ବଞ୍ଚିଗଲା ଇମ୍ରାନ ଖାନଙ୍କ ସରକାର, ଅବିଶ୍ୱାସ ପ୍ରସ୍ତାବ ଖାରଜ କଲେ ଉପ ବାଚସ୍ପତି

Spread the love
ଇସଲାମାବାଦ, 03/04/2022 (ସନ୍ଧାନ ନିଉଜ) ଆଜି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ବିରୋଧରେ ଅନାସ୍ତା ପ୍ରସ୍ତାବ ଉପରେ ଭୋଟ୍ ଖାରଜ ହୋଇଛି। ବିଦେଶୀ ଷଡଯନ୍ତ୍ରର ଅଭିଯୋଗ କହି ଅବିଶ୍ୱାସ ପ୍ରସ୍ତାବକୁ ଉପ-ବାଚସ୍ପତି ପ୍ରତ୍ୟାଖ୍ୟାନ କରିଛନ୍ତି। ପ୍ରମୁଖ ସହଯୋଗୀ ମୁତାହିଦା କ୍ୱାମି ମୁଭମେଣ୍ଟ ପାକିସ୍ଥାନ ଏହାର ସମର୍ଥନ ପ୍ରତ୍ୟାହାର କରିନେଲା ପରେ ଇମ୍ରାନ ସରକାର ବହୁମତ ହରାଇ ସାରିଛି।

ସମ୍ପ୍ରତି ରାଜନୈତିକ ଅସ୍ତିରତାକୁ ଦୃଷ୍ଟିରେ ରଖି ସଂସଦର ଚାରିପାଖରେ ଥିବା ରେଡ୍ ଜୋନ୍ ଅଞ୍ଚଳକୁ ସିଲ୍ କରାଯାଇଛି। ହଜାର ହଜାର ସୈନିକ ନିୟୋଜିତ ହୋଇଛନ୍ତି। ଏକ ସତର୍କତାମୂଳକ ପଦକ୍ଷେପ ଭାବରେ, ଇସଲାମାବାଦରେ ଧାରା ୧୪୪ ବଳବତ୍ତର ରହିଛି ।

ଶନିବାର ଦିନ ଇମ୍ରାନ ଖାନ ଦେଶର ଯୁବପିଢ଼ିଙ୍କୁ ତାଙ୍କ ସରକାର ବିରୁଦ୍ଧରେ ହୋଇଥିବା ଏକ ବିଦେଶୀ ଷଡଯନ୍ତ୍ର ବିରୋଧରେ ଶାନ୍ତିପୂର୍ଣ୍ଣ ପ୍ରଦର୍ଶନ କରିବାକୁ ନିବେଦନ କରିଛନ୍ତି, କିନ୍ତୁ ପାକିସ୍ତାନୀ ସେନାକୁ ସମାଲୋଚନା ନକରିବାକୁ ମଧ୍ୟ କହିଛନ୍ତି।

ଏହାକୁ ଦେଶର ଭବିଷ୍ୟତ ପାଇଁ ଯୁଦ୍ଧ ବୋଲି କହି ଖାନ କହିଛନ୍ତି ଯେ ପାକିସ୍ତାନ ଏକ ଗୁରୁତ୍ୱପୂର୍ଣ୍ଣ ଅବସ୍ଥାରେ ଠିଆ ହୋଇଛି। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ପାକିସ୍ତାନର ରାଜନୀତି ଏପରି ସ୍ଥିତିରେ ପହଞ୍ଚିଛି ଯେଉଁଠାରେ ଦେଶର ଲୋକଙ୍କୁ ନିଷ୍ପତ୍ତି ନେବାକୁ ପଡ଼ିବ।

Related Posts

About The Author

Add Comment