କାଲାମଙ୍କ ପରି ସ୍ବପ୍ନ ଦେଖ ଆଉ କାର୍ଯ୍ୟରେ ପରିଣତ କର: “ପ୍ରୟାସ” ସ୍ୱଚ୍ଛାସେବୀ ଅନୁଷ୍ଠାନ ପକ୍ଷରୁ ଏ .ପି .ଜେ ଅବଦୁଲ କଲାମଙ୍କ ଜୟନ୍ତୀ ପାଳିତ

Spread the love

ଚଣ୍ଡିଖୋଲ, ୧୬/୧୦/୨୦୨୧ (ସନ୍ଧାନ ନିଉଜ): ଯାଜପୁର ଜିଲ୍ଲା ଚଣ୍ଡିଖୋଲ ସ୍ଥିତ ଅଗ୍ରଣି ସ୍ୱେଛାସେବୀ ଅନୁଷ୍ଠାନ “ପ୍ରୟାସ ” ପକ୍ଷରୁ ପୂର୍ବତନ ରାଷ୍ଟ୍ରପତି ଡ଼: ଏ .ପି .ଜେ ଅବଦୁଲ କଲାମଙ୍କ ୯୦ ତମ ଜୟନ୍ତୀ ଶୁକ୍ରବାର ଚଣ୍ଡିଖୋଲ ସରକାରୀ ଉଚ୍ଚବିଦ୍ୟାଳୟ ପରିସରରେ ଅନୁଷ୍ଠାନର ଉପଦେଷ୍ଟା ଭକ୍ତ ଚରଣ ସାହୁଙ୍କ ଅଧକ୍ଷତରେ ପାଳିତ ହେଇଯାଇଛି | ମୁଖ୍ୟ ଅତିଥି ଭାବେ ବିଧାୟକ ଅମର ପ୍ରସାଦ ଶତପଥି କଲାମଙ୍କ ଫୋଟୋ ଚିତ୍ରରେ ମାଲ୍ୟାର୍ପଣ କରି ଜୟନ୍ତୀ ଉଛବକୁ ଉଦଘାଟନ କରିଥିଲେ | ୨୦୦୩ ମସିହାରେ ଏକ ମହନୀୟ କାର୍ଯ୍ୟରେ ପୂର୍ବତନ ରାଷ୍ଟ୍ରପତି ଏହି ଅଂଚଳକୁ ଆସି ଏହି ବଡ଼ଚଣା ମାଟିକୁ ଗୌରବାନିତ କରିଥିଲେ.ତାଙ୍କ ସ୍ମୃତି କୁ ମନେରଖିବା ପାଇଁ ପ୍ରୟାସ ପକ୍ଷରୁ ପ୍ରତିବର୍ଷ ଜୟନ୍ତୀ ପାଳନକୁ ବିଧାୟକ ପ୍ରଂଶସା କରିବା ସହ ଖୁବଶୀଘ୍ର କଲାମ ଆସିଥିବା ସ୍ଥାନୀୟ ରାଣୀବନ୍ଦୀ ଗ୍ରାମରେ ଏକ ଅବକ୍ଷ ପ୍ରତିମୁର୍ତି ଉନ୍ମୋଚନ ହେବ ବୋଲି ଘୋଷଣା କରିଥିଲେ | ମୁଖ୍ୟ ବ୍ୟକ୍ତଭାବେ ତହସିଲଦାର ପ୍ରଦୀପ ସେଠୀ,ସ୍ଥାନୀୟ ସରପଂଚ ଯଯାତି କେଶରୀ ରାଉତ ,ଆଇନଜୀବୀ ଦେବରାଜ ବେହେରା ଓ ଅଧ୍ୟାପକ ସଲିଲ ରାଜନନ୍ଦନ ମହାନ୍ତି ଅତିଥି ଭାବେ ଯୋଗ ଦେଇ କଲାମଙ୍କ ଜୀବନୀ ଉପରେ ଆଲୋକପାତ କରିବା ସହ ଆଗାମୀ ପିଢ଼ି ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହେଇ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ | ପ୍ରୟାସ ସଭାପତି ଆଇନଜୀବୀ ଆଶିଷ କୁମାର ମହାପାତ୍ର ସ୍ୱାଗତ ଭାଷଣ ଦେଇଥିବା ବେଳେ ସମ୍ପାଦକ ଭାରତ ଭୂଷଣ ପଣ୍ଡା ଅତିଥି ପରିଚୟ ଦେଇଥିଲେ | ଏହି ଅବସରରେ ଓ ଏ ସ ପରୀକ୍ଷାରେ ଟପର ହେଇଥିବା ଅଶ୍ୱିନୀ କୁମାର ପଣ୍ଡା ,ତପନ ତରେଇ ଓ କଳ୍ପିତା ଜେନା ପ୍ରମୁଖଙ୍କୁ ଉତ୍ତରୀୟ ,ମାନପତ୍ର ଓ ପୁଷ୍ପ ଗୁଚ୍ଛ ଦେଇ ଅତିଥିମାନେ ସମ୍ବର୍ଦ୍ଧିତ କରିଥିଲେ  | ବେତାରକଣ୍ଠ ଶିଳ୍ପୀ ଅଜୟ କୁମାର ଜେନା ବନେ୍ଦ ଉକôଳ ଜନନୀ ସଂଗୀତ ଗାନ କରିଥିଲେ | ଆତ୍ମା ଅଧ୍ୟକ୍ଷ ନିରଞ୍ଜନ ସେନାପତି ,ଯୁବ ବିଜେଡି ସଭାପତି ଗଣେଶ୍ୱର ବରାଳ ,ସାମ୍ବାଦିକ ଶିବରାମ ସାହୁ ,ପ୍ରସନ୍ନ ବିଶ୍ୱାଳ, ଦିଗମ୍ବର ମହାପାତ୍ର, ପ୍ରଭାକର ସାମଲ ,ଛାତ୍ର ବିଜେଡି ସଭାପତି ଜଚିନ୍ଦ୍ର ନାୟକ, ଚିନ୍ମୟ ମହାନ୍ତି, ଜଗନାଥ ମୁଦୁଲି ପ୍ରମୁଖ ଜୟନ୍ତୀରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ.”ପ୍ରୟାସ” ର ବରିଷ୍ଠ ସଭ୍ୟ ହେମେଶ କୁମାର ଜେନା, ପ୍ରମୋଦ ଜେନା, ମାନସ କୁମାର ରାଉତ, ମୋହନ ମହାରଣା, ସହ ସମ୍ପାଦକ ପ୍ରତାପ ଗୋଛାୟତ, କୋଷାଧ୍ୟକ ଅମୀୟ ମହାରଣା, ମକରଧ୍ୱଜ ଦାସ ,ଭବତୋଷ ବିଶ୍ୱାଳ, ତ୍ରିଲୋଚନ ବେହେରା, ବସନ୍ତ ପଲେଇ, ସୁଶାନ୍ତ ନାୟକ, ଦିଲୀପ ସାହୁ, ମନୋଜ ରାଉତ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ .ଶେଷରେ ମୁଖପାତ୍ର ସୁରେନ୍ଦ୍ର ସାମଲ ଧନ୍ୟବାଦ ଦେଇଥିଲେ |

Related Posts

About The Author

Add Comment