*ବାରମ୍ବାର ବିଦ୍ୟୁତ୍ କାଟ୍ କୁ ନେଇ ଜନ ଅସନ୍ତୋଷ*

Spread the love
ଆରଡ଼ି, ୦୮/୦୭/୨୦୨୧ (ସନ୍ଧାନ ନିଉଜ/ପ୍ରଶାନ୍ତ ବାରିକ୍) : ଭଦ୍ରକ ଜିଲ୍ଲା ଆରଡ଼ି ଅଞ୍ଚଳ ରେ ବାରମ୍ବାର ବିଦ୍ୟୁତ୍ କାଟ୍ କୁ ନେଇ ଅଞ୍ଚଳ ବାସୀ ଙ୍କ ମନରେ ଅସନ୍ତୋଷ ଦେଖାଦେଇଛି। ଭଦ୍ରକ ଜିଲ୍ଲା  ଅସୁରାଳି ରେ ଥିବା ସବଡିଭିଜନ ର  ଅଧୀନରେ ଥିବା କୋଠାର ଠାରୁ ଆରମ୍ଭ କରି ନାନ୍ଦପୁର, କୋଇଲେଖା ଏମିତିକି ପଯ୍ୟସ୍ଥଳି ଶୈବପୀଠ ବାବା ଆଖଣ୍ଡମଣି ଆରଡ଼ି ପର୍ଯ୍ୟନ୍ତ ପ୍ରାୟ ପନ୍ଦର ହଜାର ଉପଭୋକ୍ତା ଙ୍କ ମଧ୍ୟରେ ଘୋର ଅସନ୍ତୋଷ ବଢ଼ିବାରେ ଦେଖା ଦେବାରେ ଲାଗିଛି। ଟାଟା କମ୍ପାନୀ ନେସ୍କୋ ଠାରୁ ବିଦୂତ ଯୋଗାଣ ଦାୟିତ୍ଵ ନେବା ପର ଠାରୁ ଏଭଳି ସ୍ଥିତି ଅଧିକ ରୁ ଅଧିକ ଘନେଇ ବାରେ ଲାଗିଛି। ବହୁ ବର୍ଷ ଧରି ବିଦ୍ୟୁତ୍ ସମସ୍ୟା ଏହି ଅଞ୍ଚଳ ମାନଙ୍କ ରେ ଲାଗିରହିଥିଲେ ମଧ୍ୟ ଏହାର କୌଣସି ସମାଧାନ ହୋଇପାରୁନାହିଁ। ପ୍ରତ୍ୟେକ ଦିନ ବିନା ସୂଚନା ରେ ବିଦ୍ୟୁତ୍ କାଟି ଦିଆଯାଉଛି। ବର୍ଷା ର ଆଗମନ ଦେଖି ମୟୂର ନାଚିଲା ଭଳି ବିଦ୍ୟୁତ୍ ବିଭାଗ ମଧ୍ୟ ଚାହିଁ ବସିଛନ୍ତି ବର୍ଷା ର ଆଗମନ କୁ। ଅସରାଏ  ବର୍ଷା କିମ୍ବା ବନ୍ୟା ରେ ଆଠ ରୁ ଦଶ ଦିନ ପର୍ଯ୍ୟନ୍ତ ଅନ୍ଧାର ରେ ରହିବାକୁ ପଡୁଛି ଅଞ୍ଚଳ ବାସୀ ଙ୍କୁ। ଖରା ଦିନ କଥା କହିଲେ ନସରେ। କିନ୍ତୁ ପ୍ରତି ମାସ ରେ ଉପଭୋକ୍ତା  ମାନକୁ ବିଦ୍ୟୁତ୍ କାଟି ଦେବାର ଧମକ ଦେଖା ଇ ବିଲ୍ ଆଦାୟ ରେ ଅବହେଳା କରୁ ନାହାଁନ୍ତି କର୍ମଚାରୀ। ଅନେକ ଦାବି ଆନ୍ଦୋଳନ ସତ୍ତ୍ଵେ ମଧ୍ୟ ଏହାର କୌଣସି ସୁଧାର ଆସିବାରେ ଦେଖା ଯାଉନି। ରାଜ୍ୟ ସରକାର ବିଦ୍ୟୁତ୍ ବଳକା ରାଜ୍ୟ ବୋଲି ଘଣ୍ଟ ବାଡଉ ଥିବା ବେଳେ  ଗାଁ ଗହଳି ରେ ଚବିଶି ଘଣ୍ଟା ବିଦ୍ୟୁତ୍ କଟା ବନ୍ଧ ହେଉନି। ଯଦି ଆସନ୍ତା ଭବିଷ୍ୟତ ରେ  ଏଭଳି ସମସ୍ୟା ଦୂର ହୁଏ ତେବେ ଆନ୍ଦୋଳନ ତୀବ୍ର ରୂପ ନେବ ବୋଲି ଉପଭୋକ୍ତା ଚେତାବନୀ ଦେଇଛନ୍ତି।

Related Posts

About The Author

Add Comment