ସୁନ୍ଦରଗଡ଼ ତା:0୭-0୭-୨0୨୫ରିଖ (ସନ୍ଧାନ ନ୍ୟୁଜ /ଦୁର୍ଯ୍ୟୋଧନ ଗରଡ଼ିଆ )ଅଞ୍ଚଳ ରେ ବାରମ୍ବାର ରାସ୍ତା ବିଷୟ ରେ ଲୋକଲୋଚନ କୁ ପ୍ରସାରଣ ହେଉଥିଲେ ମଧ୍ୟ ପ୍ରଶାସନ ଦେଖି ଶୁଣି ନିରବ ରହି କୁମ୍ବକର୍ଣ୍ଣ ନିଦ୍ରା ରେ ଶୋଇଥିବା ଦେଖିବାକୁ ମିଳୁଛି l ବାଲିଶଙ୍କରା ବ୍ଲକ ତିଳଡେଗା ରୁ ଦେଓଭୁବନପୁର କୁ ଯାଇଥିବା ରାସ୍ତା ଟି ବର୍ଷା ରେ କାଦୁଅ ପରିପୂର୍ଣ ହୋଇ ଅତି ଶଙ୍କଟାପନ୍ନ ହୋଇ ପଡ଼ିଥିବା ଦେଖିବାକୁ ମିଳିଛି l ଉକ୍ତ ରାସ୍ତା ବିଷୟ ରେ ବାରମ୍ବାର ନ୍ୟୁଜ ମାଧ୍ୟମ ରେ ଲୋକ ଲୋଚନ କୁ ଆସୁଥିଲେ ମଧ୍ୟ ପ୍ରଶାସନ ଏହି ରାସ୍ତା ଉପରେ ନଜର ଦେଉ ନ ଥିବା ଜନ ସାଧାରଣ ପ୍ରକାଶ କରିଛନ୍ତି l ଉକ୍ତ ରାସ୍ତା ଦେଇ ପ୍ରତି ଦିନ ଶହ ଶହ ଲୋକ ଯା ଆସ କରୁଥିବା ବେଳେ ବର୍ତ୍ତମାନ ପାଣି କାଦୁଅ ରେ ରାସ୍ତା ଟି ପରି ପୁର୍ଣ ଥିବା ବେଳେ ଲୋକେ ଯା ଆସ କରି ପାରୁ ନାହାନ୍ତି l ଅତି ଶୀଘ୍ର ଉକ୍ତ ରାସ୍ତା ଟିକୁ ନିର୍ମାଣ କରିବା ପାଇଁ ପ୍ରଶାସନ କୁ ଜନ ସାଧାରଣ ଦାବି କରିଛନ୍ତି l
ବର୍ଷା ପାଣି ଯୋଗୁଁ ରାସ୍ତା କାଦୁଅ ଜନ ସାଧାରଣ ହନ୍ତସନ୍ତ ପ୍ରଶାସନ ନିରବ
|
September 7, 2025 |



