ବାରିପଦା, ୩୧.୦୧.୨୦୨୧(ସନ୍ଧାନ ନିଉଜ୍):- : ବଢ଼ିଲା ସରକାରୀ ମେଡିକାଲ କଲେଜ ହାଉସ୍ ସର୍ଜନଙ୍କ ଷ୍ଟାଇପେଣ୍ଡ୍ । ମାସିକ ୨୦ ହଜାରରୁ ୨୮ ହଜାର ଟଙ୍କାକୁ ବୃଦ୍ଧି କଲେ ରାଜ୍ୟ ସରକାର। ୨୦୨୧ ଜାନୁଆରୀରୁ ୩ ବର୍ଷ ପାଇଁ ଲାଗୁ କରିବାକୁ ନିଷ୍ପତ୍ତି ନିଆଯାଇଛି। ଏନେଇ DMETକୁ ଚିଠି ଲେଖିଲେ ଉପ ସଚିବ। ଷ୍ଟାଇପେଣ୍ଡ ବୃଦ୍ଧି ଦାବିରେ ଆନ୍ଦୋଳନ ଧମକ ଦେଇଥିଲେ ହାଉସ୍ ସର୍ଜନ। ସୂଚନାଥାଉ କି, ଷ୍ଟାଇପେଣ୍ଡ୍ ବୃଦ୍ଧି ଦାବିରେ ହାଉସ ସର୍ଜନ ଆନ୍ଦୋଳନ ଧମକ ଦେଇଥିଲେ। ତେବେ ଷ୍ଟାଇପେଣ୍ଡ୍ ବୃଦ୍ଧି ପରେ ଆନ୍ଦୋଳନ ନିଷ୍ପତ୍ତିରୁ ସଂଘ ଓହରି ଯାଇଛି। ତେବେ ଆଜି ସରକାରୀ ମେଡିକାଲ କଲେଜ ହାଉସ ସର୍ଜନଙ୍କ ଷ୍ଟାଇପେଣ୍ଡ୍ ରାଜ୍ୟ ସରକାର ବୃଦ୍ଧି କରିଛନ୍ତି।
ବଢ଼ିଲା ସରକାରୀ ମେଡିକାଲ କଲେଜ ହାଉସ୍ ସର୍ଜନଙ୍କ ଷ୍ଟାଇପେଣ୍ଡ୍
|
January 31, 2021 |
