ନୀଳଗିରି,13/09/2021 (ସନ୍ଧାନ ନିଉଜ) ପୋଲିସକୁ ମିଳିଛି ବଡ଼ ସଫଳତା । ଦୀର୍ଘଦିନ ଧରି ଖୋଜୁଥିବା ବାଇକ୍ ଚୋରୀ ଗ୍ୟାଙ୍ଗକୁ ଧରିଛି ପୋଲିସ୍ । ଏପରି ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ନୀଳଗିରି ଥାନା ଅଧିନ ପୁନଦାଳ ଅଞ୍ଚଳରେ ।
ଏହି ଗ୍ୟାଙ୍ଗକୁ ଧରିବାକୁ ପୋଲିସ୍ ଦୀର୍ଘଦିନ ହେବ ଚେଷ୍ଟା କରି ଆସୁଥିଲା । ପୂର୍ବରୁ ଏହି ଗ୍ୟାଙ୍ଗଙ୍କ ନାମରେ ୪୦ରୁ ଉର୍ଦ୍ଧ ଗାଡ଼ି ଚୋରୀ ହୋଇଥିବାର ଅଭିଯୋଗ ହୋଇଥିବା ବେଳେ ପୋଲିସ୍ ବର୍ତ୍ତମାନ ଏହି ଗ୍ୟାଙ୍ଗକୁ ଧରି ୯ଟି ଗାଡ଼ି ଜବତ କରିଛି ଏବଂ ଅନ୍ୟ ଗାଡ଼ିକୁ ଆଣିବା ପାଇର୍ ଚେଷ୍ଟା ଚଳାଇଛି ।
ପୁର୍ବରୁ ଗ୍ୟାଙ୍ଗର ମାଷ୍ଟରମାଇଣ୍ଡ ଗିରଫ ପରେ ନୀଳଗିରି ଅଂଚଳର କିଛି ଯୁବକ ଚୋରିରେ ସାମିଲ ହୋଇଥିବା ଜଣାପଡିଥିଲା ।
ତେବେ ଆଜି ସକାଳେ ପୋଲିସ୍ ଅଚାନକ ଚଢାଉ କରିଥିଲା ନୀଳଗିରି ଥାନା ଅଧିନ ପୁନଦାଳ ଅଞ୍ଚଳରେ ଫଳରେ କିଛି ବାଇକ୍ ଜବତ କରିଥିଲା । ସୁଚନା ଅନୁସାରେ ସ୍ଥାନୀୟ ଲୋକଙ୍କ କହିବା ମୂତାବକ ଏହି ବାଇକ୍ ଚୋରୀ ଘଟଣା ପ୍ରତିଦିନ ଘଟୁଥିବା ବେଳେ ଏହା ମୁଣ୍ଡ ବିନ୍ଧାର କାରଣ ପାଲଟିଛି । ଫଳରେ ଅଧିକ ତଥ୍ୟ ଯୋଗାଡ଼ ପାଇଁ ସେହି ଅଚଂଳ କିଛି ଯୁବକଙ୍କୁ ପୋଲିସ୍ ଅଟକ ରଖି ପଚରାଉଚରା କରୁଛି ।



