ବଡଚଣା ୧୧ /୧୨/୨୦୨୦ (ସନ୍ଧାନ ନିଉଜ) ଯାଜପୁର ଜିଲ୍ଲା ବାଲିଚନ୍ଦ୍ରପୁର ଥାନା ପୋଲିସ ରାତ୍ରି ପେଟ୍ରୋଲିଙ୍ଗ କରୁଥିବା ସମୟରେ ମଝିପଡ଼ା ନିକଟରେ ଏକ କଣ୍ଟେନରରେ ୨୭ ଗୋଟି ମଇଁଷି ବୋଝେଇ ହୋଇଥିଲା। ସୂଚନାଯୋଗ୍ୟ OR-04H-7989 ଗାଡ଼ିଟି ବାଲିଚନ୍ଦ୍ରପୁର ଥାନା ଅଧିନସ୍ଥ ମଝିପଡ଼ା ଗ୍ରାମରୁ ବାହାରି ଢେ଼ଙ୍କାନାଳ ଅଭିମୁଖେ ଯାତ୍ରା କରୁଥିବାର ଜଣାପଡିଥିଲା । ବାଲିଚନ୍ଦ୍ରପୁର ଥାନା ପୋଲିସ ଗାଡ଼ିଟିକୁ ଜବତ କରିବା ସଙ୍ଗେ ସଙ୍ଗେ ଗାଡ଼ି ଚାଳକକୁ ଅଟକ ରଖି ଏକ ମାମଲା ବାଲିଚନ୍ଦ୍ରପୁର ଥାନା କେସ ନଂ-୩୬୯/୨୦ ରେ ମାମଲା ରୁଜ୍ଜୁ କରି ଅଧିକ ତଦନ୍ତ ଜାରୀରଖିବା ସହ ଗାଡ଼ି ଚାଳକକୁ ଅଧିକ ପଚରାଉଚରା ଜାରୀ ରଖିଛି ବୋଲି ବାଲିଚନ୍ଦ୍ରପୁର ଥାନା ଅଧିକାରୀ ଶୁକାନ୍ତ କୁମାର ପାତ୍ର ସୂଚନା ଦେଇଛନ୍ତି।
ପୋଲିସ ଦ୍ଵାରା ଜବତ ହେଲା ମଇଁଷି ବୋଝେଇ କଣ୍ଟେନର
|
December 12, 2020 |



