ଉତ୍ତରପ୍ରଦେଶ, ୨୫/୦୭/୨୦୨୨ (ସନ୍ଧାନ ନିଉଜ) ଉତ୍ତରପ୍ରଦେଶର ବାରାବଙ୍କି ଜିଲ୍ଲାରେ ଆଜି ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ବସକୁ ଆଉ ଏକ ବସ ଧକ୍କା ଦେବା ଫଳରେ ଦୁର୍ଘଟଣାରେ ୮ଜଣ ଯାତ୍ରୀଙ୍କର ମୃତ୍ୟୁ ଘଟିଛି । ଏହାସହ ପ୍ରାୟ ୩୬ ଜଣ ଆହତ ହୋଇଛନ୍ତି । ଖବର ପାଇ ପୁଲିସ ଓ ଉଦ୍ଧାରକାରୀ ଦଳ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି । ଆହତଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଘଟଣା ସ୍ଥଳରେ ପୁଲିସ ପହଞ୍ଚିବା ପରେ ଜାତୀୟ ରାଜପଥରୁ କ୍ଷତିଗ୍ରସ୍ତ ଗାଡିକୁ ହଟାଇବା ପରେ ଯାତାୟାତ ସ୍ୱଭାବିକ ହୋଇଛି ।
ସୂଚନା ଅନୁଯାୟୀ, ପୂବାଞ୍ଚଳ ଏକ୍ସପ୍ରେସରେ ସୋମବାର ଭୋର ସମୟରେ ଲୋନୀ କଟରା ଥାନା ଅଞ୍ଚଳରେ ନରେନ୍ଦ୍ରପୁର ମଦରହା ଗାଁ ନିକଟରେ ଠିଆ ହୋଇଥିବା ବସ୍?କୁ ପଛପଟୁ ଆସୁଥିବା ଆଉ ଏକ ବସ ଧକ୍କା ଦେଇଥିଲା । ପୂର୍ବାଞ୍ଚଳ ଏକ୍ସପ୍ରେସରେ ଲୋନୀ କଟରା ଥାନା ଅଞ୍ଚଳରେ ନରେନ୍ଦ୍ରପୁର ମଦରହା ଗାଁ ନିକଟରେ ଏକ୍ସପ୍ରେସ-ୱେ କଡରେ ଏକ ବସ୍ ଠିଆ ହୋଇଥିଲା । ପ୍ରାୟ ୪ଟା ୩୦ରେ ସୀତାମଡୀ ବିହାରରୁ ନୂଆଦିଲ୍ଲୀ ଯାଉଥିବା ଏକ ବସ ପଛପଟୁ ଉକ୍ତ ବସକୁ ଧକ୍କା ଦେଇଥିଲା । ଦୁର୍ଘଟଣା ଘଟାଇଥିବା ବସର ଚାଳକ ଘଟଣା ସ୍ଥଳରୁ ଫେରାର ହୋଇଯାଇଛି । ଏହି ଦୁର୍ଘଟଣାରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ ମୃତକଙ୍କ ପ୍ରତି ଗଭୀର ଶୋକ ପ୍ରକାଶ କରିଛନ୍ତି । ଅଧିକାରୀଙ୍କୁ ଘଟଣାର ତଦନ୍ତ କରିବା ସହ ଆହତଙ୍କ ସଠିକ ଚିିକିତ୍ସା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।