ପ୍ରଶାସନର ପ୍ରତିବନ୍ଧକକୁ ଫୁ’ କରି ଡ଼ଙ୍କାରୀ ପାହାଡରେ ପୁଣି ମାତିଲେ ମାଫିଆ

Spread the love
 ଯାଜପୁର ,୬/୧୧ (ସନ୍ଧାନ ନିୟୁଜ) ମାତ୍ର କୋଡ଼ିଏ ଦିନ ତଳେ ଅକ୍ଟୋବର ୧୫ ତାରିଖରେ ଯାଜପୁର ଜିଲ୍ଲାପାଳ ଓ ଏସପି ଧର୍ମଶାଳା ତହସିଲ ଅନ୍ତର୍ଗତ ଡ଼ଙ୍କାରୀ ପାହାଡରେ ବେଆଇନ୍ ଭାବେ ଚାଲିଥିବା କଳାପଥର ଖଣି ଗୁଡିକ ସିଲ୍ କରି ସେ ଅଞ୍ଚଳରେ ୧୪୪ଧାରା ଜାରି ହେଲା ବୋଲି ଘୋଷଣା କରିଥିଲେ ! ଖଣିକୁ ଯାତାୟାତ ପାଇଁ ଲମ୍ବିଥିବା ରାସ୍ତାଗୁଡ଼ିକ ମଧ୍ୟ ପ୍ରଶାସନ କାଟି ଦେଇଥିଲା ! କିନ୍ତୁ କେଉଁ ବହପରେ କିଛି ମାଫିଆ ଗତକାଲିଠାରୁ ପୁନଶ୍ଚ ଏଠାରେ ପାହାଡ଼ ଫଟାଇ କଳାପଥର ଖନନ ପାଇଁ ଯୋଜନା ପ୍ରସ୍ତୁତ କରି ପ୍ରଶାସନ କାଟି ଦେଇଥିବା ରାସ୍ତାକୁ ପୁନଃ ସଂଯୋଗ କରାଇ ଆଜି ପ୍ରତିବନ୍ଧିତ ପାହାଡ଼ ଉପରକୁ ମେସିନ୍ ଚଢାଇଥିବା ଦେଖାଯାଇଛି ସେଥିନେଇ ପ୍ରଶାସନିକ ପଦକ୍ଷେପ ଉପରେ ବୁଦ୍ଧିଜିବୀ ମହଲରେ ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି ! ଯଦି ପ୍ରଶାସନ ଏଠାରେ ଜାରି କରିଥିବା ୧୪୪ ଧାରା ଜାରି କରିଥିଲା, ତାହାକୁ ତ ଏହାମଧ୍ୟରେ ଉଚ୍ଛେଦ କରାଯାଇ ନାହିଁ ! ମାତ୍ର ଜେନାପୁର ପୋଲିସ ସେହି ନିଷିଦ୍ଧାଞ୍ଚଳ ମଧ୍ୟକୁ ପ୍ରବେଶ କରୁଥିବା ଜନ୍ତ୍ରପାତି ଓ ଜନସାଧାରଣଙ୍କ ବିରୁଦ୍ଧରେ କାହିଁକି ଏଯାଏଁ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହିଁ ତାହା ମଧ୍ଯ ଏବେ ସବୁଠୁ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି !

Related Posts

About The Author

Add Comment