ଯାଜପୁର ସଦର,୨୦ା୦୫(ସନ୍ଧାନ ନିଉଜ): ଯାଜପୁର ଜିଲ୍ଲା ବରୀ ବ୍ଲକ୍ ଅନ୍ତର୍ଗତ ବରୀ ଥାନା, ତଳରମ୍ପା ଗ୍ରାମରେ ପାରିବାରିକ କଲହକୁ ନେଇ ନିଜ ପୁତୁରା ଦାଦାକୁ ହତ୍ୟା କରିବା ଘଟଣା ରାମଚନ୍ଦ୍ରପୁର ଥାନାରେ ଚହଳ ପକାଇଚି । ଘଟଣାରୁ ପ୍ରକାଶ ଯେ, ବରୀ ରାମଚନ୍ଦ୍ରପୁର ଥାନା ତଳରମ୍ପା ଗ୍ରାମର ପୁତୁରା ପୁଉସକାନ୍ତ ବାହାଲିଆର ଭୁଜାଲି ଚୋଟରେ ଦେବେନ୍ଦ୍ର କୁମାର ବାହାଲିଆ(୪୮) ନୁଜ ଘରେ ଝିଅ ମାନଙ୍କ ସଙ୍ଗରେ ଖାଇବାକୁ ବସିଥିବା ବେଳେ, ପୁଉସକାନ୍ତ କ୍ରୋଧାନ୍ୱିତ ହୋଇ ନିଜ ଦାଦା ଦେବେନ୍ଦ୍ର ବାହାଲିଆକୁ ଭୁଜାଲିରେ ବେକକୁ ଚୋଟ ମାରିବା ଫଳରେ ଦେବେନ୍ଦ୍ରଙ୍କ ଅବସ୍ଥା ଗୁରୁତରା ହେବାରୁ ତାଙ୍କୁ ଯାଜପୁର ମେଡିକାଲକୁ ଚିକିତ୍ସା ପାଇଁ ନିଆଯାଇଥିବା ବେଳେ, ସେଠାରେ ଡାକ୍ତର ଦେବେନ୍ଦ୍ରଙ୍କୁ ମୃତ ଘୋଷଣା କରିଥିଲେ । ଖାବର ପାଇ ବରୀ ଥାନା ଆଇ.ଆଇ.ସି ଅଜୟ କୁମାର ଜେନା ଘଟଣା ସ୍ଥଳରେ ପହଁଞ୍ôଚ ମାରଣାସ୍ତକୁ ଜବତ କରିବା ସହିତ ହତ୍ୟାକାରୀ ପୁଉସକୁ ବିଭିନ୍ନ ଜାଗାରେ ଖୋଜିଥିଲେ । ପିଉସ ଏକ ପାଇଖାନା ଘରେ ଲୁଚିରହିଥିବା ଦେଖିବାପରେ ତାକୁ ଗିରଫ କରିଥିଲେ । ଏଠାରେ ସୂଚନା ଯୋଗ୍ୟ ଯେ, ପିଉସକାନ୍ତ ନିସା ସେବନ କରୁଥିବାରୁ ନିଜ ପାଖରେ ପଇସା ନଥିବାରୁ ଦେବନ୍ଦ୍ର ବାହାଲିଆକୁ ପଇସା ନଦେବାରୁ କ୍ରୋଧାନ୍ୱିତ ହୋଇ ପିଉସକାନ୍ତ ଦେବେନ୍ଦ୍ର ଖାଇବସିଥିବା ବେଳେ, ବେକକୁ ଚୋଟ ମାରିଥିଲେ । ଦେବେନ୍ଦ୍ରର ଶବ ଜବତ କରିବା ସହିତ ହତ୍ୟାକାରୀ ପିଉସକାନ୍ତକୁ ପୋଲିସ ଗିରଫ କରି ଥାନାରେ ଅଟକ ରଖି ପଚରା ଉଚରା କରୁଥିବା ବେଳେ, ଆସାମୀ ପିଉସକୁ କୋଟ୍ ଚାଲାଣ କରାଯିବ ବୋଲି ବରୀ ଥାନା ଆଇଆଇସି ଅଜୟ କୁମାର ଜେନା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ଦେବାନ୍ଦ୍ର ବାହାଲିଆର ଝିଆରୀ ବରୀ ଥାନାରେ ଅଭିଯୋଗ କରିଥିବା ଜଣାଯାଇଚି ।
ପୁତୁରା ହତ୍ୟାକଲା ଦାଦାକୁ ଆସାମୀ ଗିରଫ
|
May 20, 2021 |