
ଚଣ୍ଡିିଖୋଲ, ୧୫/୦୮/୨୦ (ସନ୍ଧାନ ନିଉଜ) – ଲଘୁଚାପ ଜନିତ ବର୍ଷା ଶୁକ୍ରବାର ରାତିରେ ପ୍ରବଳ ମାତ୍ରାରେ ହେବାରୁ ଗାଁ ଠାରୁ ସହର ପର୍ଯ୍ୟନ୍ତ ସମସ୍ତ ଅଂଚଳ ଜଳମଗ୍ନ ହୋଇଉଠିଛି । ବଡଚଣା ବ୍ଳକ ଅନ୍ତର୍ଗତ ଖୋସାଲିପୁର ଗ୍ରାମରେ ବର୍ଷାଜଳ ନିଷ୍କାସନ ହୋଇ ନପାରିବାରୁ ପ୍ରାୟ ୨୦ଟି ପରିାବର ଗୃହ ମଧ୍ୟକୁ ବର୍ଷାଜଳ ପ୍ରବେଶ କରିଛି । ୧୧ନଂ ଶାଖା କେନାଲ କଡରେ ଥିବା ସରକାରୀ ଜମିକୁ ଗ୍ରାମର ଜୈନେକ ବ୍ୟକ୍ତ ଜବର ଦଖଲ କରି ଗୃହ ନିର୍ମାଣ କରିବାରୁ ବର୍ଷାଜଳ ନିଷ୍କାସନରେ ବାଧା ସୃଷ୍ଟି ହେଉଛି । ଗ୍ରାମର ପଛପଟେ ଥିବା ଚାଷଜମି ଓ ବାଡି ବଗିଚା ସହ ଗୃହ ମଧ୍ୟରେ ପାଣି ଜମି ରହିବାରୁ ଚାଷ କ୍ଷେତ ନଷ୍ଟ ହେବା ସହ ଗୁହାଳ ଓ ଘର ମଧ୍ୟରେ ବର୍ଷା ପାଣି ଜମି ରହିଥିଲା । ଜଳସେଚନ ବିଭାଗ ଖାମଖିଆଲି ନିତି ପାଇଁ ଜଳ ନିଷ୍କାସନ ହୋଇପାରୁ ନାହିଁ । ଜବର ଦଖଲ କରିଥିବା ବ୍ୟକ୍ତିଙ୍କୁ ନୋଟିସ କରାଯାଇଥିଲେ ବି ସରକାରୀ ଜମିକୁ ଜବର ଦଖଲକୁ ହଟାଯାଇ ପାରି ନାହିଁ । ଯାହା ଫଳରେ ଏଭଳି ପରିସ୍ଥିତି ସୃଷ୍ଟି ହେବା ସହ ଲୋକଙ୍କର ଧନସମ୍ପତି ନଷ୍ଟ ହେବାର ଲାଗିଛି । ସେହିପରି ନିଶିମଳା, ଚଣ୍ଡିଖୋଲ ଛକ ନୂଆବଜାରର ଏକ ଗ୍ୟାରେଜ ମଧ୍ୟକୁ ପାଣି ପଶି ଆସିବାରୁ ପ୍ରାୟ ୨୦ରୁ ଉର୍ଦ୍ଧ ଗାଡି ପାଣି ଭିତରେ ସଂପୂର୍ଣ୍ଣ ବୁଡିି ରହିଛି । ଚଣ୍ଡିଖୋଲ ଫାଣ୍ଡି ପଛପଟେ ଥିବା ଏକ ଆଦିବାସୀ ବସ୍ତିରେ ପାଣି ପଶି ଯିବାରୁ ପ୍ରାୟ ୨୦ଟି ଘର ଭାଙ୍ଗି ଯିବାସହ ସେମାନଙ୍କ ଆସବାସ ପତ୍ର, ଛେଳି ଓ କୁକୁଡା ଭାସି ଯାଇଥରବା ଦେଖିବାକୁ ମିଳିଥିଲା । ଗାନ୍ଧୀଛକ ନିକଟରେ ଥିବା ଅନ୍ୟଏକ ଆଦିାବସୀ ବସ୍ତିରେ ପାଣି ଫଶିଯିବାର କେତେକ ଗୃହ ସଂପୂର୍ଣ୍ଣ ଭାଙ୍ଗିଯିବା ସହ ସେମାନଙ୍କ ଗୃହପାଳିତ ପଶୁ ଆସବାସ ପତ୍ର ଭାସିଯାଇଛି । ଏଥିପ୍ରତି ବିଭଅଗୀୟ ଅଧିକାରୀ ଦୃଷ୍ଟି ଦେବାସହ ଏହାର ପ୍ରତିକାର ପାଇଁ ବିହୀତ କାର୍ଯ୍ୟପନ୍ଥା ଗ୍ରହଣ ନ କଲେ ଗ୍ରାମବାସୀ ବାଧ୍ୟ ହୋଇ ଏହାର ପ୍ରତିବାଦ କରିବେ ବୋଲି ସୂଚନା ଦେଇଛନ୍ତି । ଚାଷଜମିରୁ ଜଳ ନିଷ୍କାସନ ହୋଇ ନଥିବାରୁ ଶହଶହ ଏକର ରୁଆଧାନ ଓ ଅନ୍ୟ ଜମିଗୁଡିକ ଜଳମଗ୍ନ ହୋଇ ରହିଅଛି ।



