ଯାଜପୁର ୨୫/୩/୨୬ (ସନ୍ଧାନ ନ୍ୟୁଜ ) ଯାଜପୁର ସଦର, :ବଡ ବଡ଼ିଆଙ୍କ ପାଇଁ ଟ୍ରାଫିକ ନିୟମ ପୁରା କଡା କଡ଼ି ଭାବେ କାର୍ଯ୍ୟକାରୀ ହେଉଛି | କାରଣ ବଡ଼ ବଡ଼ିଆ ଲୋକ ମାନଙ୍କର ସମୟ ବେଶ ମୂଲ୍ୟବାନ | ସେମାନଙ୍କ ପାଇଁ ଗୋଟାଏ ମିନିଟ ବି ବେଶ ମୂଲ୍ୟବାନ | କାରଣ ସେମାନଙ୍କ ଜୀବନ ଶୈଳି ଓ ସେମାନଙ୍କର କାର୍ଯ୍ୟ ସୁଚି ସବୁ ନିର୍ଦ୍ଧାରିତ ସମୟ ମଧ୍ୟରେ ରହିଥାଏ | ଯେପରିକି ବଡ଼ ବଡ଼ ମନ୍ତ୍ରୀ, ସଚିବ, ଆଇଏସ ଅଧିକାରୀ ମାନଙ୍କ ସହ ବିଭିନ୍ନ ଉଚ୍ଚ ପଦସ୍ଥ ସରକାରୀ ଅଧିକାରୀ ମାନଙ୍କର ଦିନ ତମାମ ଗ୍ରସ୍ତ ଏବଂ କାର୍ଯ୍ୟ ସୁଚି ପାଇଁ ଆସିବା ଓ ଫେରିବା ପାଇଁ ସମୟ ନିର୍ଧାରଣ କରାଯାଇ ଥାଏ | ସେଥିପାଇଁ ବଡ଼ ବଡ଼ିଆ ମାନଙ୍କ ଗ୍ରସ୍ତ ପୂର୍ବରୁ ସ୍ଥାନୀୟ ପୋଲିସ ନିକଟକୁ ଖବର ଆସିଥାଏ ଓ ଏହାକୁ ଦୃଷ୍ଟିରେ ରଖି ସ୍ଥାନୀୟ ପୋଲିସ ପକ୍ଷରୁ ବଡ ବଡ଼ିଆ ମାନଙ୍କ ଆସିବା ସମୟ ପୂର୍ବରୁ ଯେଉଁ ବଜାର ଦେଇ ଯିବାକୁ ଥାଏ ସେହି ବଜାରରେ ଟ୍ରାଫିକ ବ୍ୟବସ୍ଥାକୁ ପୁରା ପୁରି କଡା କଡ଼ି କରାଯାଇ ଥାଏ | ଏପରିକି ବଜାର ମଧ୍ୟରେ ବଡ଼ ବଡ଼ିଆ ମାନେ ଯିବା ସମୟରେ କୌଣସି ଟ୍ରାଫିକ ସମସ୍ୟା ସୃଷ୍ଟି ନହୁଏ ସେଥିପ୍ରତି ପୋଲିସ ପକ୍ଷରୁ ସମ୍ପୂର୍ଣ୍ଣ ବ୍ୟବସ୍ତା କରାଯାଇ ଥାଏ | କିନ୍ତୁ ଯେଉଁ ବଜାରରେ ବଡ଼ ବଡ଼ିଆ ମାନେ ଆସିବା ପୂର୍ବରୁ ଟ୍ରାଫିକ ବ୍ୟବସ୍ଥାକୁ ପୁରା ପୁରି କଡା କଡ଼ି କରାଯାଇ ଥାଏ ମାତ୍ର ସେହି ବଜାରରେ ପ୍ରତିଦିନ ବଜାରକୁ ବିଭିନ୍ନ କାର୍ଯ୍ୟରେ ଆସୁଥିବା ସାଧାରଣ ଲୋକ ମାନେ ଘଣ୍ଟା ଘଣ୍ଟା ଧରି ଟ୍ରାଫିକ ସମସ୍ୟାରେ (ଟ୍ରାଫିକ ଜାମରେ ) ଶିକାର ହେଉଥିଲେ ମଧ୍ୟ କୌଣସି ବଡ଼ ବଡ଼ିଆ ମନ୍ତ୍ରୀ, ବିଧାୟକ, ସାଂସଦ, ଏସପି କିମ୍ବା ଜିଲ୍ଲାର ମୁଖ୍ୟ ଜିଲ୍ଲାପାଳ ମାନେ ମଧ୍ୟ ଏଥିପ୍ରତି ଗୁରୁତ୍ୱ ନଦେବା ଘଟଣାକୁ ନେଇ ଏବେ ବୁଦ୍ଧିଜୀବୀ ମହଲରେ ତିବ୍ର ଅସନ୍ତୋଷ ପ୍ରକାଶ ପାଇଛି | ସାଧାରଣ ଲୋକ ମାନଙ୍କ ଭୋଟରେ ନିର୍ବାଚିତ ହୋଇ ଥିବା ନେତା ମନ୍ତ୍ରୀ ମାନେ ବିନା ଟ୍ରାଫିକ ସମସ୍ୟାରେ ରାସ୍ତାରେ ଯାତାୟତ କରିବେ ଆଉ ତାଙ୍କୁ ଭୋଟ ଦେଇଥିବା ସାଧାରଣ ଲୋକ ମାନେ ଟ୍ରାଫିକ ଜାମର ଶିକାର ହୋଇ ଘଣ୍ଟା ଘଣ୍ଟା ଧରି ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେବେ ଏହା ଦେଶର କେଉଁ ପ୍ରକାର ନିୟମ ବୋଲି ଏବେ ସାଧାରଣରେ ଆଲୋଚନାର ବିଷୟ ଵସ୍ତୁ ସାଜିଛି | ସେହିପରି