ବଜାରରେ ଦରଦାମ ଯାଞ୍ଚ କଲେ ରାଉରକେଲା ADM

Spread the love
ରାଉରକେଲା,୨୭/୦୩ (ସନ୍ଧାନ ନିୟୁଜ): କୋରୋନା ମୁକାବିଲା ପାଇଁ କେନ୍ଦ୍ର ଠାରୁ ରାଜ୍ୟ ସରକାର ଚିନ୍ତିତ ଥିବା ବେଳେ ଅତ୍ୟାବଶକୀୟ ସାମଗ୍ରୀ ଚଢା ଦରରେ ବିକ୍ରି କରୁଛନ୍ତି ବ୍ୟବସାୟୀ । ପରିବା ଠାରୁ ଆରମ୍ଭ କରି ତେଜରାତି ପର୍ଯ୍ୟନ୍ତ ଖାଉଟିଙ୍କୁ ଦେବାକୁ ପଡ଼ୁଛି ଚଢା ଦର । ଏନେଇ ସାଧାରଣ ଲୋକେ ବହୁତ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ବଜାରରେ ଦର ଦାମ ବୃଦ୍ଧିକୁ ରୋକିବା ପ୍ରଶାସନ ପାଇଁ ପାଲିଟିଛି ଏକ ବଡ଼ ଚ୍ୟାଲେଞ୍ଜ । ଏହାର ବିଶେଷ ପ୍ରଭାବ ଦେଖିବାକୁ ମିଳିଛି ଶିଳ୍ପାଞ୍ଚଳରେ । ରାଉରକେଲା ଏଡିଏମ ଅବୋଲି ସୁନୀଲ ନରବନେ ଆଳୁ ତଥା ରାସନ ବ୍ୟବସାୟୀମାନଙ୍କ ସହିତ ଏକ ବୈଠକ କରି ଦର ଦାମ ନିର୍ଦ୍ଧାରିତ କରିଥିଲେ । ହେଲେ ଏହାକୁ ମାନିବା ପାଇଁ ନାରାଜ ବ୍ୟବସାୟୀ। ହୋଲସେଲ ବଜାରରେ 30 ଟଙ୍କା ପ୍ରତି କିଲୋ ହିସାବରେ ଆଳୁ ବିକ୍ରି ଚାଲି ଥିବାବେଳେ ରାଉରକେଲା ଏଡିଏମ ମାର୍କେଟକୁ ଆସି ଥିଲେ । ତେବେ ଏଡିଏମଙ୍କ ଆସିବା ମାତ୍ରେ ଦର ଦାମ ହ୍ରାସ କରି ଆଳୁ 21 ରୁ 24 ଟଙ୍କା ପ୍ରତି କେଜିରେ ବିକ୍ରି କରିଥିଲେ ବ୍ୟବସାୟୀ । Report- S Nayak

Related Posts

About The Author

Add Comment