ପ୍ରଶାସନର ଆଖି ଦେଖୁଛି କାନ ଶୁଣୁଛି ହେଲେ କଣ ହେବ ମାଫିଆ ମାନଙ୍କୁ ସମର୍ଥନ ଦେଉଛି ଅଣଲିଜ୍ ଘାଟରୁ ଚାଲିଛି ବାଲି ଲୁଟ, ଲକ୍ଷାଧିକ ଟଙ୍କାର ରାଜସ୍ୱହାନୀ

Spread the love

ଯାଜପୁର/ଧର୍ମଶାଳା (ସନ୍ଧାନ ନିୟୁଜ)- ଯାଜପୁର ଜିଲ୍ଲା ପ୍ରଶାସନ ଏବଂ ଧର୍ମଶାଳା ତହସିଲ ପ୍ରଶାସନର ଆଖି ଭଲ ଅଛି ଟିକ୍ ଦେଖିପାରୁଛି, କାନ ମଧ୍ୟ ଭଲ ଅଛି ଲୋକଙ୍କ ଅଭିଯୋଗକୁ ଶୁଣୁଛି ହେଲେ କଣ ହେବ ମାଫିଆ ମାନଙ୍କୁ ନିଜର ସବସ୍ୱ ବିକ୍ରି କରିଦେଇ ଲୁଟୁ କରିବା ପାଇଁ ଛାଡିଦେଇଛି । ଧର୍ମଶାଳା ଅଂଚଳରେ ବାଲିଘାଟ ମାନଙ୍କରେ ଚାଲିଥିବା ବେଆଇନ ବାଲିଘାଟକୁ ଦେଖିଲେ ଏହି କଥା ପୁରା ଷ୍ପଷ୍ଟ ହେବା । ଧର୍ମଶାଳା ତହସିଲ ଅନ୍ତର୍ଗତ କୁସ୍ତିରା ଠରୁ କଲାଣ୍ଡ ପର୍ଯ୍ୟନ୍ତ ଦୀର୍ଘ ୨୦ କି.ମି ରୁ ଉର୍ଦ୍ଧ ବ୍ୟାପୀ ଶୁଷ୍କ ପଡିଥିବା ବ୍ରାହ୍ମଣୀ ନଦୀର ବିସ୍ତିର୍ଣ୍ଣ ବାଲୁକା ଶଯ୍ୟା ରୁ ପ୍ରତ୍ୟେହ ହଜାର ହଜାର ସ.ିଏମର ବାଲ ଲୁଟ ହେଉଛି । ବ୍ରାହ୍ମଣୀ ନଦୀର ଏହି ୨୦ କି.ମି ବ୍ୟାପୀ ତଟବର୍ତ୍ତୀ ଅଞ୍ଚଳର ବିଭିନ୍ନ ଜାଗାରେ ର୍ୟାମ୍ପ ତିଆରି କରାଯାଇ ଟ୍ରାକ୍ଟର ,ଟ୍ରିପର ଏବଂ ହାଇ ଜରିଆରେ ମେଶିନ୍ ଏବଂ ଶ୍ରମିକ ଙ୍କ ଦ୍ୱାରା ଲୋଡ କରାଜାଇ ଲୁଟ୍ ହେଉଛି ହଜାର ହଜାର ଟ୍ରିପ୍ ବାଲି ହେଲେ ପ୍ରଶାସନର ନୀରବତା ସ୍ଥାନୀୟ ଲୋକଙ୍କୁ ଚକିତ କରିଛି । ଦିନରାତି ନଦୀ ତଟବର୍ତ୍ତି ଅଞ୍ଚଳରୁ ବାଲି ଉତ୍ତୋଳନ କରାଯାଇ ନିକଟସ୍ଥ ଢେଙ୍କାନାଳ କେନ୍ଦ୍ରାପଡା ଓ ଯାଜପୁର ଜିଲ୍ଲାର ବିଭିନ୍ନ ଅଞ୍ଚଳକୁ ଚୋରା ଚାଲାଣ ହେଉଛି । ଏହି ଅଞ୍ଚଳର କୁସ୍ତିରା, ଜେନାପୁର, ବୃନ୍ଦାଦେଇପୁର , ଚୋଉଷଠିପଡା, ରାଇଛନ୍ଧା, ତଇଲା ସାହି ,ସିଧାପାଳ ,ବାଲିକୁଦିଆ ,ରେଖିଦେଇପୁର , ମାଳହାଟ ଓ କଲାଣ୍ଡ ଇତ୍ୟାଦି ଅଞ୍ଚଳରେ ଏହି ବେଆଇନ ବାଲିଘାଟ ଚାଲୁଥିଲେ ମଧ୍ୟ ଏହାକୁ ରୋକିବାକୁ ପ୍ରଶାସନ ବିଫଳ ହୋଇଛି । ଜେନାପୁର ଓ ବୃନ୍ଦାଦେଇପୁରର, ଧର୍ମଶାଳା ତହସିଲ ନିକଟସ୍ଥ ଗୋକର୍ଣ୍ଣଶ୍ୱର ନିକଟସ୍ଥ କିଛି ବାଲି ଘାଟକୁ ଲିଜ୍ ଆକାରରେ ଦିଆଯାଇଛି । ହେଲେ ଏଠାରେ ଲିଜ୍ ଧାରିମାନେ ପ୍ରୋକ୍ଳିନ୍ ଓ ଜେସିବି ସାହାର୍ଯ୍ୟରେ ଦିନକୁ ଶହ ଶହ ଟ୍ରିପ୍ବାଲି ଉଠାଇ ତଟବର୍ତ୍ତୀ ଅଞ୍ଚଳକୁ ଏତେ ଗାଡ କରିସାରିଲେଣି ଯେ ଲୋକମାନେ ଗାଧୋଇବା ପାଇଁ ସେଠାକୁ ଯିବାକୁ ଭୟ କରୁଛନ୍ତି ।ଦିନକୁ ମାତ୍ର ୯ ସ.ିଏମ୍ ବାଲି ଉତ୍ତୋଳନ ପାଇଁ ଦୁଇଟି ଘାଟ କୁ ଅନୁମତି ମିଳିଥିବେଳେ ହଜାର ହଜାର ଟ୍ରିପ୍ ବାଲି ଲୁଟ ତହସିଲ୍ ପ୍ରଶାସନ ନଜରରେ ପଡୁନି କିପରି ? କବାଟବନ୍ଧରୁ କଲାଣ୍ଡ ପର୍ଯ୍ୟନ୍ତ ଯାଜପୁର ସୀମାଭିତରେ ଥିବା ବେଳେ ଏହା ଆଗକୁ ରହିଛି ଢେଙ୍କାନାଳ ଜିଲ୍ଲା । ଏହି ଅଞ୍ଚଳରୁ ବାଲି ଚୋରା ଉତ୍ତୋଳନ କରାଯାଇ ଢେଙ୍କାନାଳର ବିଭିନ୍ନ ଅଞ୍ଚଳକୁ ସହଜରେ ଚୋରା ଚାଲାଣ କରାଯାଉଛି । ଏପରିକି ଏହି ଅଞ୍ଚଳର ବାଲି କଳିଙ୍ଗନଗରରେ ଗଢି ଉଠିଥିବା ବିଭିନ୍ନ ଶିଳ୍ପାନୁଷ୍ଠାନ ମାନଙ୍କୁ ଉଚ୍ଚା ଦରରେ ବିକ୍ରିକରି ଲକ୍ଷ ଲକ୍ଷ ଟଙ୍କା ମୁନାଫା କମାଉଛନ୍ତି ବାଲି ଲୁଟେରା ହେଲେ ଏପଟେ ରାଜସ୍ୱ ଖାତା ଶୂନ । ସରକାର ଳକ୍ଷ ଲକ୍ଷ ଟଙ୍କା ରାଜସ୍ୱ ହରଉଥିବା ବେଳେ ସ୍ଥାନୀୟ ଲୋକେ ବାଲିମାଫିଆଙ୍କ ବିରୁଦ୍ଧରେ ସୋର ଉତ୍ତୋଳନ କରିବାପାଇଁ ଶାହସ ଜୁଟାଇ ପାରୁନାହାଁନ୍ତି କାରଣ ପ୍ରଶାସନ ଓ ବାଲି ଲୁଟେରାଙ୍କ ମଧ୍ୟରେ ନିବିଡ ମଧୁର ସଂପର୍କ ଅଛି ।ଏପରିକି ଜେନାପୁର ପୋଲିସ୍ ସବୁ ଦେଖି ଚୁପ୍ ରହୁଛି ।ଥାନାଠାରୁ ମାତ୍ର କେଇଶହ ମିଟର ଦୂରରେ ଏପରି ବାଲି ଚୋରା କାରବାର ଖୁଲମ ଖୁଲା ଚାଲିଛି ।