ପୂର୍ବତନ କେନ୍ଦ୍ରମନ୍ତ୍ରୀ ଅରୁଣ ଜେଟଲୀଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର

Spread the love

ନୂଆଦିଲ୍ଲୀ, ୯/୮ (ସନ୍ଧନ ନିଉଜ) : ପୂର୍ବତନ କେନ୍ଦ୍ରମନ୍ତ୍ରୀ ଅରୁଣ ଜେଟଲୀଙ୍କ ସ୍ୱାସ୍ଥାବସ୍ଥା ସ୍ଥିର ରହିଛି। ଏମ୍‌ସ ପକ୍ଷରୁ ଏହି ସୂଚନା ଦିଆଯାଇଛି। ସ୍ୱାସ୍ଥ୍ୟ ବିଗିଡ଼ିବାରୁ ଆଜି ସକାଳେ ତାଙ୍କୁ ଏମ୍‌ସରେ ଭର୍ତ୍ତି କରାଯାଇଥିଲା। ମାତ୍ର ସନ୍ଧ୍ୟାରେ ସେ ଅଧିକ ଅସୁସ୍ଥ ହୋଇଯାଇଥିଲେ। ତେଣୁ ତାଙ୍କୁ ଏବେ ଆଇସିୟୁରେ ରଖାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏମ୍‌ସରେ ଜେଟଲୀଙ୍କୁ ଦେଖାକରି ଫେରି ଯାଇଛନ୍ତି। ଗୃହମନ୍ତ୍ରୀ ଅମିତ ଶାହା, ସ୍ୱାସ୍ଥ୍ୟମନ୍ତ୍ରୀ ଡଃ ହର୍ଷବର୍ଦ୍ଧନ, ଲୋକସଭା ବାଚସ୍ପତି ଓମ ବିରଲା ପ୍ରମୁଖ ଅରୁଣ ଜେଟଲୀଙ୍କ ସ୍ୱାସ୍ଥ୍ୟାବସ୍ଥା ସଂପର୍କରେ ଅବଗତ ହୋଇଛନ୍ତି। ଏମ୍‌ସର ଏକ ଡାକ୍ତରୀ ଦଳ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଉପରେ ନଜର ରଖିଛନ୍ତି।

ସୂଚନାଯୋଗ୍ୟ ଜେଟଲୀ ଗତ ୨ ବର୍ଷ ଧରି ପ୍ରାୟତଃ ଅସୁସ୍ଥ ରହୁଥିଲେ। ଏହି କାରଣରୁ ସେ ଏନଡିଏ-୨ ସରକାରରେ କୌଣସି ମନ୍ତ୍ରୀପଦ ଗ୍ରହଣ କରିନାହାନ୍ତି । ଜେଟଲୀଙ୍କର କିଡନୀ ଟ୍ରାନ୍‌ସପ୍ଲାଣ୍ଟ ହୋଇଥିଲା। ଏହି ଅପରେସନ ପରେ ସେ ମୁଖ୍ୟତଃ ଘରେ ରହୁଥିଲେ। ଗତ ଫେବ୍ରୁଆରିରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ହେବାରୁ ସେ ଚିକିତ୍ସା ପାଇଁ ଆମେରିକା ଯାଇଥିଲେ। ତାଙ୍କ ଅନୁପସ୍ଥିତିରେ କେନ୍ଦ୍ରମନ୍ତ୍ରୀ ପିୟୁଷ ଗୋଏଲ କାମଚଳା ବଜେଟ ଉପସ୍ଥାପନ କରିଥିଲେ।

Related Posts

About The Author

Add Comment