କୋରାଇ/୨୨/୦୪/୨୧/ସନ୍ଧାନ ନିଉଜ୍/ଆଜମିର୍ ଅଲ୍ଲୀ) ମାସମାସ ଧରିବର୍ଷା ନଥିଲା ଦିନରେ ଟାଣଖରା ସାଙ୍ଗକୁ ରାତ୍ରିରେ ନାହିଁ ନଥିବା ଗରମ ଯୋଗୁ ଜଲ୍ଲା ବାସୀ ଅତିଷ୍ଟ ହୋଇପଡ଼ି ଛନ୍ତି । ଆଜିସକାରେ ବର୍ଷାହେବା ଫଳରେ ତାତିରୁ ନିସ୍ତାର ମିଳିଛି l ଆଜି ସକାଳ ପ୍ରାୟ ୭ଟା ସମୟ ହେବ ହଟାତ କଳାହାଣ୍ଡିଆ ମେଘ ସାଙ୍ଗକୁ ପବନ ବୋହିବା ଆରମ୍ଭ ହୋଇଯାଇଥିଲା ବିଜୁଳି ଘଡ଼ଗଡି ସାଙ୍ଗକୁ ପ୍ରବଳବର୍ଷା ହେବାର ଦେଖିବାକୁ ମିଳିଥିଲା । ଆଜି ଏଭଳିଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା । ଘଟଣାଟି ଘଟିଛି କୋରାଇ ବ୍ଲକ ଅନ୍ତର୍ଗତ ତଣ୍ଡାର ଗ୍ରାମପଞ୍ଚାୟତର ବରେଇ ଗ୍ରାମରେ ସେହି ଗ୍ରାମର ପ୍ରଶାନ୍ତ ବାରିକଙ୍କ ଆଜି ସକାଳେ କାଳବୈଶାଖୀ ବର୍ଜପାତରେ ମୃତ୍ୟୁ ଘଟିଥିବା ଦେଖିବାକୁ ମିଳିଛି।ସେହିପରି କାଳବୈଶାଖୀ ପ୍ରଭାବରେ ବଡ଼ବଡ଼ ଗଛଉପୁଡି ଯିବା ଦେଖିବାକୁ ମିଳିଥିଲା।ଏବଂ
ଅନେକ କୋଠାର ଛାତ ଭାଙ୍ଗିଯାଇଥିବାର ଖବର ମିଳିଛି ।ଆଜି ଗୁରୁବାର ସୁଦଶାବ୍ରତ ଓଷା ସକାଳୁ ସକାଳୁ କାଳବୈଶାଖୀ ତାଣ୍ଡବଲିଳା ଯୋଗୁ ବିଦ୍ୟୁତ ସରାବାର ବିଛିନ୍ନ ହୋଇଥିଲା ।ବିଜୁଳି ବିଚ୍ଛିନ୍ନ ହେବା କାରଣରୁ ପାଣିବନ୍ଦ ରହିଥିଲା ।ପାଣି ନଥିବା କାରଣରୁ ସାନ୍ନ କରିବା ଓ ପିଇବା ପାଣି ଲାଗି କିଛି ସମସ୍ୟା ଦେଖିବାକୁ ମିଳିଥିଲା।


