ଯାଜପୁର ସଦର, ୧୩ା୧୧ (ସନ୍ଧାନ ନିଉଜ) : ଯାଜପୁର ଜିଲ୍ଲା ବରୀ ନିର୍ବାଚନ ମଣ୍ଡଳୀର ବିଭିନ୍ନ ପ୍ରକଳ୍ପକୁ ରାଜ୍ୟ ସରକାରଙ୍କ ଦକ୍ଷତା ବିକାଶ ଗ୍ରାମ୍ୟ ଉନ୍ନୟନ ବୈଶିକ ମନ୍ତ୍ରୀ ପ୍ରିତ୍ତିରଂଜନ ଘଡ଼ାଇ ବରୀ ନିର୍ବାଚନ ମଣ୍ଡଳୀର ବିଭିନ୍ନ ପ୍ରକଳ୍ପକୁ ଶିଳାନ୍ୟାସ କରିବା ସହିତ ଏକଗୋଟି ଛାତ୍ରନିବାସକୁ ଶ୍ରୀ ଘଡ଼ାଇ ଉଦ୍ଘାଟନ କରିଥିଲେ । ଏହି ଅବସରରେ ମୁଖ୍ୟ ଅତିଥି ଶ୍ରୀ ଘଡ଼ାଇ ଏକ ସାଧାରଣ ସଭାରେ ଯୋଗଦାନ କରି ବରୀର ବିକାଶ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହାତରେ ରହିଚି ବୋଲି ଶ୍ରୀ ଘଡ଼ାଇ କହିଥିଲେ । ବରୀ ବିଧାୟୀକା ସୁନନ୍ଦା ଦାସ ଯୋଗଦେଇଥିବା ବେଳେ, ମୁଖ୍ୟମନ୍ତ୍ରୀ ଆର୍ଶିବାଦକୁ ପାଥେୟ କରି ଯାଜପୁର ଜିଲ୍ଲାର ୨ ମନ୍ତ୍ରୀ ପ୍ରିତ୍ତିରଂଜନ ଘଡ଼ାଇ, ରାଜସ୍ୱ ମନ୍ତ୍ରୀ ପ୍ରମିଳା ମଲିକ ମନ୍ତ୍ରୀପଦ ଦେଇଛନ୍ତି । ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ ସାଙ୍ଗଠନିକ ସମ୍ପାଦକ ନିଯୁକ୍ତି ଦେଇଥିବାରୁ ଯାଜପୁର ଜିଲ୍ଲାକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଭଲପାଉଥିବାରୁ ଏହାର ଉଦାହରଣ ବୋଲି ବରୀ ବିଧାୟୀକା ସୁନନ୍ଦା ଦାସ ସୂଚନା ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ବ୍ଲକ ସଭାପତି କେଦାର ସାମଲ ସଭାପତିତ୍ୱ କରୁଥିବା ବେଳେ ଜିଲ୍ଲା ପରିଷଦ ଅଶୋକ ସାମଲ, ବ୍ଲକ ଉପାଦକ୍ଷା ଅର୍ଚ୍ଚନା ମଲିକ, ମହିଳା ସଭାନେତ୍ରୀ ଜ୍ୟୋତିରାଣି ନାଥସର୍ମା, ନିଳମଣୀ ସାମଲ, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ସୁଲଭ ବେଉରୀଆ, ଆଇନିଜିବୀ ଯୁବ ସଭାପତି ପ୍ରଦିପ ଜେନା, ରଂଜନ ପଣ୍ଡା, ପୂର୍ବତନ ସରପଂଚ ପ୍ରମୋଦ ଜେନା, ନିର୍ମଳ ଦାସ ମଞ୍ଚାସିନ ହୋଇଥିବା ସମିତି ସଭ୍ୟା ସୁଧାଂଶୁବାଳା ସାମଲ ଧନ୍ୟବାଦ ଦେଇଥିଲେ । ସେହିପରି ପ୍ରଥମାଖଣ୍ଡି ଠାରୁ ବନ୍ଧଡିହ ପ୍ରଯ୍ୟନ୍ତ ପ୍ରସସ୍ଥି କରଣ ଗ୍ରାମ୍ୟଉନ୍ନୟନ ରାସ୍ତାକୁ ନବୀକରଣ ଶିଳାନ୍ୟାସ କରାଯାଇଥିଲା । ଏଠାରେ ସୂଚନା ଯୋଗ୍ୟ ଯେ, ଡିହସାହି ଚନ୍ଦନପୁର ଏସଡିଆର ଭାୟା ଗମୁ ମିତ୍ରସେନପୁର ୩ଗୋଟି ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଏବଂ ସୁଜନପୁର, କାକୁଡ଼ିକୁଦ ମୁଖ୍ୟମନ୍ତ୍ରୀ ସଡ଼କକୁ ଶିଳାନ୍ୟାସ କରିଥିବା ବେଳେ, ରଜାତୋଟା ବାଳିକା ଉଚ୍ଚବିଦ୍ୟାଳୟ ପରିଶରରେ ଜଗଜ୍ୟୋତି ଛାତ୍ରୀ ନିବାସକୁ ମନ୍ତ୍ରୀ ଶ୍ରୀ ଘଡ଼ାଇ ଉଦ୍ଘାଟନ କରିଥିଲେ । ବ୍ଲକ ଶିକ୍ଷାଧିକାରୀ ଗୁରୁଚରଣ ସଡ଼ଙ୍ଗୀ, ପ୍ରଧାନ ଶିକ୍ଷୟତ୍ରୀ ରଂଜିତା ଜେନା, ସଂଜୁକ୍ତା ସାମଲ ଅବସରପ୍ରାପ୍ତ ଶିକ୍ଷକ, ବହୁ ବିଶିଷ୍ଟ ବ୍ୟକ୍ତି ମାନେ ଯୋଗଦାନ କରିଥିଲେ ।
ବରୀର ବିଭିନ୍ନ ପ୍ରକଳ୍ପ ଗୁଡ଼ିକ ଶିଳାନ୍ୟାସ କଲେ ମାନନୀୟ ମନ୍ତ୍ରୀ
|
November 14, 2022 |
![](https://sandhannews.com/wp-content/uploads/2022/11/13-Silanyasa.jpeg)