ଫୋନ ରେ କଥା ହବାବେଳେ ଧକ୍କା ମାରିଲା ଟ୍ରେନ

Spread the love

ରାଇରଙ୍ଗପୁର,୨୧/୧୨/୨୦୨୦(ସନ୍ଧାନ ନିଉଜ୍/ ଲିଙ୍ଗରାଜ ପଣ୍ଡା): ଟ୍ରେନ୍‌ ଲାଇନ୍‌ରେ ମୋବାଇଲ୍ ଧରି କଥା ହେଉଥିଲେ । କାନରେ ଇୟର୍ ଫୋନ୍ ଲାଗିଥିବାରୁ କିଛି ଶୁଭୁ ନ ଥିଲା । ଏହି ସମୟରେ ମାଲବାହୀ ଟ୍ରେନ୍ ଶକ୍ତ ଧକ୍କା ଦେବାରୁ ୩ ଗଡ଼ ହୋଇଯାଇଛନ୍ତି ଜଣେ ଠିକାଦାର ସୁପର ଭାଇଜର୍ । ତାଙ୍କ ନାଁ ଅଙ୍କିତ କୁମାର ମିଶ୍ର(୫୨) । ଘର ପଡୋଶୀ ଝାଡ଼ଖଣ୍ଡ ରାଜ୍ୟର ଖରମୁଁ ଆରେ। ବାଦାମପାହାଡ଼ ଥାନା ଛନୁଆ ରେଳ ଷ୍ଟେସନ ନିକଟରେ ଆଜି ମଧ୍ୟାହ୍ନ ୧୨ଟାରେ ଏହି ଦୁର୍ଘଟଣା ଘଟିଛି । ସୂଚନା ଅନୁଯାୟୀ ଟାଟା ବାଦାମପାହାଡ଼ ଭାୟା ଗୋରୁମହିଷାଣୀ ଟ୍ରେନ୍ ଲାଇନ୍ ସମ୍ପ୍ରସାରଣ କାମ ଚାଲୁ ରହିଛି । ଏହି କାମର ତଦାରଖ କରୁଥିଲେ ସୁପର ଭାଇଜର ଅଙ୍କିତ। କାନରେ ଇୟର ଫୋନ୍ ଲଗାଇ ଲାଇନ୍ ଉପରେ ମୋବାଇଲରେ କଥା ହୋଇ ଚାଲିଚାଲି ଯାଉଥିଲେ । ଠିକ୍ ଏତିକିବେଳେ ବାଦାମପାହାଡ଼ ଲୁହାପଥର ଖଣିରୁ ଲୁହାପଥର ବୋଝେଇ ମାଲବାହୀ ଟ୍ରେନ୍ ଉକ୍ତ ଲାଇନ୍‌ରେ ଟାଟା ଅଭିମୁଖେ ଯାଉଥିଲା । ଲାଇନରେ ଥିବା ଅଙ୍କିତଙ୍କୁ ଛନୁଆ ଷ୍ଟେସନଠାରେ ଧକ୍କା ଦେଇଥିଲା । ଏଥିରେ ଅଙ୍କିତଙ୍କ ଶରୀର ୩ ଖଣ୍ଡ ହୋଇଯାଇଥିଲା । ଉକ୍ତ ରେଳ ଲାଇନ ଦକ୍ଷିଣ ପୂର୍ବ ରେଳ ଡିଭିଜନ ଚକ୍ରଧରପୁର ଅଧୀନରେ ରହିଛି । ଓଡ଼ିଶା ଭାଗରେ ଥିବା ରେଳ ଲାଇନ ରାଉରକେଲା ରେଳ ପୁଲିସ ଅଧୀନରେ ଅଛି । ଏହାର ଏକ ଫାଣ୍ଡି ବହଳଦାରୋଡ଼ ଝରାଡ଼ି ଷ୍ଟେସନଠାରେ ରହିଛି । ମାତ୍ର ସମସ୍ତ କର୍ମଚାରୀରାଉରକେଲାରେ ରହୁଛନ୍ତି । ଲାଇନ୍‌ରେ ପଡ଼ିଥିବା ଶବ ରାତି ସୁଦ୍ଧା ଉଦ୍ଧାର ହୋଇପାରି ନାହିଁ । ଏହି ସମୟରେ ପୁଣି ଥରେ ମାଲବାହୀ ଟ୍ରେନ୍ ବାଦାମପାହାଡ଼ ଯାଉଥିବା ବେଳେ ଶବ ନ ଉଠିବା ଯାଏ ଉକ୍ତ ଲାଇନରେ ମାଲଗାଡ଼ି ଯାଇପାରିବ ନାହିଁ ବୋଲି ସ୍ଥାନୀୟ ଛନୁଆ ଅଞ୍ଚଳର ଲୋକେ ଦାବି କରିଛନ୍ତି । ମାଲଗାଡ଼ି ଅଟକି ରହିଛି ।

Related Posts

About The Author

Add Comment