ନୂଆଦିଲ୍ଲୀ, ୦୩/୧୧/୨୦୨୧ (ସନ୍ଧାନ ନିଉଜ) : ବହୁ ପ୍ରତୀକ୍ଷାର ଘଟିଲା ଅନ୍ତ । ଶେଷରେ ଭାରତର ସ୍ୱଦେଶୀ ଟିକା କୋଭାକ୍ସିନ୍ କୁ ଜରୁରୀ କାଳୀନ ବ୍ୟବହାର ପାଇଁ ଅନୁମତି ଦେଲା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ । ଦୀର୍ଘ ଦିନ ଧରି ଭାରତ ବାୟୋଟେକ୍ ଦ୍ୱାରା ପ୍ରସ୍ତୁତ କୋଭାକ୍ସିନ୍ ଅନୁମତି ଅପେକ୍ଷାରେ ରହିଥିଲା । ଯାହାକୁ ଆଜି ସୀକୃତି ଦେଇଛି ଡବ୍ଲୁଏଚଓ । ଏବେ ଅନ୍ୟ ଦେଶରେ ବି କୋଭାକ୍ସିନ୍ ର ବ୍ୟବହାର କରାଯାଇ ପାରିବ । ଏବଂ ଆଜି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅନୁମତି ଦେବା ପରେ ଏହି ରାସ୍ତା ମଧ୍ୟ ସଫା ହୋଇଛି । ପୂର୍ବରୁ ଆବଶ୍ୟକୀୟ ଦସ୍ତାବିଜ୍ ଦାଖଲ କରିବାରେ ବିଳମ୍ବ ହୋଇଥିବାରୁ କୋଭାକ୍ସିନ୍ କୁ ଅନୁମତି ମିଳିପାରିନଥିଲା । ଯାହା କୁ ନେଇ ଭାରତ ବାୟୋଟେକ୍ ପକ୍ଷରୁ ପରବର୍ତ୍ତୀ ସମୟରେ ସମସ୍ତ ଦସ୍ତାବିଜ୍ ଦାଖଲ କରାଯାଇଥିଲା । ଏହାପରେ ଦୁଇ ଦୁଇ ଥର ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏହା ଉପରେ ବୈଠକ କରିବା ପରେ ଆଜି ଶେଷରେ କୋଭାକ୍ସିନ୍ କୁ ଅନୁମତି ମିଳିଛି ।