ରାଉରକେଲା,୧୭/୧୨ (ସନ୍ଧାନ ନିଉଜ) ବଦଳିବ ରାଉରକେଲା ସହରର ନକ୍ସା । ଇସ୍ପାତ ନଗରୀର ହେବ ନବକଳେବର। ରାଉରକେଲାରେ ୨୦୧୩ ହକି ବିଶ୍ବକପ ପ୍ରସ୍ତୁତି ନେଇ ୬୦୦ କୋଟି ଟଙ୍କା ମିଳିବା ନେଇ ଘୋଷଣା କରାଯାଇଛି ।ଗତ ନଭେମ୍ବରରେ FIH ପକ୍ଷରୁ ୨୦୧୩ ପୁରୁଷ ହକି ବିଶ୍ବକପ ଭାରତରେ ହେବା ନେଇ ଘୋଷଣା ହୋଇଥିଲା। ଏହାସହିତ ଭାରତ ପକ୍ଷରୁ ଓଡିଶା ଏହି ସମ୍ମାନଜନକ ଟୁର୍ଣ୍ଣାମେଣ୍ଟର ଆୟୋଜନ କରିବାନେଇ ମଧ୍ୟ ସ୍ପଷ୍ଟ ହେଇଛି।ଏଥର ଭୁବନେଶ୍ବର ଓ ରାଉରକେଲା ଉଭୟ ସ୍ଥାନରେ ମ୍ୟାଚ ଖେଳାଯିବ। ୨୦୧୮ ହକି ବିଶ୍ବକପ ଓ ଅଲମ୍ପିକ ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚ ସଫଳତାର ସହ ଆୟୋଜନ କରିଛି ପ୍ରଶଂସା ସାଉଁଟିଛି ଓଡିଶା। ଆନ୍ତର୍ଜାତୀୟ କ୍ରୀଡା ଟୁର୍ଣ୍ଣାମେଣ୍ଟ ଆୟୋଜନରେ ଦେଶରେ ଏକ ସ୍ବତନ୍ତ୍ର ସ୍ଥାନ ଅଧିକାର କରିଛି ଓଡିଶା।
ପୁରୁଷ ବିଶ୍ବକପ ହକି ପାଇଁ ରାଉରକେଲାକୁ ୬୦୦ କୋଟି
|
December 17, 2019 |