ଭୁବନେଶ୍ୱର, ୧୯/୮ (ସନ୍ଧାନ ନିୟୁଜ) ବାଣ ଭିଡ଼ା ବେଳେ ବିସ୍ଫୋରଣ ହେବାରୁ ଜଣଙ୍କର ମୃତ୍ୟୁ ଘଟିଛି। ଆଜି ଏପରି ଅଭାବନୀୟ ଘଟଣା ନୟାଗଡ଼ ଜିଲ୍ଲା ଶରଣକୁଳ ଥାନା ଗୁଡ଼ିପଡ଼ାରେ ଘଟିଛି। ଅଗ୍ନିଶମ କର୍ମଚାରୀମାନେ ଗାଁରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଚଳାଇଛନ୍ତି। ବାଣ ବିସ୍ଫୋରଣରେ ଘରଟି ପାଉଁଶ ହୋଇଯାଇଛି।
ଗୋଡିପଡା ଗାଁର ଅକ୍ଷୟ ସେଠୀ ଆଜି ବାଣ ଭିଡ଼ୁଥିଲେ! ପାଖରେ ବହୁ ବାଣ ଗଚ୍ଛିତ ଥିଲା। ତେବେ ଏହି ସମୟରେ କୌଣସି କାରଣରୁ ବାଣରେ ଅଗ୍ନି ସଂଯୋଗ ହୋଇଯାଇଥିଲା। ଫଳରେ ବାଣ ଗୁଡ଼ିକ ବିସ୍ଫୋରଣ ହୋଇଥିଲା। ଘଟଣାସ୍ଥଳରେ ଅକ୍ଷୟଙ୍କ ମୃତ୍ୟୁ ଘଟିଛି।