତାର ବ୍ୟବସ୍ଥା ସହ ଏହି ପାର୍କରେ ବ୍ୟାପକ ବୃକ୍ଷରାଜି ରୋପଣ କରିବାର ଆବଶ୍ୟକତା ରହିଛି । ପୌରପରିଷଦ ତରଫରୁ ସ୍ୱାଧୀନତାର ଜୁବୁଲୀ ବାର୍ଷିକୀ ପାଳନର ସ୍ମାରକୀ ସ୍ବରୂପ ଜିଲାପାଳଙ୍କ କାର୍ଯ୍ୟାଳୟର ପଶ୍ଚିମ ପାର୍ଶ୍ୱରେ ପ୍ରାୟ ଦୁଇ  ଏକର ପରିମିତ ଅଂଚଳରେ ଥିବା ଜୁବୁଲୀ ପାର୍କଟିକୁ ଏକ ହରିଣ ଉଦ୍ୟାନଭାବେ ଗଢିତୋଳିବାର ପ୍ରସ୍ତାବ ଥିଲା । ଏଥିନିମନ୍ତେ ସରକାରଙ୍କ ବନବିଭାଗ ତରଫରୁ ଅନୁମତି ମଧ୍ୟ ହାସଲ କରାଯାଇଥିଲା । କିନ୍ତୁ ଦୀର୍ଘ ବହୁବର୍ଷ ବିତିଯାଇଥିଲେ ମଧ୍ୟ ହରିଣ ଉଦ୍ୟାନ କେବଳ ପ୍ରସ୍ତାବରେ ରହିଯାଇଛି । ସେହିପରି ଏହି ପାର୍କ ନିକଟ ଝିରବନ୍ଧ ଓ ଘୋଡ଼ାବନ୍ଧର ଆଧୁନିକରଣ କାର୍ଯ୍ୟ ସହିତ ଏଥିରେ ପ୍ରାକୃତିକ ଦୁର ପରିବେଶ ସୃଷ୍ଟି କରାଯାଇ ନୌକାବିହାର ପାଇଁ ଯୋଜନା କରାଯାଇଥିଲେ ମଧ୍ୟ ତାହା ଏଯାବତ କାର୍ଯ୍ୟକାରୀ ହୋଇ ନାହିଁ । ପରବର୍ତ୍ତୀ ସମୟରେ ଅର୍ଥାତ୍ ୨୦୧୬ ନଭେମ୍ବର ୨୬ ତାରିଖରେ ଏହାର ବାମ ପାର୍ଶ୍ୱରେ ଥିବା ପରିତ୍ୟକ୍ତ ଅଂଚଳରେ ଗୋଟିଏ ମ୍ୟୁଜିକ ୱାଟରଫାଉଣ୍ଟନ ନିର୍ମାଣ କରାଯାଇ ନୌକାବିହାର ବ୍ୟବସ୍ଥା ହୋଇଥିଲା । କିନ୍ତୁ ଏବେ ନୌକାଗୁଡିକ ଅଚଳ ହୋଇପଡିଛି । ସହରର କେନ୍ଦ୍ରସ୍ଥଳୀ ବଡପୋଖରୀ ଓ ଚାପଲପୋଖରୀ ମଧ୍ୟସ୍ଥଳରେ ଥିବା ଗାନ୍ଧୀ ପାର୍କର  ବିଶାଳକାୟ ପୁରାତନ ବୃକ୍ଷଗୁଡିକରେ ବାଦୁଡି ସହିତ ଅନ୍ୟାନ୍ୟ ବହୁ ପକ୍ଷୀ ବାସ କରୁଥିବାର ଦେଖାଯାଉଛି । ଏମାନଙ୍କ ସୁରକ୍ଷା ପାଇଁ ପୌରପରିଷଦ ଓ ସ୍ଥାନୀୟ ବନବିଭାଗ ମିଳିତଭାବେ ଯୋଜନା ପ୍ରସ୍ତୁତ କରିବା ସହିତ ଏହାକୁ ଏକ ବିଶେଷ ପକ୍ଷୀ ଉଦ୍ୟାନରେ ପରିଣତ କରାଯାଇ ପାରିବ । ଏଥିସହିତ ଏହାର ଦୁଇ ପାର୍ଶ୍ୱରେ ଥିବା ବଡପୋଖରୀ ଓ ଚାପଲପୋଖରୀରେ ନୌକାବିହାର ପାଇଁ ଯୋଜନା କାର୍ଯ୍ୟକାରୀ କରିବାର ଆବଶ୍ୟକତା ରହିଛି। ସହିଦ ସ୍ମୃତିଭବନ ନିକଟରେ ଥିବା ତିନିକୋଣିଆ ବଗିଚା (ଶିଶୁ ଉଦ୍ୟାନ) ର ଟ୍ରୟ ଟ୍ରେନ ପାଇଁ ପିଲାମାନେ ଆକର୍ଷିତ ହେଉଥିଲା ବେଳେ ଏହା ଦୀର୍ଘ ବର୍ଷ ଧରି ଅକାମୀ ହୋଇ ପଡିଛି । ୨୦୦୯ ଅଗଷ୍ଟ ୩୧‌ତାରିଖରେ ପ୍ରାୟ ଅଢେଇ ଏକର ପରିମିତ ଅଂଚଳରେ ଇଂଜପୁରରେ ବିଜୁ ପଟ୍ଟନାୟକଙ୍କ ନାମରେ ଏକ ଶିଶୁ ଉଦ୍ୟାନ ନିର୍ମାଣ କରାଯାଇଥିଲା । କିନ୍ତୁ ଏହି ଉଦ୍ୟାନରେ ବ୍ୟାପକ ଖେଳ ସାମଗ୍ରୀର ଅଭାବ ତଥା ପ୍ରସ୍ତାବିତ ମିକି ମାଉସ ଖେଳ ସାମଗ୍ରୀ ନ ଥିବାରୁ ଶିଶୁମାନଙ୍କୁ ଏହି ଉଦ୍ୟାନ ଆକର୍ଷିତ କରିପାରୁ ନାହିଁ । ଦେଉଳସାହିରେ ଥିବା ଶିଶୁ ଉଦ୍ୟାନଟି ପରିତ୍ୟକ୍ତ ଅବସ୍ଥାରେ ରହିଛି । କାରଣ ଏଠାରେ ଥିବା ଝୁଲା ଓ ପୁରୁଣୀ ଘୋଡା ଖେଳନାଗୁଡିକ, ଭାଙ୍ଗି ଯାଇଥିବାରୁ ଶିଶୁମାନଙ୍କର ଏଠାରେ ଭିଡ ଦେଖାଯାଉ ନାହିଁ । ମାଅମିକା ମନ୍ଦିର ନିକଟରେ ଥିବା ଶିଶୁ ଉଦ୍ୟାନଟିରେ ବିଶେଷ ଖେଳନା ନ ଥିବାରୁ ଶିଶୁମାନଙ୍କୁ ଏହି ଉଦ୍ୟାନ ମଧ୍ୟ ଆକର୍ଷିତ କରି ପାରୁ ଦେଉଳସାହିର ଶିଶୁ ଉଦ୍ୟାନ, ଅମିକା ମନ୍ଦିର ଶିଶୁ ଉଦ୍ୟାନ, ଷ୍ଟେସନବଜାର ଶିଶୁ ଉଦ୍ୟାନ ଭଳି ସହରରେ ବହୁ ସ୍ଥାନରେ ଉଦ୍ୟାନ ନିର୍ମାଣ କରାଯାଇ ପାରିଲେ ଶିଶୁମାନଙ୍କ ଭୁଗୁଡାକଟା, ଶ୍ରୀପଦଗଞ୍ଜ, ପୋଡାଅସ୍ତିଆ, କାଳିକାପୁର, ମଧୁବନ ପ୍ରଭୃତି ଅଂଚଳରେ ଛୋଟ ଛୋଟ ଶିଶୁ ଉଦ୍ୟାନ ନିର୍ମାଣ ନିମନ୍ତେ ପୌରପରିଷଦ ଯୋଜନା କରି ପାରିଲେ ଏହି ସହର ଏକ ସୌନ୍ଦର୍ଯ୍ୟଭରା ସହରଭାବେ ଏହାର ପୂର୍ବ ଗୌରବ ହାସଲ କରି ପାରିବ । ଏଥିସହିତ ସହରରେ ଥିବା ବିଭିନ୍ନ ଉଦ୍ୟାନଗୁଡିକର ଆଧୁନିକୀକରଣ ଯୋଜନା କାର୍ଯ୍ୟକାରୀ କରାଯିବା ପାଇଁ ପୌରପରିଷଦ ନୀତି ନିଦ୍ଧାରଣ କରିବାର ଆବଶ୍ୟକତା ରହିଛି । ସେହିପରି ଉଦ୍ୟାନଗୁଡିକରେ ପିଲାମାନଙ୍କର ପ୍ରବେଶ ପାଇଁ ଧାର୍ଯ୍ୟ ହୋଇଥିବା ପ୍ରବେଶିକା ଅର୍ଥ ମଧ୍ୟ ହ୍ରାସ କରାଯିବା ପାଇଁ ଦାବି ହେଉଛି ।

Related Posts

About The Author

Add Comment