ପ୍ଲାଟଫର୍ମରୁ ଜଗୁଆଳିଙ୍କ ମୃତଦେହ ଉଦ୍ଧାର

Spread the love

ବାରିପଦା, ୦୩.୦୧.୨୦୨୧(ସନ୍ଧାନ ନିଉଜ/ ଲିଙ୍ଗରାଜ ପଣ୍ଡା)):-ନୂଆବର୍ଷରେ ସାଙ୍ଗମାନ ଭୋଜି କରି ଖାଇବାକୁ ଡାକିଥିଲେ । ମାତ୍ର ଭୋଜିକୁ ୨‌ ଯାଇ ଆଉ ଫେରିଲେନି । ସକାଳୁ ଲମ୍ବନ ପ୍ଲାଟଫର୍ମରୁ ମିଳିଲା ମୃତଦେହ । ବାରିପଦା ରେଳ ବିଭାଗରେ ଫାଟକ ଜଗୁଆଳି ଭାବେ କାର୍ଯ୍ୟ କରୁଥିବା ଭଗବାନ ମହାନ୍ତିଙ୍କର ମୃତଦେହ ଆଜି ସକାଳୁ ବାରିପଦା ଷ୍ଟେସନ ପ୍ଲାଟଫର୍ମରୁ ମିଳିଛି । ସୂଚନା ପାଇ ବାରିପଦା ଜିଆରପି ପୁଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ମୃତକଙ୍କ ଘର ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ଅନ୍ତର୍ଗତ ପଢୁଆଁ ଗ୍ରାମରେ ସେ ଜଣେ ଅବସରପ୍ରାପ୍ତ ସାମରିଙ୍କ କର୍ମଚାରୀ ଅବସର ପରେ ରେଳ ଫାଟକ ଜଗୁଆଳି ଭାବେ କାର୍ଯ୍ୟ କରୁଥିଲେ। ପୁଲିସ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ମୃତକ ଜଣଙ୍କ ରେ କ୍ଲାର୍ଟରରେ ନିଜ ପରିବାର ସହିତ ରହୁଥିଲେ। ଗତକାଲି ରାତିରେ ରେଳ ବିଭାଗର କିଛି କର୍ମଚାରୀଙ୍କ ସହିତ ନୂଆବର୍ଷ ଅବସରରେ ଭୋଜି କରିଥିଲେ । ତେବେ କେମିତି ମୃତ୍ୟୁ ଘଟିଲା ଓ ମୃତଦେହ ପ୍ଲାଟଫର୍ମ ନିକଟକୁ ଆସିଲା ସେନେଇ କିଛି ଜଣାପଡ଼ୁନି । ମୃତକଙ୍କୁ ଭୋଜି ଖାଇବାକୁ ଡାକିଥିବା ଅନ୍ୟ ୪ ଜଣ କର୍ମଚାରୀଙ୍କୁ ଚିହ୍ନଟ ସରିଛି। ମାତ୍ର ଆଜି ସକାଳୁ ମୃତଦେହ ମିଳିବା ପରେ ଉକ୍ତ କର୍ମଚାରୀମାନେ ବାରିପଦା ଛାଡ଼ିଦେଇଛନ୍ତି । ଏପରିକି ସେମାନଙ୍କ – ଫୋନ୍ ମଧ୍ୟ ଲାଗୁନଥିବା ପୁଲିସ ପକ୍ଷରୁ ପ୍ରକାଶ। ଏପଟେ ମୃତକଙ୍କ ପରିବାର ପକ୍ଷରୁ ଏହା ଏକ ହତ୍ୟାକାଣ୍ଡ ବୋଲି ଅଭିଯୋଗ ହୋଇଛି। ମୃତକଙ୍କ ଶରୀରର ବିଭିନ୍ନ ସ୍ଥାନରେ ଗୁରୁତର କ୍ଷତ ଚିହ୍ନ ସହିତ ନାକରୁ ରକ୍ତ ଧାର ବାହାରି ଆସିଛି। ତେଣୁ ଭଗବାନଙ୍କୁ ପ୍ରଥମେ କୌଣସି କାରଣରୁ ହତ୍ୟା କରାଯିବା ପରେ ବାହାରେ ଫିଙ୍ଗି ଦିଆଯାଇଛି ଓ ଏଥିରେ ଏକାଧିକ ବ୍ୟକ୍ତି ସମ୍ପୃକ୍ତ ରହିଛନ୍ତି ବୋଲି ପରିବାର ବି ପରିବ ପକ୍ଷରୁ ଅଭିଯୋଗ ହୋଇଛି । ଘଟଣାର ଭୋର ଛାନ୍‌ଭିନ୍ ପାଇଁ ବାରିପଦା ପୁଲିସ ପକ୍ଷରୁ ସାଇଣ୍ଟିଫିକ୍ ଟିମ୍ନ ସହଯୋଗ ଲୋଡ଼ାଯାଇଛି। ଏନେଇ ବାରିପଦା ଜିଆର୍‌ପି ଆଉପୋଷ୍ଟରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି । ମୃତଦେହ ବ୍ୟବଚ୍ଛେଦ ପରେ ପରିବାରକୁ ପରିବାରକୁ ହସ୍ତାନ୍ତର କରାଯାଇଥିବା ବାରିପଦା ଜିଆରପି ଏଏସଆଇ ପ୍ରଫୁଲ କୁମାର ବେହେରା ସୂଚନା ଦେଇଛନ୍ତି।

Related Posts

About The Author

Add Comment