- ପେଟ୍ରୋଲ ଦର ଆଜି କେଉଁଠି କେତେ?
- ଦିଲ୍ଲୀ- ୭୭.୪୭, କୋଲକାତା-୮୦.୧୨, ମୁମ୍ବାଇ-୮୫.୨୯, ଚେନ୍ନାଈ- ୮୦.୪୨, ଫରିଦାବାଦ- ୭୮.୨୪, ଗୁରୁଗ୍ରାମ-୭୭.୯୯, ନୋଏଡା-୭୮.୧୨, ଗାଜିଆବାଦ- ୭୮.୦୦, ଲକ୍ଷ୍ନୌ- ୭୮.୦୬, ବାଙ୍ଗଲୁରୁ-୭୮.୭୩, ଭୋପାଳ- ୮୩.୦୮, ପାଟନା- ୮୨.୯୪ ଭୁବନେଶ୍ୱର ୭୬.୨୮ (ଦର ପ୍ରତିଲିଟର)
ଭୁବନେଶ୍ୱର (ସନ୍ଧାନ ନିୟୁଜ୍) ପେଟ୍ରୋଲ ଏବଂ ଡିଜେଲର ଦର କ୍ରମାଗତଭାବେ ବୃଦ୍ଧି ପାଉଛି। ୧୧ତମ ଦିନରେ ଆଜି ପୁଣି ବୃଦ୍ଧି ପାଇଛି। ଆଜି ପେଟ୍ରୋଲର ଦର ୩୦ ପଇସା ଏବଂ ଡିଜେଲର ଦରରେ ୧୯ ପଇସା ବୃଦ୍ଧି ହୋଇଛି। ସବୁଠାରୁ ଅଧିକ ଦରରେ ପେଟ୍ରୋଲ ମହାରାଷ୍ଟ୍ରର ପରଭଣୀରେ ବିକ୍ରୀ ହେଉଛି। ଏଠାରେ ପେଟ୍ରୋଲ ୮୭ ଟଙ୍କାରୁ ଅଧିକ ଦରରେ ବିକ୍ରୀ ହେଉଛି। କେନ୍ଦ୍ର ମନ୍ତ୍ରୀ ରବିଶଙ୍କର ପ୍ରସାଦ କହିଲେ କି ପେଟ୍ରୋଲିୟମ ଉତ୍ପାଦ ଉପରେ ଲାଗୁଥିବା ଏକ୍ସାଇଜ ଡ୍ୟୁଟିରୁ ହେଉଥିବା ଆୟର ବ୍ୟବହାର ବିକାସ କାମ ଯେପରି ରୋଡ, ହାଇୱେ ଏବଂ ନୂଆ ଏମ୍ସ ବନାଇବା ପାଇଁ ଲାଗିଥାଏ ଯାହାକି ଦେଶର ବିକାସ ପାଇଁ ଜରୂରୀ ଅଟେ। ସେ ଏହା ମଧ୍ୟ କହିଲେ କି ପେଟ୍ରୋଲ ଡିଜେଲ ଦର ବୃଦ୍ଧି ଉପରେ ଦୀର୍ଘକାଳୀନ ସମାଧାନ ଉପରେ ସରକାର କାମ କରୁଛନ୍ତି।