ବଡ଼ଚଣା: ଯୁବକଙ୍କ ମୃତଦେହ ହାଇ ଲେବଲ୍ କେନାଲ ମଧ୍ୟରୁ ଉଦ୍ଧାର, ହତ୍ୟା ସନ୍ଦେହ

Spread the love

ଯାଜପୁର,୯ /୨(ସନ୍ଧାନ ନିୟୁଜ/ମାନସ ରାଉତ) ଯାଜପୁର ଜିଲ୍ଲା ବଡଚଣା ଥାନା ଅନ୍ତର୍ଗତ ଧାନମଣ୍ଡଳ ଗ୍ରାମର ସନ୍ତୋଷ କୁମାର ନାୟକ (କାଳିଆ)ଙ୍କ ସନେ୍ଦହ ଜନକ ଭାବେ ମରିପଡିଥିବା ଦେଖିବାକୁ ମିଳିଥିଲା । ଶନିବାର ସକାଳ ସମୟରେ ଗ୍ରାମ ନିକଟରେ ଯାଇଥିବା ହାଇ ଲେବୁଲ କେନାଲର ଦଶ ନଂ ଶାଖା ନାଳ କଡରେ କାଳିଆର ମୃତ ଦେହକୁ ସ୍ଥାନୀୟ ଲୋକ ଦେଖିଥିଲେ । ଏହାପରେ ଘଟଣା ସଂପର୍କରେ ବଡଚଣା ପୋଲିସକୁ ଖବର ଦିଆଯିବା ପରେ ପୋଲିସ ଘଟଣା ସ୍ଥଳରେ ପହଂଚି ଏକ ମୋଟର ସାଇକେଲ ଓ ମୃତ ଦେହକୁ ଜବତ କରି ତଦନ୍ତ ଚଳାଇଛି । ପୋଲିସ ସହାୟତାରେ କେନ୍ଦ୍ରାପଡାରୁ ଏକ ସାଇଂଟିଫିକି ଟିମ ଘଟଣା ସ୍ଥଳରେ ପହଂଚି ତଦନ୍ତ ଜାରି ରଖିଥିଲା ବେଳେ ମୃତକର ଦେହକୁ ବ୍ୟବଛେଦ ନିମନ୍ତେ ବଡଚଣା ମେଡିକାଲକୁ ପଠାଯାଇଛି । ପୋଲିସ ସୂଚନା ମୁତାବକ ତଦନ୍ତ ଜାରି ରହିଛି । ଯଦି ହତ୍ୟା ସଂପର୍କିତ କୌଣସି ତଥ୍ୟ ମିଳେ ତେବେ ଏଥିରେ ସଂପୃକ୍ତ ଅଭିଯୁକ୍ତଙ୍କ ବିରୁଦେ୍ଧର ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ବଡଚଣା ଥାନାଧିକାରୀ ଶରତ ଚନ୍ଦ୍ର ପାତ୍ର କହିଛନ୍ତି । ଏହା ଏକ ହତ୍ୟାକାଣ୍ଡ ହୋଇଥାଏ ବୋଲି ପରିବାର ପକ୍ଷରୁ ବଡଚଣା ଥାନାରେ ଏକ ଲିଖିତ ଅଭିଯୋଗ କରାଯିବା ସହ ଦୋଷୀକୁ ତୁରନ୍ତ ଧରିବା ପାଇଁ ନିବେଦନ କରିଛନ୍ତି ।

Related Posts

About The Author

Add Comment