ଯାଜପୁର ସଦର, ୭/୧/୨୬ (ସନ୍ଧାନ ନ୍ୟୁଜ) : ଯାଜପୁର ଜିଲ୍ଲାରେ ଦିନକୁ ଦିନ ନିଶା ମାଫିଆ ମାନଙ୍କ ପାଦୃର୍ଭାବ ବଢ଼ୁଥିବା ବେଳେ, ଅବକାରୀ ବିଭାଗ ଚେଇଁ ଶୋଇଥିବାରୁ ନିଶା ମାଫିଆ ମାନେ ଖୁଲମ ଖୁଲା ବ୍ରାଉନ ସୁଗାର ଚରସ ହିରୋଇନ ବେପାର କରୁଥିବାର ଦେଖିବାକୁ ମିଳିଚି । ଏଠାରେ ସୂଚନା ଯୋଗ୍ୟ ଯେ, ବଲ୍ଲଭି ଘାଟ ନିକଟରେ ବ୍ରାଉନ ସୁଗାର ଧରି ୩ଜଣ ଯୁବକ ୫୦ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କାରୁ ଉର୍ଦ୍ଧ ଟଙ୍କାର ନିଶା ଦ୍ରବ୍ୟ ନେଇ ଯାଉଥିବା ବେଳେ, କୌଣସି ସୁତ୍ରରୁ ଖବର ପାଇ ଅବକାରୀ ବିଭାଗର ସ୍କ୍ୟୋର୍ଡ ସେମାନଙ୍କ ନିକଟରୁ ୫୨ ଗ୍ରାମର ବ୍ରାଉନ ସୁଗାର ହିରୋଇନ ଜବତ କରିବା ସହିତ ସେହି ୩ ଜଣଙ୍କ ପାଖରୁ ଧଳା ଜହର ଜବତ ହୋଇଥିବା ଜଣାଯାଇଚି । ଏହି ୩ ଜଣ ଯୁବକ ଯାଜପୁରର ୨ଜଣ ହୋଇଥିବା ବେଳେ, ଏଥେô ସାମିଲ ହୋଇଥିବା ଅନ୍ୟ ଜଣେ ଯୁବକ ଅଜ୍ୟ ଜିଲ୍ଲାରୁ ସାମିଲ ହୋଇଚି । ଅବକରୀ ବଭାଗର ପୋଲିସ ୩ଜଣ ଯୁବକଙ୍କ ନିକଟରୁ ୫୨ ଗ୍ରାମର ନିଶା ପାଉଡର ଜବତ କରିଚି । ଏହି ୩ଜଣକୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିବା ଅବକାରୀ ବିଭାଗ ସ୍କ୍ୟୋର୍ଡ ପକ୍ଷରୁ ପ୍ରକାସ କରାଯାଇଚି । ଏହି ୩ଜଣ ଯୁବକ ହେଲେ ଜାଲପୁର କରୁଣାକର ସାହୁଙ୍କ ସତ୍ୟପ୍ରକାସ ସାହୁ(୨୬), ଦିନବନ୍ଧୁ ପାଢ଼ୀଙ୍କ ପୁଅ ଇନ୍ଦ୍ରଜିତ ପାଢ଼ୀ, ଏହିପିର ଭଦ୍ରକ ଜିଲ୍ଲାର ଭଣ୍ଡାରିପୋଖରୀ ଗ୍ରାମର ଅଧି ବୋଇତେଇଙ୍କ ପୁଅ ଅଂଶୁମାନ ବୋଇତେଇ । ଅବକାରୀ ବିଭାଗ ପକ୍ଷରୁ ମାମଲା ରୁଜୁ କରାଯାଇ ୩ଜଣଙ୍କୁ ଚାଲାଣ କରାଯାଇଚି । ପୋଲିସ ସେମାନଙ୍କ ନିକଟରୁ ଏକ ବାଇକ ଜବତ କରିଚି । ଏହି ଚଢ଼ାଉରେ ଅବକାରୀ ଉପନିରିକ୍ଷକ ଖଗେଶ୍ୱର କଟା, ଏସଆଇ ସରୋଜ ବେହେରା, କନେଷ୍ଟବଳ ହେମଲାତା ଦାସ, ସୋମ୍ୟରଂଜନ ସାହୁ ଏହି ଚଢ଼ାଉରେ ସାମିଲ ହୋଇଥିଲେ ।
ବଲ୍ଲଭି ଘାଟ ନିକଟରୁ ଅବକାରୀ ବିଭାଗ ବ୍ରାଉନ ସୁଗାର ଧରିଲେ
|
January 7, 2026 |