ଏହାକୁନେଇ ବିଭିନ୍ନ ସମୟରେ ଅଭିଯୋଗ ହେବା ସହ ଏନ୍ଜିଟି ତଦନ୍ତ ମଧ୍ୟ ହୋଇଛି । କଳିଙ୍ଗ ନଗର ଶିଳ୍ପାଞ୍ଚଳକୁ ବାଲି ଚୋରା ଚାଲାଣ ପାଇଁ କବାଟ ବନ୍ଧ ଠାରୁ ଡୁବୁରୀ ପର୍ଯ୍ୟନ୍ତେ ଏକ ଗ୍ୟାଙ୍ଗ୍ କାମ କରୁଛି । ଧର୍ମଶାଳା ଓ ସୁକିନ୍ଦାର କିଛି ଚୋରା ବାଲି ବ୍ୟବସାୟି ଏହି ଗ୍ୟାଙ୍ଗରେ ସାମିଲ ଥିବା ଆଲୋଚନା ହେଉଛି । ଧର୍ମଶାଳା ଅଞ୍ଚଳର ଲୁଟେରା ଗ୍ୟାଙ୍ଗ କାଟବନ୍ଧ ବାହ୍ମଣୀ ସେତୂ ସୀମାପାର କରାଇବାପରେ ପରେ ସୁକିନ୍ଦା ତହସିଲ୍ ଅଞ୍ଚଳର ଏକ ଗୋଷ୍ଠି କଡା ସୁରକ୍ଷ୍ୟା ମଧ୍ୟରେ ଏହି ବାଲି ଚୋରା କାରବାର କରୁଥିବା ଓ ଏହାକୁ କଳିଙ୍ଗନଗର ଶିଳ୍ପାଞ୍ଚଳକୁ ଯୋଗାଇ ଲକ୍ଷ ଲକ୍ଷ ଟଙ୍କାର ମୁନାଫାକୁ ଭାଗବାଣ୍ଟ କରି ନାଉଥିବା ଆଲୋଚନା ହେଉଛି ।ଏପରିକି ତହସିଲ ଓ ପୋଲିସ୍ ପ୍ରସାଶନର କିଛି ଅସାଧୁ କର୍ମଚାରୀ ଏଥିରେ ସାମିଲ ଥିବା ଆଲୋଚନା ମଧ୍ୟ କିଛି କମରେ ନାହିଁ । ବର୍ଷାଦିନ ଆରମ୍ଭ ହୋଇଥିବାରୁ ବାଲି ମାଫିଆଙ୍କ ମାନେ ଲୋକମାନଙ୍କୁ ନଦୀରେ ବନ୍ୟା ଭୟ ଦେଖାଇ ନଦୀ ତଟବର୍ତ୍ତୀ ଅଂଚଳରେ ବାଲି ଗଚ୍ଛିତ ରଖି ଚଢା ଦରରେ ବିକି ବେଶ ମୁନାଫା କରୁଛନ୍ତି । ସାଧାରଣ ଲୋକେ ବିଭିନ୍ନ ଆବସ ଯୋଜନାରେ ଘରେ ଖଣ୍ଡେ ପାଇ ସଠିକ ସମୟରେ ଘର କାମ ସାରିବା ପାଇଁ ସରକାରଙ୍କ ନିଦେ୍ର୍ଦଶ ଥିବାରୁ ତିନି ଗୁଣା ମୁଲ୍ୟ ଦେଇ ବାଲି କିଣୁଛନ୍ତି । ତେବେ ଧର୍ମଶାଳା ଓ ସୁକିନ୍ଦା ତହସିଲ,ଜେନାପୁର ଓ କଳିଙ୍ଗନଗର ଥାନା ପକ୍ଷରୁ ବ୍ୟାପକ ଚଢାଉ କରାଯାଇ ଏହି ଚୋରା ବାଲି ଚାଲାଣ କାରବାର ରୋକିବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି ।

Related Posts

About The Author

Add Comment