ଭଦ୍ରକ, ୦୨/୧୨ (ସନ୍ଧାନ ନିଉଜ) : ଭଦ୍ରକ ବ୍ଲକ ଗୁଜିଦରଡ଼ା ପଞ୍ଚାୟତରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବ୍ୟାପକ ଅନିୟମିତତାର ଅଭିଯୋଗ ଅ।।ସିଛି । ଅଭିଯୋଗ ଅନୁଯାୟୀ ଉକ୍ତ ପଞ୍ଚାୟତରେ ୩୮୦ ଯୋଗ୍ୟ ହିତାଧିକାରୀ ଥିବାବେଳେ, ପ୍ରାୟ ୩୬୦ଜଣଙ୍କୁ କାର୍ଯ୍ୟାଦେଶ ଦିଆଯାଇଛି । କିନ୍ତୁ ପ୍ରସ୍ତୁତ ହୋଇଥିବା କ୍ରମିକ ନମ୍ବରକୁ ଉପଯୁକ୍ତ ଭାବେ କର୍ତ୍ତୃପକ୍ଷ ପାଳନ କରୁନାହାନ୍ତି । ଜନୈକା ହିତାଧିକାରୀ ଶ୍ରୀମତୀ ମହାରଣା ଆଦୌ ଘର ନକରି ମଧ୍ୟ ଇତିମଧ୍ୟରେ ୨ଟି କିସ୍ତି ପାଇ ସାରିଛନ୍ତି । ଏହା କିପରି ହେଲା ତାହା ତଦନ୍ତ ସପେକ୍ଷ । ଅପରପକ୍ଷରେ ଶ୍ୟାମସୁନ୍ଦର ବାରିକ ନାମକ ଜଣେ ହତାଧିମାରୀ ପ୍ଲିନ୍ଥ ଲେବୁଲ ପର୍ଯ୍ୟନ୍ତ କାର୍ଯ୍ୟ କରି ମଧ୍ୟ ଏପର୍ଯ୍ୟନ୍ତ ପ୍ରଥମ କିସ୍ତି ପାଇ ପାରି ନାହାନ୍ତି । ପଞ୍ଚାୟତ ଅଧିକାରୀ ବିଭିନ୍ନ ଆଳ ଦେଖାଇ ସମୟ ଗଡ଼ାଇ ଚାଲିଛନ୍ତି । ତେବେ ହିତାଧିକାରୀଙ୍କ କ୍ରମିକ ନମ୍ବରକୁ ଜମ୍ପ କରି ଅନ୍ୟ ହିତାଧିକାରୀଙ୍କୁ ସୁଯୋଗ ଦିଆଯାଉଛି । ରମେଶ ଚନ୍ଦ୍ର ସାହୁ ନାମକ ଜଣେ ହିତାଧିକାରୀ ଘର ନିର୍ମାଣ ପାଇଁ ଜିଲ୍ଲାପାଳଙ୍କ ଅଭିଯୋଗ ଶିବିରରେ ଇତିମଧ୍ୟରେ ୫ଥର ଆବେଦନ କରିଥିଲେ ମଧ୍ୟ କାର୍ଯ୍ୟ କେବଳ ଇନକ୍ୱାରୀ ରିପୋର୍ଟରେ ସିମୀତ ରହିଛି । ସେହିପରି ଉର୍ମିଳା ଦଳେଇ, ବନମାଳୀ ଦଳେଇ, ବିଜୟ ସାହୁ, ଅକ୍ଷୟ ସାହୁଙ୍କ ପରି ୧୧ଜଣ ହିତାଧିକାରୀ ମଧ୍ୟ ଉପଯୁକ୍ତ ନ୍ୟାୟ ଅପେକ୍ଷାରେ ରହିଛନ୍ତି । ତେଣୁ ହିତାଧିକାରୀ ମନୋନୟନ କରି କାର୍ଯ୍ୟାଦେଶ ଦେବା ସମୟରେ ସ୍ୱଛତା ରକ୍ଷା ପାଇଁ ଗୁଜିଦରକ୍ଷା ପଞ୍ଚାୟତ ସମିତିର ସମିତି ସଭ୍ୟ ଜିଲ୍ଲାପାଳଙ୍କ ଠାରେ ଦାବି କରିଛନ୍ତି । ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ନହେଲେ ଏସମସ୍ତ ହିତାଧିକାରୀ ଧାରଣା ଦେବାକୁ ଚେତବାନୀ ଦେଇଛନ୍ତି ।
ପ୍ରଧାନମନ୍ତ୍ରୀ ଆବାସ ହିତାଧିକାରୀ ଚୟନରେ ଅନିୟମିତତା ଅଭିଯୋଗ
|
December 2, 2019 |



