ରାଉରକେଲା, ୨୧/୦୭/୨୦ (ସନ୍ଧାନ ନିଉଜ) : ଦକ୍ଷିଣ ରାଉରକେଲା ଅର୍ନ୍ତଗତ ଲକ୍ଷ୍ମୀ ମାର୍କେଟରେ ଜଣେ ଯୁବକ ଆତ୍ମହତ୍ୟା କରିଥିବା ଖବର ମିଳିଛି । ପୁଲିସ ମୃତ ଯୁବକର ଶବ ଜବତ କରିବା ସହ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଛି । ମିଳିଥିବା ସୂଚନା ଅନୁଯାୟୀ, ଟାଙ୍ଗରପାଲୀ ଥାନା ଅର୍ନ୍ତଗତ ଲକ୍ଷ୍ମୀ ମାର୍କେଟର ଏକ କ୍ଲବ ଘରେ ରୁଦ୍ର ପ୍ରତାପ ଦାସ(୪୦) ନାମକ ଯୁବକ ଫାଶୀ ଲଗାଇ ଆତ୍ମହତ୍ୟା କରିଥିବା ସ୍ଥାନୀୟ ଲୋକେ ଦେଖିବା ପରେ ପୁଲିସକୁ ଖବର ଦେଇଥିଲେ । ଯୁବକ ଜଣଙ୍କ ଦକ୍ଷିଣ ରାଉରକେଲାର ବିଭିନ୍ନ ଅଂଚଳରେ ବିଚରଣ କରୁଥିଲେ ବୋଲି କୁହାଯାଉଛି । ଟାଙ୍ଗରପାଲୀ ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଛି ।
ଫାଶୀ ଲଗାଇ ଯୁବକଙ୍କ ଆତ୍ମହତ୍ୟା
|
July 21, 2020 |
![](https://sandhannews.com/wp-content/uploads/2019/04/BREAKING-NEWS-SANDHAN.png)