ରସୁଲପୁର, (ସନ୍ଧାନ ନିଉଜ) ରସୁଲପୁର ବ୍ଲକ ଅନ୍ତର୍ଗତ କୁଆଖିଆ ବଜାର ନିକଷ୍ଟତ 16ନମ୍ବର ଜାତୀୟ ରାଜପଥର ବାଇପାସ ଏକ ପୋଲ ତଳୁ ଆଜି କୁଆଖିଆ ଥାନା ପୋଲିସ ଜଣେ ଅପରିଚିତ ମୃତ ଦେହ ଉଦ୍ଧାର କରି ବ୍ୟବଛେଦ ପାଇଁ ପଠାଇ ତଦନ୍ତ କରୁଥିବା ଜଣାପଡିଛି l ଖବର ନବରୁ ଜଣାଯାଇଛି ଗତ 4 ତାରିଖ ରତିରେ କର୍ଣ୍ଣାଟକରୁ ବିଦ୍ୟୁତ ସାମଗ୍ରୀ ବୋଝଇ କରି କଲିକତା ଯାଉଥିବା ଏକ ମାଲ ବୋଝଇ ଆଇଚର ଗାଡି ବିଜୁ ନଗର ସ୍ଥିତି ଏକ ହୋଟେଲରେ ରାତିରେ ଅଟକି ଗାଡ଼ିରେ ଥିବା 3/4 ଜଣ ଖାଇଥିଲେ l ପରେ ସେମାନଙ୍କ ମଧ୍ୟରୁ ବେନୁ ଗୋପାଳ (40)ନାମକ ଜଣେ ସହଯୋଗୀ ଗାଡି ଚାଳକ କେଉଁ ଆଡେ ପଳାଇଯାଇଥିଲି l ଏ ସମ୍ପର୍କରେ ତାର ଭାଇ ଆଇଚର ଗାଡି ଚାଳକ ଶ୍ରୀନିବାସ ବାବୁ ଖୋଜା ଖୋଜି କରି ନପାଇବାରୁ ନିଖୋଜ ସଂକ୍ରାନ୍ତରେ ଗତ 7 ତାରିଖରେ କୁଆଖିଆ ଥାନରେ ଅଭିଯୋଗ କରିଥିଲେ l ଆଜି ଉଦ୍ଧାର ହୋଇଥିବା ଉକ୍ତ ଅପରିଚିତ ବ୍ୟକ୍ତିଙ୍କ ଶବ ମିଳିବା ପରେ ଏହା ନିଖୋଜ ବେନୁ ଗୋପାଳର ବୋଲି ଅନୁମାନ କରାଯାଇଛି l ଏ ସମ୍ପର୍କରେ ବେନୁ ଗୋପାଳଙ୍କ ପରିବାର ବର୍ଗଙ୍କୁ ପୁଲିସ ପକ୍ଷରୁ ଖବର ଦିଆଯାଇଛି l ସେମାନ ଏଠାରେ ପହଁଚି ଶବ ଚିନ୍ହଟ କରିବା ପରେ ଏହା କାହାର ଶବ ସ୍ପଷ୍ଟ ହୋଇଯିବ l
ପୋଲ ତଳୁ ଅପରିଚିତ ବ୍ୟକ୍ତିଙ୍କ ମୃତ୍ ଦେହ ଉଦ୍ଧାର
|
October 16, 2022 |