ପ୍ରସିଦ୍ଧ ବାଲିସାହି ଦୋଳ ମେଳଣ ଉଦଯାପିତ

Spread the love

ଜେନାପୁର/୧୫/୦୩/ସନ୍ଧାନ ନିଉଜ୍ /ଧର୍ମଶାଳା ବ୍ଲକ ଅଞ୍ଜିରା ପଞ୍ଚାୟତ ଅଧିନ ‘ମା’ ବାଘୁଆ ବ୍ରାହ୍ମଣୀ ଦେବୀ ପୂଜା କମିଟି ଆନୁକୂଲ୍ୟରେ ଆୟୋଜିତ ୫୧ ତମ ବାଲିସାହି ମେଳଣ ମଙ୍ଗଳବାର ଉଦଯାପିତ ହୋଇଯାଇଛି ।ଉଦଯାପନି ଉତ୍ସବର ଅଂଜିରା ପଂଚାୟତର ବହୁ ମାନ୍ୟଗଣ୍ୟ ଵେକ୍ତି ଉପସ୍ଥିତ ଥିଲେ । ମେଳଣରେ ମୁରାରୀପୁର,ଅଭୟ ପୁର,ମଧୁବନ,ପାଞ୍ଚଗୋଛିଆ,ଲୁଣିବେର,ବଉଳମାଲ ସମେତ ୦୮ରୁ ଉର୍ଦ୍ଧ୍ବ ରାଧାକୃଷ୍ଣ ଦୋଳ ବିମାନ ଯୋଗ ଦେଇଥିଲେ । ବାଜା, ବାଣ, ରୋଷଣୀ,ଘୋଡାନାଚ ଓ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟରେ ବିମାନଗୁଡିକୁ ଅଣାଯାଇଥିଲା । ବୁଧବାର ସକାଳୁ ସଂକୀର୍ତ୍ତନ ମଣ୍ଡଳୀ ହରିଗୀତର ତାଳେତାଳେ କୀର୍ତ୍ତନ ଓ ଅଭିର ରଙ୍ଗ ଖେଳ ସହିତ ଦୋଳ ବିମାନଗୁଡିକୁ ମଳେଣ ପଡ଼ିଆରେ ପହଞ୍ଚାଥିଲେ । ଦୋଳ ବିମାନ ଏକତ୍ରିତ ହେବାପରେ ଠାକୁରଙ୍କୁ ଭୋଗ ନୈବେଦ୍ୟ ସହିତ ଦକ୍ଷିଣା ପ୍ରଦାନ କରାଯାଇଥିଲା । ପରେ ସମସ୍ତ ବିମାନ ମୁରାଲିପୁର ବିମାନ ଥାନପତି ସହିତ ଆସନ ଅଳଙ୍କୃତ କରିବା ସହିତ ସମସ୍ତ ଦୋଳ ବିମାନଙ୍କର ମୁଖ୍ୟ ପରିଚାଳକ ମାନକଙ୍କୁ ଉତରୀୟ ପୁଷ୍ପଗୁଚ୍ଛ ପ୍ରଦାନ କରାଯାଇଥିଲା । ପରିଚାଳନା କମିଟିର ସଭାପତି ବଟକୃଷ୍ଣ ପଣ୍ଡା, ସମ୍ଫାଦକ କୃଷ୍ଣଚନ୍ଦ୍ର ସାହୁ, ଅକ୍ଷୟ ପ୍ରଧାନ, ବାଇଧର ସାହୁ, ରଘୁନାଥ ପ୍ରଧାନ,ପାଣ୍ଡବ ଚରଣ ବେହେରା, କୈଳାସ ଚନ୍ଦ୍ର ରାଉତ,ବଂଶୀଧର ମହାରଣା, କାଙ୍ଗାଳୀ ଚରଣ ସେଠୀ, ପ୍ରତାପ ପ୍ରଧାନ,ପ୍ରଫୁଲ ସାହୁ,ପ୍ରବିତ୍ର ସାହୁ ସମେତ ବାଘୁଆ ବ୍ରାହ୍ମଣୀ ଦେବୀ ମେଳଣ କମିଟିର ସମସ୍ତ ସଭ୍ୟ ମେଳଣ ପରିଚାଳନାରେ ସହଯୋଗ କରିଥିଲେ । ଜେନାପୁର ପୋଲିସ ପକ୍ଷରୁ ଶାନ୍ତି ଶୃଙ୍ଖଳା ରକ୍ଷା କରାଯାଇଥିଲା ।

Related Posts

About The Author

Add Comment