ପୋଲ ପାଇଁ ୪ ଶିଶୁଙ୍କୁ ବଳି ଦେବା ପାଇଁ ଉଦ୍ୟମ, ଜଣେ ଗିରଫ

Spread the love

ବାଙ୍ଗିରିପୋଷି, ୧୧ /୧୨/୨୦୨୦ (ସନ୍ଧାନ ନିଉଜ) ମୟୁରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ବ୍ଲକ ର କଳାବାଡିଆ  ଜାତୀୟ ରାଜପଥ 18 ରେ  ନିର୍ମାଣ ହେଉଛି ଗୋଳାପୋଲ।ଗୋଳା ପୋଲ ପାଇଁ ଇ5 ଇନଫ୍ରାଷ୍ଟ୍ରକଚର ପ୍ରାଇଭେଟ ଲିମିଟେଡ୍, ହରିୟାଣା ର କମ୍ପାନୀ କଳାବାଡିଆ ଓ କୁଳିଅଣା ଠାରେ ପୋଲ ନିର୍ମାଣ ର କାମ ଆରମ୍ଭ କରିଛି।ଏହାର ଅଟକଳ 22କୋଟି 99ଲକ୍ଷ ହୋଇଥିବା ବେଳେ  ଖାତା ନଂ55 ,ପ୍ଲଟନଂ17/303,128 କଳାବାଡିଆ ମୌଜାରେ ଏହି ଗୋଳାପୋଲ ନିର୍ମାଣ ହେଉଛି। କିନ୍ତୁ ଗୁରୁବାର ଏହି କମ୍ପାନୀ ର  କିଛି କର୍ମଚାରୀ  ଘଟାଇଛନ୍ତି  ଅଭାବନୀୟ ଘଟଣା। ପୋଲରେ  ନରବଳି   ପାଇଁ  କିଛି  କର୍ମଚାରୀ  କରିଥିଲେ  ଷଡଯନ୍ତ୍ର। ଗ୍ରାମର  ନାବାଳକ ଓ ନାବାଳିକା ଚାରଟି କୁନି କୁନି ପୁଅ ଓ ଝିଅ  ମାନେ  ଘଟଣା ସ୍ଥଳରେ କାନ୍ଦି କାନ୍ଦି ପୋଲିସ କୁ ଦେଇଥିଲେ ବିଷ୍ପୋରକ ବୟାନ।କଳାବାଡିଆ ସମିତି ସଭ୍ୟ  ଶ୍ରୀ  କଲିଆ  ସହିତ  ଗ୍ରାମବାସୀ  ପୋଲିସ  କୁ ଲିଖିତ ଅଭିଯୋଗ କରିଥିଲେ  ଚାରଟି  ଛୁଆ କୁ ନରବଳି ପାଇଁ  କମ୍ପାନୀ  ଷ୍ଟାଫ  କରିଥିଲେ  ଷଡଯନ୍ତ୍ର ।  ଘଟଣା ସ୍ଥଳରେ  ଥାନା ଅଧିକାରୀ ଦୟାନିଧି ଦାସ ସହିତ ଡିଏସପି  ଯଦୁନାଥ ଜେନା ପହଞ୍ଚି  ସେହି  କମ୍ପାନୀ ର ଷ୍ଟାଫ  ହରିଆଣା  ରାଜ୍ୟର  ବୃଦ୍ଧ  ଜୟ ଭଗବାନ  (60)କୁ ଗିରଫ କରି  ପରିସ୍ଥିତି କୁ  ଆୟତ  କରିଥିଲେ।  ବର୍ତମାନ  ଘଟଣା ସ୍ଥଳରେ ଉତ୍ତେଜନା  ଲାଗି ରହିବା ସହିତ  ପୋଲିସ  ଆସାମୀ କୁ  କୋର୍ଟ ଚାଲାଣ ସହିତ ତଦନ୍ତ  ଜାରି ରଖିଛି।  ଘଟଣାର  ସତ୍ୟାସତ ଉନ୍ମୋଚନ  କରିବା  ପାଇଁ  ଗ୍ରାମବାସୀ ଦାବୀ  କରିଛନ୍ତି। ଏହି ଘଟଣା  ଘଟିଥିବାରୁ  ଆଖପାଖ  ଅଞ୍ଚଳରେ ଆତଙ୍କ  ଖେଳି ଯାଇଛି।    

Related Posts

About The Author

Add Comment