ପ୍ରକଳ୍ପ କାମରେ ମନମାନି : ବଦଳି ଦାବି

Spread the love

ବାରିପଦା ୧୫/୦୭ (ସନ୍ଧାନ ନିଉଜ/ଲିଙ୍ଗରାଜ ପଣ୍ଡା):- ବାଙ୍ଗିରିପୋଷି ବନାଞ୍ଚଳ ଅନ୍ତର୍ଗତ ଝିଙ୍କପାହାଡି ଗାଁରେ ଗଠିତ ବନ ସୁରକ୍ଷା ସମିତି (ଭିଏସ୍ଏସ୍)କୁ ଅଣଦେଖା ଅଭିଯୋଗ । ଏହି ସମିତିର ଅଗୋଚରରେ ପ୍ରକଳ୍ପ କାମ କରିବା , କାମରେ ମନମାନି ମନମାନି କରୁଥିବା, ନାବାଳିକ ଶ୍ରମିକଙ୍କୁ ନିୟୋଜିତ କରୁଥିବା ଅଭିଯୋଗ ହୋଇଛି । ଧୋବଣୀଶୋଳ ବିଟ୍ ର  ଫରେଷ୍ଟ ଗାର୍ଡ ପ୍ରମିଳା ସେଣଙ୍କ ବିରୋଧରେ ଭିଏସ୍ଏସ୍ ଏଭଳି ଅଭିଯୋଗ କରିବା ସହ ତୁରନ୍ତ ତାଙ୍କର ବଦଳି ଦାବି କରିଛି ।

ଝିଙ୍କପାହିଡି ଗାଁରେ ୫୦ ବର୍ଷ ହେଲା ଗଠିତ ହୋଇଛି ବନ ସୁରକ୍ଷା ସମିତି । ଏହି ସମିତି ନିକଟସ୍ଥ ନେତ୍ରାପାଟ ଜଙ୍ଗଲର ସୁରକ୍ଷା କରୁଛି । ବନ ବିଭାଗ ସହଯୋଗ କ୍ରମେ ଜଙ୍ଗଲ ସୁରକ୍ଷା ଓ ବନୀକରଣ କାର୍ଯ୍ୟ ତ୍ବରାନ୍ବିତ ହେଉଛି । ଏବେ ଜାଇକା ପ୍ରକଳ୍ପରେ  ବିଭିନ୍ନ କାର୍ଯ୍ୟ ମିଳିତ ଭାବେ ସମ୍ପାଦନ ପାଇଁ ଉଭୟ ବନ ବିଭାଗ ଓ ଭିଏସ୍ଏସ୍ କମିଟିକୁ ନିର୍ଦ୍ଦେଶ ମିଳିଛି । ମାର୍ଚ୍ଚ ମାସରୁ ଏହି ଅଞ୍ଚଳରେ ୩ଟି ପ୍ଲାଣ୍ଟେସନ ପାଇଁ କାର୍ଯ୍ୟ ଆରମ୍ଭ ହୋଇଛି । ଭିଏସ୍ଏସ୍ କମିଟିର ସଭାପତି ଅଛନ୍ତି ଠାକୁରଦାସ ହେମ୍ବ୍ରମ ଏବଂ ମେମ୍ବର ସମ୍ପାଦକ ଭାବେ ଧୋବଣୀଶୋଳ ବିଟ୍ ର ଫରେଷ୍ଟ ଗାର୍ଡ ପ୍ରମିଳା ସେଣ କହିଛନ୍ତି । ମାତ୍ର କମିଟିକୁ ବେଖାତିର କରି ସେ ନିଜ ମନଇଚ୍ଛାରେ ସରକାରୀ କାର୍ଯ୍ୟ କରୁଥିବା ଅଭିଯୋଗ ହୋଇଛି । କମିଟି ବିରୋଧ କଲେ ଅନ୍ୟ ଗାଁରେ ଶ୍ରମିକଙ୍କ ଦ୍ବାରା କାର୍ଯ୍ୟ କରାଯାଉଥିବା ଏବଂ ପରେ ଆରଟିଜିଏସ୍ ରେ କମିଟିର କୋଷାଧ୍ୟକ୍ଷଙ୍କୁ ଦସ୍ତଖତ କରିବା ପାଇଁ ବାଧ୍ୟ କରୁଥିବା ଅଭିଯୋଗ ହୋଇଛି । ଏହି ସମସ୍ୟା ସମ୍ପର୍କରେ ଭିଏସ୍ଏସ୍ କମିଟିର ସମସ୍ତ ସଦସ୍ୟ ଜୁନ୍ ୨୯ ରେ ବନାଞ୍ଚଳ ଅଧିକାରୀଙ୍କୁ ଜଣାଇଥିଲେ । ଉକ୍ତ ଫରେଷ୍ଟ ଗାର୍ଡ ଓ କମିଟି ସଦସ୍ୟଙ୍କ ମଧ୍ୟରେ ବୁଝାମଣା ପରେ ଭିଏସ୍ଏ କମିଟିର ପରାମର୍ଶ କ୍ରମେ କାର୍ଯ୍ୟ କରିବାକୁ  ମେମ୍ବର ସମ୍ପାଦକ ଗାର୍ଡ ଶ୍ରୀମତୀ ସେଣଙ୍କ ବନାଞ୍ଚଳ  ଅଧିକାରୀ କହିଥିଲେ । ମାତ୍ର ଜାଣି ଶୁଣି ଶ୍ରମିକଙ୍କ ମଜୁରୀ ଦେବାରେ ବିଳମ୍ବ , କମିଟି ସଦସ୍ୟ ଡାକିଲେ ନଶୁଣିବା ଆଦି ସମ୍ପର୍କରେ କମିଟିର ସଦସ୍ୟ ବନ୍ୟାଞ୍ଚଳ ଅଧିକାରୀଙ୍କୁ ଅଭିଯୋଗ କରିଥିଲେ । ମହିଳା ଗାର୍ଡ ଜଣକ ପରେ ଆଲୋଚନାକୁ ଆସି ନ ଥିଲେ ।

