ବାରିପଦା, 09.12.2020 (ଲିଙ୍ଗରାଜ ପଣ୍ଡା): ସ୍ଥାନୀୟ ପାଲବଣିଠାରେ ବାରିପଦା ପୌର ପରିଷଦରେ କାର୍ଯ୍ୟରତ ସଚ୍ଚସାର୍ଥୀ ଓ ସୁପରଭାଇଜର ସଂଘ ଗଠିତ ହୋଇଛି। ରେହାନା ସୁଲତାନା ଓ ମମତା ମିଶ୍ରଙ୍କ ତତ୍ବାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପୌର ପରିଷଦର ଅବସରପ୍ରାପ୍ତ କର୍ମଚାରୀ ନନ୍ଦ କୁମାର ମହାପାତ୍ର ମୁଖ୍ୟଅତିଥି, ବରିଷ୍ଠ ସଙ୍ଗଠକ କାହ୍ନଚରଣ ବେହେରା ମୁଖ୍ୟବକ୍ତା, ଅବସିରପ୍ରାପ୍ତ ଅଧ୍ୟାପକ ଗୋପବନ୍ଧୁ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ, ସ୍ଵଚ୍ଛସାଥୀ ଓ ସୁପରଭାଇଜରଙ୍କ ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିଥିଲେ। ସ୍ୱଚ୍ଚସାଥୀ ଓ ସୁପରଭାଇଜରଙ୍କ ପ୍ରାପ୍ୟାରାଶି ସିଧାସଳଖ ବ୍ୟାଙ୍କ ଜମାଖାତାକୁ ଆସିବା ଉପରେ ଆଲୋଚନା ହୋଇଥିଲା ସଚ୍ଚସାଥୀଙ୍କ ପ୍ରୋତ୍ସାହନ ରାଶି ମାସିକ ୧୨ହଜାର ଓ ସୁପରଭାଇଜରମାନଙ୍କ ପ୍ରୋତ୍ସାହନ ରାଶି ମାସିକ ୧୫ ହଜାର ଟଙ୍କାକୁ ବୃଦ୍ଧି କରାଯିବା ନିମନ୍ତେ ଦାବି ଉପସ୍ଥାପିତ କରାଯାଇଛି। ଏହି ଅବସରରେ ସଂଘର କର୍ମକର୍ତ୍ତା ଚୟନ କରାଯାଇଥିଲା । ରେହାନା ସୁଲତାନା ସଭାପତି, ଇତିଶ୍ରୀ ମିଶ୍ର ଓ ପଦ୍ମାଳୟା ନାଥ ଉପସଭାପତି, ମମତା ମିଶ୍ର ସାଧାରଣ ସମ୍ପାଦିକା, ତନୁସ୍ମିତା ଦତ୍ତ ସହ ସମ୍ପାଦିକା, ଭାନୁପ୍ରିୟା ପାଣିଗ୍ରାହୀ କୋଷାଧ୍ୟକ୍ଷ, ନ୍ଦକୁମାର ମହାପାତ୍ର, କାହ୍ନଚରଣ ବେହେରା ଓ ଗୋପବନ୍ଧୁଙ୍କୁ ସଂଘର ପରାମର୍ଶଦାତା ଭାବେ ମନୋନୀତ କରାଯାଇଛି । ଏଥିସହିତ ବିନତୀ ନାଥ, ରେହାରାଣୀ ଦାସ, ସୁଜାତା ଦଳେଇ, ପ୍ରଭାବତୀ ସାହୁ, ଗାୟତ୍ରୀ ଖାତୁନ, ଅନୁପମା ନନ୍ଦ, ବାସନ୍ତୀ ମୁଖୀ, ଦମୟନ୍ତୀ କରଙ୍କ ସମେତ ୧୩ ଜଣଙ୍କୁ ସଂଘର କାର୍ଯ୍ୟକାରୀ କମିଟି ସଦସ୍ୟ ଭାବେ ମନୋନୀତ କରାଯାଇଛି।
ବାରିପଦା ପୌର ପରିଷଦ ସ୍ବଚ୍ଛସାଥୀ ଓ ସୁପରଭାଇଜର ସଂଘ ଗଠିତ
|
December 9, 2020 |