ଢ଼େଙ୍କାନାଳ,, 09.02.2021 (ସନ୍ଧାନ ନିଉଜ୍):- ପୋଲ ଉପରେ ଓଲଟି ପଡିଲା ଚିପ୍ସ ବୋଝେଇ ଟ୍ରକ। ଢେଙ୍କାନାଳ ଜିଲ୍ଲା ଗଁନ୍ଦିଆ ଥାନା ଅନ୍ତର୍ଗତ ଷଡଙ୍ଗୀ ଧନିଆଁ ନାଳୀ ନିକଟରେ ଏହି ଦୁର୍ଘଟଣା ଘଟିଛି। ନାଳରେ ଗାଧୋଉଥିବା ସମୟରେ ୩ ଜଣ ବ୍ୟକ୍ତିଙ୍କ ଉପରେ ଚିପ୍ପ ଢ଼ାଳି ହୋଇଯାଇଥିଲା। ଗୁରୁତର ଅବସ୍ଥାରେ ୩ ଜଣଙ୍କୁ ଗଁନ୍ଦିଆ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଗୁରୁତର ହେଲେ ତରଣୀ ଦେହୁରୀ, ତୋଫାନ ଦେହୁରୀ ଓ ସମୀର ବାରିକ। ଷଢଙ୍ଗୀ ଦେହୁରୀ ସାହିରେ ଏମାନଙ୍କ ଘର । ସେମାନେ ଏହି ଧନିଆଁ ନାଳୀ ନାଳ ରେ ଗାଧୋଉଥିବା ବେଳେ ଦୁର୍ଘଟଣା ଘଟିଥିଲା। ଚିପ୍ସ ବୋଝେଇ ଟ୍ରକ ଓଲଟି ପଡିଥିଲା।
ପୋଲ ଉପରେ ଓଲଟିଲା ଚିପ୍ସ ବୋଝେଇ ଟ୍ରକ; ଗୁରୁତର ଅବସ୍ଥାରେ ୩ ଜଣଙ୍କୁ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି
|
February 9, 2021 |
