ପ୍ରବଳ ବର୍ଷାଜନିତ ବନ୍ୟା ପ୍ରବାହ ଯୋଗୁଁ ଧୋଇଗଲା ରେଳଧାରଣା; ଅନେକ ଟ୍ରେନ୍‌ ଚଳାଚଳ ବାତିଲ୍‌

Spread the love

ଭୁବନେଶ୍ୱର, ୭/୮ (ସନ୍ଧାନ ନିଉଜ) : ପ୍ରବଳ ବର୍ଷାଯୋଗୁଁ ମଙ୍ଗଳବାର ରାତିରେ ରେଳଧାରଣା ଉପରେ ବନ୍ୟା ଜଳ ପ୍ରବାହ ହୋଇ ମାଟି ଓ ବଜୁରି ଧୋଇଯିବାରୁ ରାୟଗଡ଼ା ଏବଂ ଟିଟଲାଗଡ଼ ମଧ୍ୟରେ ରେଳଗାଡ଼ି ଚଳାଚଳ ବାଧା ପାଇଛି। ଏହି ଲାଇନ୍‌ର ଡାଇକାଲୁ-ଆମ୍ବଦୋଳା ସେକ୍ସନ୍‌ ବିଶେଷ ପ୍ରଭାବିତ ହୋଇଛି।

ଏଥିଯୋଗୁଁ ରେଳବାଇ ଅଗଷ୍ଟ ୭ ତାରିଖ ନିମନ୍ତେ କେତେକ ପାସେଞ୍ଜର୍‌ ଏବଂ ଏକ୍ସ୍‍ପ୍ରେସ୍‌ ଟ୍ରେନ୍‌ର ପଥ ପରିବର୍ତ୍ତନ କରିବା ସହ ଅନ୍ୟ କେତେକକୁ ବାତିଲ କରିଛି।

୧୨୮୪୪ ଅହମଦାବାଦ-ପୁରୀ (ତା ୫. ୮. ୧୯) ଭାୟା ଟିଟିଲାଗଡ଼-ସମ୍ବଲପୁର-ଅନଗୁଳ-ଖୋର୍ଦ୍ଧା ରୋଡ୍‌
୧୨୮୪୩ ପୁରୀ-ଅହମଦାବାଦ ଏକ୍ସପ୍ରେସ୍‌ (ତା ୬. ୮. ୧୯) ଭାୟା ଦୁବଓ୍ଵାଦା-ବାଲହରଶାହ-ନାଗପୁର
୧୮୬୩୮ ବେଙ୍ଗାଲୁରୁ କ୍ୟାଣ୍ଟ୍‌-ହଟିଆ ଏକ୍ସ୍‍ପ୍ରେସ୍‌ (ତା୬. ୮. ୧୯) ରାୟଗଡ଼ାରୁ ଭାୟା ବିଜିୟାନଗରମ-ଖୋର୍ଦ୍ଧା ରୋଡ୍‌-ଅନଗୁଳ-ସମ୍ବଲପୁର
୧୩୩୫୧ ଧାନବାଦ-ଆଲ୍ଲେପ୍ପି ଏକ୍ସପ୍ରେସ୍‌ (ତା ୬. ୮. ୧୯) ବରଗଡ଼ରୁ ଭାୟା ସମ୍ବଲପୁର-ଅନଗୁଳ-ଖୋର୍ଦ୍ଧା ରୋଡ୍‌-ପଲାଶ-ବିଜିୟନଗ୍ରମ୍‌
୧୨୮୦୧ ବିଶାଖାପାଟଣା-ହଜ୍‌ରତ୍‌ ନିଜାମୁଦ୍ଦିନ୍‌ ଏକ୍ସ୍‍ପ୍ରେସ୍‌ (ତା ୭, ୮.୧୯) ଭାୟା ଦୁବଓ୍ଵଦା-ବାଲହରଶାହ-ନାଗପୁର

Related Posts

About The Author

Add Comment