ବଡଚଣା ଗ୍ରାମୀଣ ମିଶନ ଶକ୍ତି ପକ୍ଷରୁ ବ୍ଲକ ସ୍ତରୀୟ ଋଣ ମେଳା

Spread the love

ଚଣ୍ଡିଖୋଲ, ୦୧/୧୦ (ସନ୍ଧାନ ନିୟୁଜ) : ବଡଚଣା ବ୍ଲକ ଅନ୍ତର୍ଗତ ବଡଚଣା ମିଶନ ଶକ୍ତି ଗ୍ରାମୀଣ ପକ୍ଷର ଏକ ବ୍ଲକ ସ୍ତରୀୟ ସଂୟ ସହାୟକ ଗୋଷ୍ଠୀଙ୍କ ନିମନ୍ତେ ଋଣ ମେଳା ବ୍ଲକ ସମ୍ମଳନୀ କକ୍ଷରେ ଅନଷ୍ଠିତ ହୋଇଯାଇଛି । ଏହାକୁ ଆନୁଷ୍ଠାନିକ ଭାବେ ଭାରତୀୟ ଷ୍ଟେଟ୍ ବ୍ୟଙ୍କ୍ ବୈରୀ ଶାଖର ପରିଚାଳକ ପ୍ରଶାନ୍ତ କୁମାର ସେଠୀ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଉଦଘାଟନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଏସବିଆଇ ଏଫ. ଓ ଦେବେନ୍ଦ୍ର ନିରଞ୍ଜନ ସାହୁ, ଆଇ.ସି.ଆଇ.ସି.ଆଇ ବ୍ୟଙ୍କ ପରିଚାଳକ ରଜନୀ କାନ୍ତ ସାହୁ, ବଡଚଣା ଓଡିଶା ବ୍ୟଙ୍କର ପରିଚାଳକ ଅପୁସ ରଞ୍ଜନ ରାଉତରାୟ, ଚଣ୍ଡିତଳ କାନାରା ବ୍ୟାଙ୍କ ପରିଚାଳକ ସମ୍ବିତ ମିଶ୍ର, ପ୍ରମୁଖ ଯୋଗଦେଇ ମହିଳା ମାନଙ୍କୁ ଋଣ ପ୍ରଦାନ କ୍ଷେତ୍ରରେ ହେଉଥିବା ବିଭିନ୍ନ ସୁବିଧା ଅସୁବିଧା ସମ୍ପର୍କରେ ମତଦେବା ସହିତ କିପରି ଏହି ବ୍ୟଙ୍କରୁ ଋଣ ନେଇ ଗ୍ରାମଂଚଳରେ ମା ମାନେ ନିଜକୁ ସ୍ୱାବଲମ୍ବୀ କରିପାରିବେ ତାହା ଉପରେ ଉପସ୍ଥିତ ସଂୟ ସହାୟକ ଗୋଷ୍ଠୀର ମହିଳା ମାନଙ୍କୁ ବିଝାଇଥିଲେ । ଏଥିରେ ବଡଚଣା ଶିଶୁ ବିକାଶ ଅଧିକାରୀଣି ଭଗବତୀ ଗୁରୁ, ବଡଚଣା ଗ୍ରାମୀଣ ଶିଶୁ ବିକାଶ ଅଧିକାରୀଣି ନନ୍ଦୀନପ୍ରଭା ଲେଙ୍କା, ବି.ପି.ଏମ ଲଗ୍ନଜିତ ମାହାଲାଁ, ବଡଚଣା ମିଶନ ଶକ୍ତି ଗ୍ରାମୀଣ ସଂଯୋଜକ ଅନୀତା ବେହରା, ମିଶନ ଶକ୍ତି ସହାୟକ ଜୌତିପ୍ରକାଶ ସିଂହ, ବିଏଲଏଫ ସଭାନେତ୍ରୀ କିଚିନା ମହାପାତ୍ର, ପ୍ରମିଳା ଜେନା ପ୍ରମୁଖ ଯୋଗ ଦେଇ ଋଣ ପ୍ରଦାନ କ୍ଷେତ୍ରରେ କେତକ ପରାମର୍ଶ ଦେବା ସହିତ ମେଳାକୁ ପରିଚାଳନା କରିଥିଲେ । ଏହି ମେଳାକୁ ବଡଚଣା ମିଶନ ଶକ୍ତି ଗ୍ରାମୀଣ ସଂଯୋଜକ ଅନୀତା ବେହରା ପରିଚାଳନା କରିଥିବା ବେଳେ ବଡଚଣା ମିଶନ ଶକ୍ତି ସଂଯୋଜକ ଜ୍ଞାନେନ୍ଦ୍ର ସ୍ୱାଇଁ ଧନ୍ୟବାଦ ଦେଇଥିଲେ । ଏହି ଅବସରରେ ୩୧୬ଟି ସଂୟ ସହାୟକ ଗୋଷ୍ଠୀଙ୍କୁ ମୋଟ ୮୪୨ଲକ୍ଷ ଟଙ୍କା ଋଣ ପ୍ରଦାନ କରାଯାଇଥିଲା ।

Related Posts

About The Author

Add Comment