ବାରିପଦା,କୁଳିଅଣା,୦୮/୦୮/୨୦ (ସନ୍ଧାନ ନିଉଜ/ଲିଙ୍ଗରାଜ ପଣ୍ଡା) :- ଗତ ୩୦ ତାରିଖ ଦିନ ସୁବର୍ଣ୍ଣରେଖା ମୁଖ୍ୟ କେନାଲର ବେତନଟୀ ଶାଖା କେନାଲରେ । କୁଳିଅଣା ବ୍ଲକ୍ ଗାଡୁଭଙ୍ଗାଠାରେ ଘଳିଆ ସୃଷ୍ଟି ହୋଇଥିଲା । ଫଳରେ ୨୫ ଏକରରୁ ଅଧିକ ଧାନ ଫସଲ ନଷ୍ଟ ହୋଇଥିଲା । ଏହାପରେ ମରାମତି କାର୍ଯ୍ୟ ଆରମ୍ଭ ପାଇଁ ପ୍ରୟାସ କରିଥିଲା ଜଳସମ୍ପଦ ବିଭାଗ ତେବେ ଚାଷୀଙ୍କୁ କ୍ଷତିପୂରଣ ନମିଳିବା ଯାଏ ମରାମତି କରାଇ ନ’ ଦେବାକୁ ଚେତାବନୀ ଦେଇଥିଲେ ଜେଏମ୍ଏମ୍ ଯୁବମୋର୍ଚ୍ଚାର ସଦସ୍ୟ ଓ ପ୍ରଭାବିତ ଚାଷୀ । ଫଳରେ କେନାଲ ମରାମତି କାର୍ଯ୍ୟ ବନ୍ଦ ରହିଥିଲା। ତେବେ ମରାମତିରେ ବିଳମ୍ବ ଯୋଗୁ ଝିନେଇ, ମାରାଙ୍ଗତାଣ୍ଡି, ମାଙ୍କଡକେନ୍ଦା, ଝାଞ୍ଜଡାପାଳ ଗ୍ରାମର ଶହଶହ ଚାଷୀ ପାଣି ପାଉନଥିଲେ ଓ ଏ ନେଇ ସୁବର୍ଣ୍ଣରେଖା ପ୍ରକଳ୍ପ ମୁଖ୍ୟ ଯନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଏହି ଚାଷୀମାନଙ୍କ ସମସ୍ୟାକୁ ଆଖି ଆଗରେ ରଖି ମରାମତି କାର୍ଯ୍ୟକୁ ଗୁରୁତ୍ବ ଦେଇଛି ବିଭାଗା କ୍ଷତିଗ୍ରସ୍ତ ଚାଷୀଙ୍କ ପାଇଁ ଅନ୍ୟ ଚାଷୀମାନେ ଯେମିତି ପ୍ରଭାବିତ ନ’ ହେବେ ସେଥିପାଇଁ ଆଜିଠାରୁ ମରାମତି କାର୍ଯ୍ୟ ଆରମ୍ଭ ହୋଇଛି। କୌଣସି ଅପ୍ରତିକର ସ୍ଥିତିକୁ । ଏଡ଼ାଇବା ପାଇଁ କୁଳିଅଣା ତହସିଲଦାର ଶଙ୍କର ପଟ୍ଟନାୟକ ଓ ଏକ ପ୍ଲାଟୁନ ପୁଲିସ ଫୋର୍ସଙ୍କ ଉପସ୍ଥିତିରେ ବେତନଟୀ ଶାଖା କେନାଲ ଡିଭିଜିନ୍ ପକ୍ଷରୁ ମରାମତି କାମ କରାଯାଇଛି।