ଫୁଲବାଣୀରେ ଶିଶୁ ମିତ୍ର ଅଦାଲତ ଉଦଘାଟିତ

Spread the love

କନ୍ଧମାଳ,30/12.(ସନ୍ଧାନ ନ୍ୟୁଜ/ସଞ୍ଜୟ କୁମାର ପାଣିଗ୍ରାହୀ): ବିଭିନ୍ନ ମାମଲାରେ ସଂପୃକ୍ତ ଶିଶୁମାନଙ୍କ ବିଚାର ଏଣିକି କେବଳ ଭିଡିଓ କନଫେରନସିଂରେ ମାଧ୍ୟମରେ ହେବ। ଏହି ଅବସରରେ ଫୁଲବାଣୀରେ ଆଜି ଏକ ଶିଶୁମିତ୍ର ଅଦାଲତ ଉଦଘାଟିତ ହୋଇ ଯାଇଛି। ଆୟୋଜିତ କାର୍ଯ୍ୟକ୍ରମରେ ଜିଲ୍ଲା ଜଜ୍ ସାରଦା ପ୍ରସାଦ ନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶିଶୁମିତ୍ର ଅଦାଲତକୁ ଉଦଘାଟନ କରିଥିଲେ। କନ୍ଧମାଳ ଜିଲ୍ଲାପାଳ ଡା.ବୃନ୍ଦା ଡି ଓ ସିଭିଲ କୋର୍ଟ ରେଜିଷ୍ଟାର ସୌଭାଗ୍ୟ ରଂଜନ ସ୍ବାଇଁ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲୋ। ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ରଶ୍ମିତା କରଣ, ଜିଲ୍ଲା ସମାଜ ମଂଗଳ ଅଧିକାରୀ ମନସ୍ବନୀ ମିଶ୍ର, କାର୍ଯ୍ୟକ୍ରମ ଅଧିକାରୀ ଏସ୍.ଗାୟତ୍ରୀ, ବାଳ ସମ୍ବଧୀୟ ନ୍ୟାୟ ସମିତି ସଭ୍ୟ ରଜତ ଦିଗାଲ, ସଭ୍ୟା ବାଗ୍ମିଶ୍ରୀ ଦାସ, ଶିଶୁ ମଂଗଳ ସମିତି ସଭ୍ୟା କଳ୍ପନା ମହାନ୍ତି ଓ ଜୟନ୍ତୀ ପାଣିଗ୍ରାହୀଙ୍କ ସମେତ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟର ସମସ୍ତ କର୍ମଚାରୀ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।

Related Posts

About The Author

Add Comment