ସାଧାରଣ ଲୋକ ମାନଙ୍କ ଟିକସ ପଇସାରେ ସରକାରୀ ଅଧିକାରୀ ମାନେ ଦରମା ପାଉଥିବା ବେଳେ ବଡ଼ ବଡ଼ିଆ ସରକାରୀ ଅଧିକାରୀ ମାନେ ଯାତାୟତ ସମୟରେ ସେମାନଙ୍କୁ ଟ୍ରାଫିକ ସୁରକ୍ଷା ଯୋଗେଇ ଦିଆଯାଉ ଥିବା ବେଳେ ସାଧାରଣ ଲୋକ ମାନେ ସବୁ ସମୟରେ ଅସୁବିଧାରେ ସମ୍ମୁଖୀନ ହେଉଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ ସାଧାରଣ ଲୋକ ମାନଙ୍କୁ କେବେ ସଠିକ ସେବା ଯୋଗେଇ ଦେବେ ତାହାକୁ ନେଇ ଏବେ ନନା ପ୍ରଶ୍ନବାଚି ସୃଷ୍ଟି ହୋଇଛି | ତେବେ ଏଠାରେ ପ୍ରଶ୍ନ ଆସେ ଦଶରଥପୁର ବ୍ଲକସ୍ତ ମଙ୍ଗଳପୁର ବଜାରରେ ପ୍ରତିଦିନ ଟ୍ରାଫିକ ସମସ୍ୟାକୁ ନେଇ ଜନସାଧାରଣ ଅସ୍ତ ବ୍ୟସ୍ତ ହୋଇପଡିଲେଣି | ଏହି ବଜାରରେ ପ୍ରତିଦିନ ଘଣ୍ଟା ଘଣ୍ଟା ଧରି ଟ୍ରାଫିକ ଜାମର ଶିକାର ହେଉଛନ୍ତି ଜନସାଧାରଣ ମାନଙ୍କ ଠାରୁ ଆରମ୍ଭ କରି ଗୁରୁତର ରୋଗିମାନେ | ଟ୍ରାଫିକ ସମସ୍ୟା ଯୋଗୁଁ ମଙ୍ଗଳପୁର ବଜାରରେ ଅନେକ ସମୟରେ ଘଣ୍ଟା ଘଣ୍ଟା ଧରି ଆମ୍ବୁଲାନ୍ସ, ଜନନୀ ସୁରକ୍ଷା ଗାଡି ଓ ଦମକଳ ଗାଡି ଗୁଡିକୁ ଅପେକ୍ଷା କରିବା ପାଇଁ ପଡୁଛି | ଏହି ବଜାର ସମ୍ପ୍ରସାରଣ ପାଇଁ ଦୀର୍ଘ ବର୍ଷ ହେବ ଦାବି ହୋଇ ଆସୁଥିଲେ ମଧ୍ୟ ଏଥିପ୍ରତି ନାଁ ପ୍ରଶାସନ ନାଁ ରାଜନୈତିକ ନେତୃତ୍ୱ ମାନେ ଦୃଷ୍ଟି ନଦେବାକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି | ଟ୍ରାଫିକ ନିୟନ୍ତ୍ରଣ ପାଇଁ ମଙ୍ଗଳପୁର ପୋଲିସକୁ ନାକେଦମ ହେବାକୁ ପଡୁଛି ହେଲେବି ଟ୍ରାଫିକ ନିୟନ୍ତ୍ରଣ କରିବାରେ ମଙ୍ଗଳପୁର ପୋଲିସ ସମ୍ପୂର୍ଣ୍ଣ ସଫଳ ହୋଇପାରୁନାହିଁ ଏହାର କାରଣ ଏହି ବଜାରଟି ପ୍ରାୟ ୨ କିଲୋମିଟର ପର୍ଯ୍ୟନ୍ତ ଲମ୍ବିଛି ତେଣୁ ଏହି ବଜାର ସମ୍ରସାରଣ ନହେଲେ ପୋଲିସ ପକ୍ଷେ ଟ୍ରାଫିକ ନିୟନ୍ତ୍ରଣ କରିବା ସମ୍ଭବ ପର ନୁହେଁ ବୋଲି ଜନସାଧାରଣରେ ମତ ପ୍ରକାଶ ପାଇଛି | ତେବେ କେବେ ଓ କେଉଁ ଦିନ ମଙ୍ଗଳପୁର ବଜାର ସମ୍ପ୍ରସାରଣ ହେଉଛି ତାହା ଦେଖିବା ପାଇଁ ବାକି ରହିଲା | ପ୍ରଶାସନ ପକ୍ଷରୁ ତୁରନ୍ତ ମଙ୍ଗଳପୁର ବଜାରରେ ଟ୍ରାଫିକ ସମସ୍ୟା କିପରି ଦୂର ହୋଇ ପାରିବ ସେ ଦିଗରେ ପଦକ୍ଷେପ ନେବାକୁ ଜନସାଧାରଣ ମାନଙ୍କ ପକ୍ଷରୁ ଦାବି ହୋଇଛି
ବଡ଼ ବଡ଼ିଆଙ୍କ ପାଇଁ ଟ୍ରାଫିକ ନିୟମ କଡାକଡି ସାଧାରଣ ଲୋକେ ଘଣ୍ଟା ଘଣ୍ଟା ଜାମର ଶିକାର ମଙ୍ଗଳପୁର ବଜାରରେ କେବେ ଦୂର ହେବ ଟ୍ରାଫିକ ସମସ୍ୟା ?
|
March 25, 2026 |