ଏ ସମ୍ପର୍କରେ ବାଙ୍ଗିରିପୋଷି ଭାରପ୍ରାପ୍ତ ବନାଞ୍ଚଳ ଅଧିକାରୀ ଶୈଳେନ୍ଦ୍ର ଦାସଙ୍କୁ ପଚାରିବାରୁ କହିଛନ୍ତି , ସମସ୍ୟା ବିଷୟରେ ଅବଗତ ଅଛି, ସମସ୍ୟା କାରଣ ସମ୍ପର୍କରେ ତଦନ୍ତ କରିବି । ବିଭାଗୀୟ ଅଧିକାରୀ ମାନେ ମହିଳା ଗାର୍ଡଙ୍କ ମନମୁଖି କାମକୁ ବନ୍ଦ କରିବା ସହ ବଦଳି ପାଇଁ ସମିତିର ସଦସ୍ୟ ଦାବି କରିଛନ୍ତି । ନଚେତ ଆଇନର ଆଶ୍ରୟ ନେବେ ବୋଲି ବନ ସୁରକ୍ଷା ସମିତି ସଭାପତି ଠାକୁରଦାସ ହେମ୍ବ୍ରମ, ଉପସଭାପତି ସୁକୁମାରୀ ସିଂ, କୋଷାଧ୍ୟକ୍ଷ ସୁଧତ୍ର ନାଏକ , ଶଶାଙ୍କ ବେହେରା , ଜହରଲାଲ ହେମ୍ବ୍ରମ,ଫୁଲମଣି ମାର୍ଣ୍ଡି, ରାଇମଣି ନାଏକ , ସୁକୁମାରୀ ଖାମରାୟ, ମୀନତି ସିଂ,ବୀର ସିଂ ପ୍ରମୁଖ ସଦସ୍ୟଙ୍କ ସହ ଏନିମେଟର ନିହାରିକା ନାଏକ ,ମଣ୍ଟୁ ନାଏକ କହିଛନ୍ତି ।

Related Posts

About The Author

Add Comment