ରାଇରଙ୍ଗପୁର ୨୨/୦୯/୨୦ (ସନ୍ଧାନ ନିଉଜ/ପରେଶ ଚନ୍ଦ୍ର ଷଡଙ୍ଗୀ) ମୟୂରଭଞ୍ଜ ଜିଲ୍ଲା ଜାମଦା ବନପାଳ ମାନବିର ଜଙ୍ଗଲ ରେ ଥିବା ଗିରିଆ ଗ୍ରାମ ନିକଟରେ ଏକ ମାଇ ହାତୀର ଦେହାନ୍ତ ହୋଇଥିଲା ।ମାନବିର ରିଜଭ ଜଙ୍ଗଲ ଟି ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ବନଖଣ୍ଡ,ବହଳଦା ବନାଞ୍ଚଳ ରେ ଅବସ୍ଥିତ । ସୁଚନା ଯୋଗ୍ୟ ଚଳିତ ୧୭/୯ ରିଖ ଗୁରୁବାର ଦିନ ଗିରିଆ ଗ୍ରାମ ନିକଟରେ ଏକ ମାଇ ରୁଗୁଣୀ ହାତୀଟି ଦେଖିବାକୁ ମିଳିଥିଲା ।ରୁଗୁଣୀ ହାତୀଟି ସମ୍ବନ୍ଧରେ ଗ୍ରାମ ବାସୀ ଜାମଦା ବନପାଳ ଙ୍କୁ ଖବର ଦେବାରୁ ବନପାଳ ରତିକାନ୍ତ ପଲେଇ ଆସି ରୁଗୁଣୀ ହାତୀ କୁ ଗିରିଆ ଗ୍ରାମ ନିକଟସ୍ଥ”ଲ ଆ ଗଡା”ନିକଟରେ ଠାବକରି ବନପାଳ ରତିକାନ୍ତ ପଲେଇ ବହଳଦା ବନାଞ୍ଚଳ ଅଧିକାରୀ ଙ୍କୁ ଅବଗତ କରିଥିଲେ ।ବହଳଦା ବନାଞ୍ଚଳ ଅଧିକାରୀ ରବୀନ୍ଦ୍ର ନାଥ ମହାନ୍ତ ରୁଗୁଣୀ ହାତୀଟି ସମ୍ବନ୍ଧରେ ସରଜମିନ ତଦନ୍ତ କରି ରାଇରଙ୍ଗପୁର ବନଖଣ୍ଡ ଅଧିକାରୀ ଙ୍କୁ ସୁଚନା ପ୍ରଦାନ କରିବାରୁ ବନଖଣ୍ଡ ଅଧିକାରୀ ଅରୁଣ କୁମାର ମିଶ୍ର ଙ୍କୁ ଅବଗତ କରିଥିଲେ ।ଏସିଏଫ ରୁଗୁଣୀ ହାତୀଟି କୁ ଠାବ କଲା ପରେ ପଶୁ ବିଶେଷଜ୍ଞ କୁ ସୁଚନା ଦେଇଥିଲେ ।ଜାମଦା ବନପାଳ ରତିକାନ୍ତ ପଲେଇ ମାନବିର ବନରଖି ସୁନିଲ କୁମାର ମାଝି,ସୁନାମରା ବନରଖି ମନସିଜ ମହାନ୍ତ ଜାମଦା ବନରଖି ରଞ୍ଜିତା ମହାନ୍ତ,ଫରେଷ୍ଟାଫ ସୁନାରାମ ସରେନ, ସୁରେନ୍ଦ୍ର ସିକା,ଏଲିଫେଣ୍ଟ ଟ୍ରେକର ସତୃଘନ ମହାକୁଡ, ଫାୟାର ଉଆଚର ହିନ୍ଦୁ ବିରୁଆ ଆଜି କ୍ୟାମ୍ପ କରି ରୁଗୁଣୀ ହାତୀଟି ର ୨୪ଘଣ୍ଟା ଜଗାରଖା କରୁଥିଲେ । ଶନିବାର ଦିନ ପ୍ରାତ ରୁଗୁଣୀ ମାଇ ହାତୀଟି ସନ୍ଦେହ ପ୍ରକଟ କରିଥିଲେ । ହାତୀ ଟିର ମୃତ୍ୟୁ ସମ୍ବାଦ ଶୁଣି ଏସି ଏଫ୍ ବୈଦ୍ୟନାଥ ମାଝୀ ଏ ସିଏଫ ନବିନ ଚନ୍ଦ୍ର ନାଏକ ଡିଏଫଅ ଅରୁଣ କୁମାର ମିଶ୍ର,ରେଞ୍ଜର ରବୀନ୍ଦ୍ର ନାଥ ମହାନ୍ତ।ଫରେଷ୍ଟର ରତିକାନ୍ତ ପଲେଇ,ଫରେଷ୍ଟ ଗାର୍ଡ ପାରଷ୍ଟାପ୍°ଏଲିଫେଣ୍ଟଟ୍ରେକର ଫାୟାର ଉଆଚର ଆଖ ପାଖ ଅଞ୍ଚଳର ବନ୍ୟ ଜିବ ଜନ୍ତୁ ପ୍ରେମି ବୃନ୍ଦ ମୃତ୍ୟ ହାତୀଟି କୁ ପୁଷ୍ପ ଅର୍ପଣ କରି ଅନ୍ତିମ ଦର୍ଶନ କରିଥିଲେ ।ଏବ°ସେଠାରେ ଉପସ୍ଥିତ ଥିବା ଡାକ୍ତରି ଦଳ ମୃତ ହାତୀ ଟିକୁ ମାଇନା କରି ସାରିବା ପରେ ଶବସତ୍କା ର କରାଯାଇ ଥିଲା । ତେବେ ବୟସ ଜନିତ କାରଣରୁ ହାତୀଟି ର ମୃତ୍ୟୁ ହୋଇ ଥିବା ର ବନପାଳ ରତିକାନ୍ତ ପଲେଇ ନିଜ ପ୍ରତୀକ୍ରିୟା ରେ ପ୍ରକାଶ କରିଥିଲେ ।
ବନାଞ୍ଚଳ ରେ ଏକ ମାଇ ହାତୀର ମୃତ
|
September 22, 2020 |